ପୁରୀ: କୁକୁଡା ମାନଙ୍କୁ ବାଡଫ୍ଲୁ ପଜେଟିଭ ଚିହ୍ନଟ ହେବାପରେ ପୁରୀ ଜିଲ୍ଲାରେ ରାପିଡ ଆକ୍ସନ ଟିମ ତରଫରୁ କୁକୁଡାମରା ଅଭିଜାନ ଜାରିରହିଥିବା ଦେଖିବାକୁ ମିଳିଛି। ଜିଲ୍ଲାର ପିପିଲି, ନିମାପଡା, ଡେଲାଙ୍ଗ, ସତ୍ୟବାଦୀ, କଣାସ ଭଳି ବ୍ଲକରେ ଫାର୍ମ ଗୁଡିକୁ ବିଶୋଧନ କରାଯାଇ ସଙ୍କ୍ରମିତ କୁକଡା ମାନଙ୍କୁ ମାରି ଜନବସତି ଠାରୁ ଦୁରରେ ପୋତାଯାଉଛି। ତେବେ ଜିଲ୍ଲାରେ ଅଧିକ ସଂକ୍ରମଣ ବଢିବା ପରେ ପ୍ରାଣୀ ଚିକିତ୍ସା ବିଭାଗର କେନ୍ଦ୍ରୀୟ ଟିମ ଜିଲ୍ଲାର ବିଭିର୍ଣ୍ଣ ସଂକ୍ରମିତ ଅଞ୍ଚଳରେ ପହଞ୍ଚି ବାଡଫ୍ଲୁ ସ୍ଥିତି ସମୀକ୍ଷା କରିଥିବା ଦେଖିବାକୁ ମିଳିଛି। ପରବର୍ତ୍ତୀ ସମୟରେ ପୁରୀ ସର୍କିଟ ହାଉସ ପରିସରରେ ଏକ ଉଚ୍ଚସ୍ତରୀୟ ସମିକ୍ଷା ବୈଠକ ମଧ୍ୟ ଆୟୋଜିତ ହୋଇଥିବା ଦେଖିବାକୁ ମିଳିଛି। ବୈଠକରେ ଜିଲ୍ଲାରେ ବ୍ୟପୁଥିବା ବାଡଫ୍ଲୁ ସଂକ୍ରମଣ କିଭଳି ପ୍ରତିହତ କରାଯିବ, ସମସ୍ତ ବିଭାଗ କିଭଳି ସତର୍କ ରହିବେ ତଥା କୁକୁଡା ଫାର୍ମ ଗୁଡିକ ସତର୍କତା ନିତି ଅବଲମ୍ବନ କରିବା ନେଇ ଆଲୋଚନା ହୋଇଥିଲା। ଏହା ସହ ସଂକ୍ରମିତ ଅଞ୍ଚଳ ଠାରୁ ୧୦କିଲୋମିଟର ଦୁରତା ମଧ୍ୟରେ ଥିବା କୁକୁଡା ଗୁଡିକୁ ବାହାରକୁ ବିକ୍ରି କରିବା ଉପରେ ରୋକ ଲଗାଜାଇଛି ଏବଂ ବାର୍ଡ଼ଫ୍ଲୁ ରୋଗର ନିରାକରଣ ବିଷୟରେ ଆଲୋଚନା କରାଯାଇଥିବା ଆନିମଲ ହ୍ୟୁମିଡିଟି ଅଫିସର ଅଭିଜିତ ମିତ୍ର ପ୍ରତିକ୍ରିୟା ରଖିଛନ୍ତି।