ଏସବିଆଇରେ ପଦବୀ ଖାଲି, ଚାକିରି ନିମନ୍ତେ କରନ୍ତୁ ଆବେଦନ , ଦରମା ୫୦ ହଜାରରୁ ଅଧିକ
Khabar Odisha:State-Bank-Of-India-SBI-Recruitment-For-47-Specialist-Cadre-Officers-Posts-Know-How-To-Apply
ନୂଆଦିଲ୍ଲୀ, ନଭେମ୍ବର ୧୧, (ଖବର ଓଡିଶା)

 ଏସବିଆଇ(ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ) ଦ୍ୱାରା ୪୭ ଉପ ପ୍ରବନ୍ଧକ ଓ ଫାୟାର ଅଫସର ପଦବୀ ନିମନ୍ତେ ଆବେଦନ ପତ୍ର ବାହାରିଛି । ଜଣାଇ ଦିଆଯାଉଛି କି, ଆବଦନର ଶେଷ ତାରିଖ ନଭେମ୍ବର ୨୨, ୨୦୧୮ ନିର୍ଦ୍ଧାରଣ କରାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ବ୍ୟାଙ୍କର ୱେବସାଇଟ sbi.co.in କୁ ଯାଇ ଆବେଦନ କରିପାରିବେ । ଏସବିଆଇରେ ଆବେଦନ କରିବା ପାଇଁ ଜଡିତ ସମସ୍ତ ସୂଚନା ଯେପରି କି, ଯୋଗ୍ୟତା, ଯୋଗ୍ୟତାର ସ୍ଥିତି, ଆବେଦନ କରିବେ କିପରି ଓ ଅନ୍ୟ ନିୟମ ତଳେ ଦିଆଯାଇଛି । 

ପଦବୀ – ବିଶେଷଜ୍ଞ ସଂବର୍ଗ ଅଧିକାରୀ

ପଦ ସଂଖ୍ୟା – ୪୭

ବେତନ- ୩୧୭୦୫-୫୧୪୯୦/- କିମ୍ବା ୫୦୦୩୦ – ୫୯୧୭୦/-

ପୋଷ୍ଟ ନାମ – 

ବିଶେଷଜ୍ଞ ସଂବର୍ଗ ଅଧିକାରୀ – ଜେନେରାଲ – ୦୩, ଏସି, -୦, ଏସଟି -୦, ଓବିସି-୦୧, ମୋଟ-୦୪

ସେକ୍ଟର କ୍ରେଡିଟ ଅଧିକାର- ଜେନେରାଲ – ୧୧, ଏସି, -୦୨, ଏସଟି -୦୧, ଓବିସି-୦୫, ମୋଟ-୧୯

ନଥିପତ୍ର ପରିଚାଳନା ଅଧିକାରୀ- ଜେନେରାଲ – ୦୩, ଏସି, -୦, ଏସଟି -୦, ଓବିସି-୦୧, ମୋଟ-୦୪

କ୍ଷେତ୍ର ପରିଚାଳନା ଅଧିକାରୀ- ଜେନେରାଲ – ୧୧, ଏସି, -୦୩, ଏସଟି -୦୧, ଓବିସି-୦୫, ମୋଟ-୧୯

ଅନଲାଇନ ଆବେଦନ କରିବାର ଶେଷ ତାରିଖ ୨୨ ନଭେମ୍ବର ୨୦୧୮

ଇଚ୍ଛୁକ ପ୍ରାର୍ଥୀମାନେ ୨୨.୧୧,୨୦୧୮ମଧ୍ୟରେ https://www.sbi.co.in ରେ ଅନଲାଇନ ଆବେଦନ କରିପାରିବେ । 

ମୁଖ୍ୟ ସୂଚନା 

କର୍ମକ୍ଷେତ୍ର ସ୍ଥାନ - ଭାରତ

ଚୟନ ପକ୍ରିୟା- ବଛା ଯାଇଥିବା ପ୍ରାର୍ଥଙ୍କୁ ସାକ୍ଷାତକାର ମଧ୍ୟରେ ବଛାଯିବ ।

Subscribe

National International State Sports Entertainment