Khabar Odisha | Astrology | Indian Astrology Prediction

Dr. Raj Kishore Pani
(Ph.D in Astrology)
Mob: 8093176117, 9861934747
Khabar Odisha
ମେଷ : ମେଷ ରାଶିର ଜାତକମାନଙ୍କ ପାଇଁ ନୂତନ ବର୍ଷ ପ୍ରତ୍ୟେକ ଦୃଷ୍ଟିକୋଣରୁ ଉତମ ରହୁ । ଆପଣଙ୍କୁ ନୂତନ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ । ଜଗନ୍ନାଥଙ୍କ କୃପାରୁ ନବବର୍ଷ ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟକୁ ସଫଳ କରାଇବାରେ ସହାୟକ ହେଉ । ମାସର ପ୍ରାରମ୍ଭରୁ ମେଷ ରାଶିର ଜାତକମାନେ ଶାରିରୀକ ସୁସ୍ଥତା ଲାଭ କରିବେ । ମନ ପ୍ରଫୁଲ୍ଲିତ ରହିବ । ନୂତନ ବନ୍ଧୁ ସ୍ଥାପନ କରିବେ । ବନ୍ଧୁମାନଙ୍କଠାରୁ ଉପହାର ପ୍ରାପ୍ତ କରିବେ । ମାଁଙ୍କ ସ୍ୱାସ୍ଥ୍ୟାବସ୍ଥା ଉତମ ରହିବ ନାହିଁ । ଛାତିରେ ଯନ୍ତ୍ରଣା ଅନୁଭବ କରିବେ । ନିଜ ନାମରେ ସମ୍ପତି କିଣିବାର ସୌଭାଗ୍ୟ ପ୍ରାପ୍ତି ହେବ । ବାହନ ସୁଖ ପ୍ରାପ୍ତି ହେବ । ଦର୍ଶନୀୟ ସ୍ଥାନକୁ ଯାତ୍ରା କରିବେ । ମାସର ମଧ୍ୟମ ଭାଗରେ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଲାଭ କରିବେ । ସନ୍ତାନ ପ୍ରାପ୍ତିର ଯୋଗ ରହିବ । ପରୀକ୍ଷାରେ ଆଶାନୁରୂପ ସଫଳତା ପ୍ରାପ୍ତ କରିବେ । ଲଟେରୀ ସଟ୍ଟା ଇତ୍ୟାଦିରେ ବିଫଳ ହେବେ । ବିଦ୍ୟା କ୍ଷେତ୍ରରେ କରୁଥିବା ବହୁ ଦିନର ପ୍ରୟାସ ସଫଳ ହେବ । ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ । ଆପଣଙ୍କର ଚରିତ୍ର ଅନ୍ୟକୁ ଅନୁପ୍ରାଣିତ କରାଇବ । ସମାଜରେ ପ୍ରଶଂସିତ ହେବେ । ମନ ଭିତରେ ଅସୁରକ୍ଷାର ଭାବ ବଢିବ । ଚୋରି ଭୟ ରହିବ । ସମସ୍ୟା ଭିତରେ ପଶିଯିବାର ସମ୍ଭାବନା ରହିବ । ପ୍ରତ୍ୟେକ ବିବାଦର ଅନ୍ତ ଘଟିବ । ଆପଣ ଶତ୍ରୁବିଜୟୀ ନିରୋଗ ରହିବେ । ମାସର ଶେଷ ଭାଗରେ ପତ୍ନୀଙ୍କ ସ୍ୱାସ୍ଥ୍ୟ ଖରାପ ରହିବ । ମାନସିକ ଅଶାନ୍ତିର ଶିକାର ହେବେ । ଉଚ୍ଚଶିକ୍ଷା ପାଇଁ ଘରଠୁ ବାହାରକୁ ବିଦେଶ ଗସ୍ତ କରିପାରନ୍ତି । ପରିବାରରେ ଅସୁସ୍ଥତାର ବାତାବରଣ ରହିବ । ଭାଇମାନଙ୍କ ମଧ୍ୟରେ ମତାନ୍ତର ମନାନ୍ତର ବଢିବ । ନବଦମ୍ପତି ଉତମ ଦାମ୍ପତ୍ୟ ସୁଖ ଭୋଗ କରିବେ । ବୈବାହିକ ଦାମ୍ପତ୍ୟ ଜୀବନରେ ସାମାନ୍ୟ ତିକ୍ତତା ଲକ୍ଷ୍ୟ କରିବେ । ଧର୍ମ ଉପରେ ଆସ୍ଥା ଅଧିକ ରହିବ । କୌଣସି ଅଭାବନୀୟ ଘଟଣାରେ ମାନସିକ କଷ୍ଟ ଲକ୍ଷ୍ୟ କରିବେ ।
Khabar Odisha
ବୃଷ: ଆପଣମାନଙ୍କ ପାଇଁ ନୂତନ ବର୍ଷ ଶୁଭ ମଙ୍ଗଳମୟ ଏବଂ ଫଳପ୍ରଦ ହେଉ । ପ୍ରଭୁ ଜଗନ୍ନାଥ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ । ଆପଣ ନୂତନ ବର୍ଷରେ ପ୍ରତ୍ୟେକ କାର୍ଯ୍ୟର ସଫଳତା ପାଆନ୍ତୁ । ମାସର ପ୍ରାରମ୍ଭରେ ବୃକ୍ଷ ରାଶିର ଜାତକ ମାନେ ଆର୍ଥିକ ଉନ୍ନତି ଲାଭ କରିବେ । ଧନ ପ୍ରାପ୍ତ ଏବଂ ଧନ ସଞ୍ଜୟ କରିବେ । ବହୁ ଦିନର ଥିବା ଋଣ ପ୍ରାପ୍ତି କରିବେ । ପରିବାରରେ ଉତମ ବାତାବରଣ ରହିବ । ନୂତନ ବ୍ୟାପାର ପ୍ରାରମ୍ଭ କରିବାର ସୁଯୋଗ ପାଇବେ । ବନ୍ଧୁଙ୍କ ସହଯୋଗରେ ବ୍ୟାପାର କରିବା କ୍ଷତିକାରକ ରହିବ । ଭୂମି କ୍ରୟ କରିବା ଉତମ ରହିବ । ମାସର ମଧ୍ୟମ ଭାଗରେ ନୂତନ କର୍ମ ପ୍ରାପ୍ତ କରିବେ । କର୍ମକ୍ଷେତ୍ରରେ କର୍ମଚାରୀମାନଙ୍କ ସହିତ ଉତମ ବୁଝାମଣା ରହିବ ନାହିଁ । ଚାକିରୀରେ ସ୍ଥାନାନ୍ତରଣ ସମ୍ଭାବନା ଅଧିକ ରହିବ । ନିଜର ବୁଦ୍ଧି ଏବଂ ବିବେକରେ ଅଚାନକ୍ ପରିବର୍ତନ ଆସିବ । ଧାର୍ମିକ ଚେତନାରେ ଅନୁପ୍ରାଣିତ ହେବେ । ଧର୍ମବାଣୀ ଏବଂ ଧାର୍ମିକ ପରିବେଶରେ ରହିବାକୁ ପ୍ରବଳ ଇଚ୍ଛା ରହିବ । ପିତାଙ୍କ ପ୍ରିୟପାତ୍ର ହେବେ । ମାସର ଶେଷ ଭାଗରେ ବିହାହ ପାଇଁ ଦିନ ଧାର୍ଯ୍ୟ କରିବେ । ବୈବାହିକ ଦାମ୍ପତ୍ୟ ଜୀବନରେ ଆନ୍ତରିକତାରେ ଅଭାବ ରହିବ । ସମସ୍ୟା ଭିତରେ ପଡିବାର ସମ୍ଭାବନା ରହିବ । କୋର୍ଟ କଚେରୀ ଇତ୍ୟାଦିରେ ପଡି ମନ ଅଶାନ୍ତ ରହିବ । ସମସ୍ୟା ସମାଧାନରେ ଅଳ୍ପ ବିଳମ୍ବ ରହିବ । ବିଦେଶରେ ବ୍ୟାପାର ପ୍ରାରମ୍ଭ କରିପାରିବ । ସନ୍ତାନ କଷ୍ଟ ଭୋଗି ପାରନ୍ତି । କୌଣସି ଦୀର୍ଘକାଳୀନ ରୋଗରେ ପୀଡିତ ରହିବେ ।
Khabar Odisha
ମିଥୁନ: ମିଥୁନ ରାଶିର ଜାତକମାନଙ୍କ ପାଇଁ ନବବର୍ଷ ମଙ୍ଗଳମୟ ହେଉ । ନବବର୍ଷରେ ଚିନ୍ତା କରିଥିବା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଆନ୍ତୁ । ଜଗନ୍ନାଥଙ୍କ ଅଶେଷ ଅଶେଷ କରୁଣା ପ୍ରାପ୍ତ ହେଉ । ମାସର ପ୍ରାରମ୍ଭରେ ଆପଣମାନେ ଥଣ୍ଡା ଜ୍ୱରରେ ପୀଡିତ ରହିବେ । ଅତ୍ୟଧିକ ଭାଗ ପ୍ରବଣତାରେ ଶିକାର ହୋଇ ଦ୍ୱନ୍ଦ୍ୱରେ ପଡିପାରନ୍ତି । ମନରେ ପ୍ରବଳ ଅସ୍ଥିରତା ରହିବ । କୌଣସି ଦର୍ଶନୀୟ ସ୍ଥାନକୁ ଯାତ୍ରା କରିବାର ଅବସର ପାଇବେ । କୌଣସି ଦୁର୍ଲଭ ବସ୍ତୁ ପ୍ରାପ୍ତ କରିବେ । ନିଜର ଭାଗ୍ୟ ବଳରେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ପ୍ରତ୍ୟେକ କାର୍ଯ୍ୟରେ ପ୍ରାରମ୍ଭିକ ସ୍ତରରେ ସଫଳତା ପାଇବେ । ମାସର ମଧ୍ୟମ ଭାଗରେ ନୂତନ ବାହନ କିଣିବେ । ପୈତୃକ ସମ୍ପତିରୁ ଲାଭ ମିଳିବ । ନୂତନ ଗୃହାରମ୍ଭ କରିବେ । ବନ୍ଧୁଙ୍କ ସହଯୋଗ ପୂର୍ଣ୍ଣ ଭାବରେ ପ୍ରାପ୍ତ ହେବ । ମନ ପ୍ରାୟତଃ ପ୍ରଫୁଲ୍ଲିତ ରହିବ । ମାଁଙ୍କ ସ୍ୱାସ୍ଥ୍ୟାବସ୍ଥା ଉତମ ରହିବନାହିଁ । ଅଚାନକ କୌଣସି ଦୁର୍ଘଟଣାର ଶିକାର ହୋଇପାରନ୍ତି । ପର କଥାରେ ଭାସିଯାଇ ନିଜର ଆର୍ଥିକ ହାନୀ କରିବେ । ଅନ୍ଧ ଭାବରେ ବିଶ୍ୱାସ ଆପଣଙ୍କର ବଡ ଧରଣର କ୍ଷତି କରାଇବ । ମାସର ଶେଷ ଭାଗରେ ଧର୍ମ ସ୍ଥାନରେ କୌଣସି ଧାର୍ମିକ ଅନୁଷ୍ଠାନ ସମାପନ କରିବେ । ବୈବାହିକ ଦାମ୍ପତ୍ୟ ଜୀବନରେ ଉଭୟଙ୍କ ମଧ୍ୟରେ ଉତମ ବୁଝାମଣା ରହିବ । ବ୍ୟାପାରରେ ଅଦ୍ଭୂତପୂର୍ବ ଉନ୍ନତି ପ୍ରାପ୍ତ କରିବେ । ବିଳାସ ବ୍ୟସନରେ ଜୀବନଯାପନ କରିବେ । ପଦୋନ୍ନତିର ଅବସର ପ୍ରାପ୍ତ ହେବ । କର୍ମକ୍ଷେତ୍ର ପ୍ରଶସ୍ତ ରହିବ । ପରିବାରରେ ପୃଥକତାର ସମସ୍ୟା ଅଧିକ ରହିବ । ପରିବାରରେ ଅସୁସ୍ଥତା ଲାଗି ରହିବ । ଧାର୍ମିକ ଗତିବିଧିରେ ଅର୍ଥବ୍ୟୟ କରିବେ ।
Khabar Odisha
କର୍କଟ: କର୍କଟ ରାଶିର ଜାତକମାନଙ୍କ ପାଇଁ ନବବର୍ଷ ସପଳତାର ସ୍ୱପ୍ନ ଶାକାର କରୁ । ପ୍ରଭୁ ଜଗନ୍ନାଥ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ । ମାସର ପାରମ୍ଭରେ ଅତ୍ୟଧିକ ଖର୍ଚ୍ଚ ପାଇଁ ଚିନ୍ତିତ ରହିବେ । ଉତମ ଦାମ୍ପତ୍ୟ ସୁଖ ପ୍ରାପ୍ତ କରିବେ । ଅତ୍ୟଧିକ ବିଳାସିତା ପାଇଁ ଆପଣଙ୍କୁ ବଡ କ୍ଷତିର ସମ୍ମୁଖୀନ କରିବାକୁ ପଡିବ । ଶରୀରରେ ଅତ୍ୟଧିକ ଥଣ୍ଡା କଫ ବଢିବ । କୌଣସି ଦୁଃଖରେ ଭାଗପ୍ରବଣତା ବଢିବ । ଘରେ ବିନା କାରଣରେ ଅଶାନ୍ତି ବଢିବ । ପତ୍ନୀଙ୍କ ସ୍ୱାସ୍ଥ୍ୟ ଅଚାନକ ଖରାପ ହେବାର ସମ୍ଭାବନା ରହିବ । ଆପଣଙ୍କର ଉତମ ଚରିତ୍ର ପାଇଁ ସମାଜରେ ପ୍ରଶଂସିତ ହେବେ । ବିବାହରେ ବିଳମ୍ବ ଲକ୍ଷ୍ୟ କରିବେ । ପିଲାର ସ୍ୱାସ୍ଥ୍ୟ ମଧ୍ୟ ଖରାପ ରହିବ । ସମାଜ ସେବା ଇତ୍ୟାଦି କର୍ମରେ ଇଚ୍ଛା ବଢିବ । ସମାଜରେ ଆପଣଙ୍କ ସମ୍ମାନ ବଢିବ । ମାସର ମଧ୍ୟମ ଭାଗରେ ବହୁ ଦିନରୁ ସଂଚୟ କରିଥିବା ଧନ ଅଚାନକ ଖର୍ଚ୍ଚ କରି ମାନସିକ କଷ୍ଟ ଭୋଗିବେ । ସମାଜରେ ଲୋକସମ୍ପର୍କ ବଢିବ । ନୂତନ ବନ୍ଧୁ ସ୍ଥାପନ କରିବେ । ଆପଣଙ୍କ ପାଖରେ କାମ କରୁଥିବା କର୍ମଚାରୀଙ୍କ ଠାରୁ ମଧ୍ୟ ବିଶ୍ୱାସଘାତକତାର ଶିକାର ହେବାକୁ ପଡିବ । ନିଜର ପୈତୃକ ସମ୍ପତିରେ ସମସ୍ୟା ରହିବ । ପୈତୃକ ସମ୍ପତି ପ୍ରାପ୍ତ କରିବାରେ ବହୁ ସମସ୍ୟା ସୃଷ୍ଟି ହେବ । ନୂତନ ବାହନ ଦୁର୍ଘଟଣାରେ ନଷ୍ଟ ହେବାର ସମ୍ଭାବନା ରହିବ । ଆପଣ ଦୁର୍ଘଟଣାରୁ ଅଳ୍ପକେ ବର୍ତିବେ । ମାସର ଶେଷ ଭାଗରେ ଆପଣଙ୍କ ପିଲାମାନେ ସମାଜରେ ଆପଣଙ୍କ ସମ୍ମାନ ବଢାଇବେ । ଭୟଙ୍କର ପେଟରୋଗର ଶିକାର ହେବେ । ଆପଣଙ୍କ ଭାଗ୍ୟ ଏତେ ଉତମ ରହିବ ନାହିଁ । ପ୍ରତ୍ୟେକ କାର୍ଯ୍ୟରେ ବିଳମ୍ବ ହେବ । ପିତାଙ୍କ ସ୍ୱାସ୍ଥ୍ୟ ଅତ୍ୟଧିକ ଖରାପ ରହିବ । କୋର୍ଟକଚେରୀ ଇତ୍ୟାଦିରେ ପଡି ଆର୍ଥିକ ଶାରିରୀକ କଷ୍ଟ ଭୋଗିବେ । କୌଣସି ସମସ୍ୟାରେ ଦଣ୍ଡ ଭୋଗି ପାରନ୍ତି । ପ୍ରତ୍ୟେକ ସମସ୍ୟାରେ ସମାଧାନ ବିଳମ୍ବରେ ପ୍ରାପ୍ତ କରିବେ ।
Khabar Odisha
ସିଂହ : ସିଂହ ରାଶିର ଜାତକମାନେ ନବବର୍ଷରେ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହୁଅନ୍ତୁ । ଆପଣଙ୍କ ସମସ୍ତ ସ୍ୱପ୍ନ ସାକାର ହେଉ । ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଶତ ଶତ କରୁଣା ପ୍ରଦାନ କରନ୍ତୁ । ମାସର ପ୍ରଥମ ଭାଗରେ ଧନ ଆୟର ବାଟ ଖୋଲିବ । ଜ୍ୟେଷ୍ଠ ଭାଇଙ୍କ ସହଯୋଗରେ ବ୍ୟାପାର ପ୍ରାରମ୍ଭ କରି ସଫଳତା ପାଇବେ । ପତ୍ନୀଙ୍କ ସହଯୋଗପ୍ରାପ୍ତ ହେବ । ଆୟ ତୁଳନାରେ ବ୍ୟୟ ସାମାନ୍ୟ ରହିବ । କୌଣସି ଦର୍ଶନୀୟ ସ୍ଥାନକୁ ଯାତ୍ରା କରିପାରନ୍ତି । ପ୍ରକୃତର ମନୋରମ ଦୃଶ୍ୟକୁ ଭରପୁର ଉପଭୋଗ କରିବେ । ସୌଖିନ ସାମଗ୍ରୀ କିଣିବାର ସୌଭାଗ୍ୟ ପ୍ରାପ୍ତି ହେବ । ବନ୍ଧୁ ସହଯୋଗରେ ବ୍ୟାପାର ପ୍ରାରମ୍ଭ କରିବା ଶୁଭ ରହିବ । ମାସର ମଧ୍ୟମ ଭାଗରେ ଦୁର୍ଲଭ ସାମଗ୍ରୀ ପ୍ରାପ୍ତ କରିବେ । ପରିବାରରେ ଭାଇମାନଙ୍କ ମଧ୍ୟରେ ଆପୋଷ ବୁଝାମଣା ରହିବ । ସ୍ଥାବର ଅସ୍ଥାବର ସମ୍ପତି ପ୍ରାପ୍ତ ହେବ । ମନ ପ୍ରଫୁଲ୍ଲିତ ରହିବ । ମାଙ୍କ ସବୁଠାରୁ ପ୍ରିୟ ରହିବେ । ଘରୋଇ ବିବାଦର ସାମ୍ନା କରିପାରନ୍ତି । କର୍ମକ୍ଷେତ୍ରରେ ଅତ୍ୟଧିକ କର୍ମଭାରରେ ଅତିଷ୍ଠ ରହିବ । ଗୁପ୍ତ ଶତ୍ରୁ ବୃଦ୍ଧି ପାଇବେ । ପଦୋନ୍ନତି ପ୍ରାପ୍ତ କରିବାରେ ବିଳମ୍ବ ଲକ୍ଷ୍ୟ କରିବେ । ପିତାଙ୍କ ସ୍ୱାସ୍ଥ୍ୟ ଅଚାନକ ଖରାପ ରହିବ । ଶରୀରହାନୀର ଭୟ ରହିବ । ବନ୍ଧୁଙ୍କ ସହଯୋଗ ଏକମାତ୍ର ଭରଷା ରହିବ । ମାସର ଶେଷ ଭାଗରେ ବୈବାହିତ ଜୀବନରେ ସମସ୍ୟା ରହିବ । ବିବାହ ବିଚ୍ଛେଦର ମଧ୍ୟ ସାମ୍ନା କରିବାକୁ ପଡିବ । ଦୁଃସାଧ୍ୟ ରୋଗର ଶିକାର ହୋଇପାରନ୍ତି । ଆପଣଙ୍କ ସମ୍ମାନ ହାନିର ସମ୍ଭାବନା ରହିବ । ବନ୍ଧୁଙ୍କଠରୁ ଉପହାର ପ୍ରାପ୍ତ କରିବେ । ଆପଣଙ୍କର ଦୀର୍ଘଦିନର ବନ୍ଧୁ ଆପଣଙ୍କ ସହିତ ଶତ୍ରୁତା ମନୋଭାବ ରଖିବ । ଘରେ ବୈବାହିକାଦି ଶୁଭ କାର୍ଯ୍ୟ ସମ୍ପନ୍ନ ହେବ ।
Khabar Odisha
କନ୍ୟା: କନ୍ୟା ରାଶିର ଜାତକମାନଙ୍କ ପାଇଁ ନୂତନ କର୍ମ ନବ ଆଶା ଉଦ୍ଦିପନାକୁ ସାକାର କରୁ । ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦପୂର୍ଣ୍ଣ ଭାବରେ ପ୍ରାପ୍ତ ହେଉ । ମାସର ପ୍ରଥମ ଭାଗରେ ଆପଣମାନେ ବହୁ ଦିନର ପ୍ରୟାସ ସାକାର ହେବ । ଆପଣଙ୍କ ପ୍ରୟାସ ଆପଣଙ୍କୁ କର୍ମପ୍ରାପ୍ତି କରାଇବ । ବ୍ୟାପାରରେ ମଧ୍ୟ ସଫଳତା ପ୍ରାପ୍ତ କରିବେ । ପରିବରରେ ପଡି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଉତମ ରହିବ । ରାଜନୀତିରେ ପ୍ରୟାସ କରି ସଫଳ ହେବେ । ଅଯଥା କଥାରେ ମୁଣ୍ଡ ପୂରାଇ ସମସ୍ୟାରେ ପଡିପାରନ୍ତି । ସ୍ୱାସ୍ଥ୍ୟ ଖରାପ ରହିବ । ଅସାମାଜିକ ବ୍ୟକ୍ତିଙ୍କ ଠାରୁ କ୍ଷତି ରହିବାକୁ ପଡିବ । ଅନ୍ୟକୁ ଅନ ଭାବରେ ବିଶ୍ୱାସ କରି କର୍ମବିଚ୍ୟୁତି ଘଟିବ । ମାସର ମଧ୍ୟମ ଭାବରେ ପିତାମାତାଙ୍କ ଆଶୀର୍ବାଦ ସହଯୋଗ ପ୍ରାପ୍ତ ହେବ । ହଜିଯାଇଥିବା ଜିନିଷ ପ୍ରାପ୍ତ ହେବ । ବଡଧରଣର ଠକାମିରେ ପଡିପାରନ୍ତି । ପିତାଙ୍କ ସ୍ୱାସ୍ଥ୍ୟ ଖରାପ ରହିବ । ମାସର ଶେଷ ଭାଗରେ ସମସ୍ତ ପ୍ରକାର ଋଣରୁ ମୁକ୍ତି ମିଳିବ । ସମସ୍ତ ସମସ୍ୟାରୁ ଆପୋଷ ସମାଧାନ ମିଳିବ । ଧାର୍ମିକ ସ୍ଥଳକୁ ଯାତ୍ରା କରି ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ କରିବେ । ପୁତ୍ର କଷ୍ଟ ଭୋଗିବେ । ପିଲାମାନେ ପଢାପଢିରେ ମନ ଲଗାଇବେ ନାହିଁ । ଟଙ୍କା ପାଇସା ଚୋରି ହେବାର ଭୟ ରହିବ । ପଶ୍ଚିମ ଦିଗକୁ ଯାତ୍ରା କଲେ ଦୁର୍ଘଟଣାର ମନୋଭାବ ରଖିବେ । ମାନସିକ ଅଶାନ୍ତି ବଢିବ ।
Khabar Odisha
ତୁଳା: ତୁଳା ରାଶିର ଜାତକମାନଙ୍କ ପାଇଁ ନବବର୍ଷ ଆପଣଙ୍କର ପ୍ରତ୍ୟେକ ସ୍ୱପ୍ନକୁ ସାକାର କରୁ । ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସଦା ସର୍ବଦା ରହୁ । ମାସର ପ୍ରାରମ୍ଭରୁ ଭାଗ୍ୟୋଦୟ ହେବ । ବହୁଦିନର ସ୍ଥଗିତ ରହିଥିବା କାର୍ଯ୍ୟ କାର୍ଯ୍ୟକାରୀ ହେବ । ବିଶିଷ୍ଟ ବ୍ୟକ୍ତିଙ୍କଠାରୁ ସାହାଯ୍ୟପ୍ରାପ୍ତି ହେବ । ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହେବ । ଅନୈତିକ କାର୍ଯ୍ୟରେ ଫସିଯିବାର ସମ୍ଭାବନା ରହିବ । ପ୍ରତ୍ୟେକ କାର୍ଯ୍ୟରେ ନ୍ୟାୟ କରିବାର ଦକ୍ଷତା ରହିବ । ଦୁର୍ଲଭ ସ୍ଥାନକୁ ଯାତ୍ରା କରିବାର ଅବସର ପ୍ରାପ୍ତ ହେବ । ଆପଣଙ୍କର ଦୀର୍ଘଦିନର ପରିଶ୍ରମ ସଫଳ ହେବ । ନୂତନ କର୍ମପ୍ରାପ୍ତିର ଯୋଗ ପ୍ରାପ୍ତ ହେବ । କର୍ମକ୍ଷେତ୍ରରେ ସ୍ଥାନାନ୍ତରଣ ଯୋଗ ରହିବ । ପିତାଙ୍କ ସ୍ୱାସ୍ଥ୍ୟ ଅଚାନକ ଖରାପ ହେବର ସମ୍ଭାବନା ରହିବ । ମାସର ମଧ୍ୟମ ଭାଗରେ ଜ୍ୟେଷ୍ଠ ଭାଇଙ୍କ ସହଯୋଗ ପ୍ରାପ୍ତ ହେବ । ବାହନ କିଣିବାର ସୌଭାଗ୍ୟ ପ୍ରାପ୍ତି ହେବ । ଅଚାନକ ଖର୍ଚ୍ଚ ହେବ । ଶାରିରୀକ ସୁସ୍ଥତା ରହିବ ନାହିଁ । ପର ଦୁଃଖରେ ସମଭାଗୀ ହୋଇ ସମସ୍ୟାରେ ପଡିପାରନ୍ତି । ବିଶ୍ୱାସ ଆପଣଙ୍କ ପାଇଁ ଅସୁବିଧାର କାରଣ ସାଜିବ । ବୈବାହିକ ଦାମ୍ପତ୍ୟ ଜୀବନରେ କଳହ ଦେଖାଦେବ । ବୁଝାମଣାର ଅଭାବ ଯୋଗୁଁ ମତାନ୍ତର ମନାନ୍ତର ରହିବ । ମାସର ଶେଷ ଭାଗରେ ନୂତନ ବନ୍ଧୁ ସ୍ଥାପନ କରିବେ । ଧର୍ମ ବଳରେ ସମାଜରେ ନିଜର ନୂତନ ଛବି ସ୍ଥାପନ କରିବେ । ପିତାମାତାଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ଦୁର୍ଘଟଣାର ଶିକାର ହୋଇପାରନ୍ତି । ଦୀର୍ଘଦିନର ବନ୍ଧୁଙ୍କ ସହ ତିକ୍ତତା ଲକ୍ଷ୍ୟ କରିବେ ।
Khabar Odisha
ବିଛା: ବିଛା ରାଶିର ଜାଦକମାନଙ୍କ ପାଇଁ ନବବର୍ଷ ନୂତନ ସଫଳତା ପ୍ରାପ୍ତ କରନ୍ତୁ । ଆପଣଙ୍କୁ ନୂତନ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ । ପ୍ରଭୁ ଜଗନ୍ନାଥ ଆପଣଙ୍କୁ କୋଟି କୋଟି ଆଶୀର୍ବାଦ ପ୍ରାପ୍ତ କରନ୍ତୁ । ମାସର ପ୍ରାରମ୍ଭରେ ବିଦେଶ ଗସ୍ତ କରିବାର ଯୋଗ ରହିବ । କର୍ମ ପ୍ରାପ୍ତି ପାଇଁ ବିଦେଶ ଗସ୍ତ କରିବେ । ସ୍ୱାସ୍ଥ୍ୟ ଖରାପ ରହିବାର ସମ୍ଭାବନା ରହିବ । ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । ବିଦ୍ୟା କ୍ଷେତ୍ରରେ ଅଦ୍ଭୂତପୂର୍ବ ସଫଳତା ଲାଭ କରିବେ । ପରୀକ୍ଷାରେ ଉତମ ସ୍ଥାନ ପ୍ରାପ୍ତ ହେବ । ପେଟ ସମ୍ବନ୍ଧିତ ରୋଗର ଶିକାର ହୋଇପାରନ୍ତି । ଦୁଶ୍ଚିନ୍ତାର ଶିକାର ହେବେ । ମାସର ମଧ୍ୟମ ଭାଗରେ ଦୁର୍ଲଭ ବସ୍ତୁ ହଜିବାର ସମ୍ଭାବନା ଅଧିକ ରହିବ । କୌଣସି ସମ୍ବେଦନଶିଳରେ କାର୍ଯ୍ୟରେ ଲିପ୍ତ ରହି ନିଜର କ୍ଷତି କରିବେ । ପର କଥାରେ ବିଶ୍ୱାସ କରି ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି କରିବେ । ପୈତୃକ ସମ୍ପତିରେ ସମସ୍ୟା ଲାଗି ରହିବ । ପିତାଙ୍କ ସହିତ ଉତମ ବୁଝାମଣା ରକ୍ଷା କରିବେ । ବିବାହରେ ବିଳମ୍ବ ପରିଲକ୍ଷିତ ହେବ । ପ୍ରେମ ସମ୍ପର୍କରେ ବିଫଳ ହେବେ । ମାନସିକ ଅସ୍ଥିରତା ଏବଂ ମନ ଭିତରେ କ୍ରୋଧ ବଢିବ । ମାସର ଶେଷ ଭାଗରେ କର୍ମକ୍ଷେତ୍ରରେ ଅସ୍ଥିରତା ପାଇଁ ଚିନ୍ତିତ ରହିବେ । କର୍ମବିଚ୍ୟୁତିର ସମ୍ଭାବନା ରହିବ । କର୍ମକ୍ଷେତ୍ରରେ ଚାକିରିରେ ସ୍ଥାନାନ୍ତରଣର ସମ୍ଭାବନା ରହିବ । ପ୍ରତ୍ୟେକ କାର୍ଯ୍ୟରେ ବିଳମ୍ବର ସମ୍ମୁଖୀନ ହେବାକୁ ପଡିବ । କଳହପୂର୍ଣ୍ଣ ବାତାବରଣର ସାମ୍ନା କରିବାକୁ ପଡିବ । ଜ୍ୟେଷ୍ଠ ଭାଇଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହେବାର ସମ୍ଭାବନା ଅଧିକ ରହିବ । ବାହନ କିଣିବାର ଯୋଗ ପ୍ରାପ୍ତି ହେବ ।
Khabar Odisha
ଧନୁ: ଧନୁ ରାଶିର ଜାତକମାନେ ନୂତନ ବର୍ଷରେ ସଫଳତା ପ୍ରାପ୍ତ କରନ୍ତୁ । ଜଗନ୍ନାଥ ମହାପ୍ରଭୁ ଆପଣଙ୍କୁ କୋଟି କୋଟି ଆଶୀର୍ବାଦ ପ୍ରାପ୍ତ କରନ୍ତୁ । ମାସର ପ୍ରାରମ୍ଭରେ ଆପଣମାନେ ଉତମ ଦାମ୍ପତ୍ୟ ସୁଖ ପ୍ରାପ୍ତ କରିବେ । ପରିବାରରେ ଗୁରୁଜନମାନଙ୍କଠାରୁ ଆଶୀର୍ବାଦ ପ୍ରାପ୍ତ କରିବେ । ପ୍ରେମ ସମ୍ବନ୍ଧରେ ପ୍ରୟାସ କରୁଥିବା ବ୍ୟକ୍ତିମାନେ ସଫଳତା ପାଇବେ । ସମାଜରେ ଖ୍ୟାତି ବଢିବ । ସମାଜ ସେବାରେ ନିଜକୁ ଆୟୋଜିତ କରି ଉତମ ଲୋକସମ୍ପର୍କ ସ୍ଥାପନ କରିବେ । ନୂତନ ବ୍ୟାପାର ପ୍ରତିଷ୍ଠାନ ପ୍ରାରମ୍ଭ କରିବେ । ବ୍ୟାପାରରେ ବନ୍ଧୁଙ୍କ ସହଯୋଗ ପ୍ରାପ୍ତ କରିବେ । ବିବାହ ପାଇଁ ପ୍ରତିଶ୍ରୁତିବଦ୍ଧ ହେବେ । ବିବାହ ତିଥି ଧାର୍ଯ୍ୟ ହେବ । ବ୍ୟାପାର ପାଇଁ ବିଦେଶ ଗସ୍ତ ମଧ୍ୟ କରିପାରିବେ । ଏହାର ମଧ୍ୟ ସମାଧାନ ହେବ । ଅଚନାକ ଦୁର୍ଘଟଣାର ସାମ୍ନା କରିପାରନ୍ତି । କୌଣସି ଦୁଃସାଧ୍ୟ ରୋଗର ଶିକାର ହୋଇପାରନ୍ତି । ବନ୍ଧୁ ବିବାଦ ବଢିବ । କୌଣସି ଧାର୍ମିକ ସ୍ଥଳକୁ ଯାତ୍ରା କରିବେ । କର୍ମକ୍ଷେତ୍ରରେ ଆଶାନୁରୂପ ସଫଳତା ପ୍ରାପ୍ତ କରିବେ । ନିଜେ ଧର୍ମ କାର୍ଯ୍ୟରେ ଲିପ୍ତ ରହି ମାନସିକ ଶାନ୍ତି ଅନୁଭବ କରିବେ । ଧାର୍ମିକ ବାଣୀ ଶ୍ରବଣ କରିବାର ଇଚ୍ଛା ରହିବ । ମାସର ଶେଷ ଭାଗରେ କର୍ମରେ ଉତମ ପଦ ପ୍ରାପ୍ତି କରିବେ । ବନ୍ଧୁଙ୍କ ଠାରୁ ଉପହାର ପ୍ରାପ୍ତ ହେବ । ବହୁ ଦିନରୁ ଦେଇଥିବା ଋଣ ପ୍ରାପ୍ତି କରିବେ । ଦକ୍ଷିଣ ଦିଗକୁ ଯାତ୍ରା କଲେ ଏ ସମୟରେ ଦୁର୍ଘଟଣାର ଶିକାର ହୋଇପାରନ୍ତି । ଧନ ପ୍ରାପ୍ତି ଉତମ ଭାବରେ କରିବେ । ବିଳାସ ବ୍ୟସନରେ ସମୟ କାଟିବେ । ବାହନ ଚୋରି ହେବାର ଭୟ ରହିବ ।
Khabar Odisha
ମକର: ମକର ରାଶିର ଜାତକ ମାନଙ୍କ ପାଇଁ ନବବର୍ଷ ସଫଳତା ଭରିଦେଉ । ଭଗବାନ ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳ କରାନ୍ତୁ । ଜଗନ୍ନାଥଙ୍କ ଆଶୀର୍ବାଦ ପ୍ରାପ୍ତ ହେଉ । ମାସର ପ୍ରାରମ୍ଭରେ ଆପଣମାନେ ଶାରିରୀକ ଅସୁସ୍ଥତାର ସାମ୍ନା କରିପାରନ୍ତି । ଗୁପ୍ତ ଶତ୍ରୁ ବୃଦ୍ଧି ପାଇବ । ଗୁପ୍ତ ରୋଗର ସମ୍ଭାବନା ରହିବ । ପରେ ପରେ ରୋଗରୁ ମୁକ୍ତି ପାଇବେ । ଅଯଥା ସମସ୍ୟାରେ ପଡିପାରନ୍ତି । ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ବୈବାହିକ ଦାମ୍ପତ୍ୟ ଜୀବନରେ ସୁଖଶାନ୍ତିର ବାତାବରଣ ରହିବ । ବ୍ୟାପାରରେ ଉନ୍ନତି ଲକ୍ଷ୍ୟ କରିବେ । ବହୁ ଦିନର ବନ୍ଧୁ ମିଳନ ହେବ । ଅପ୍ରତ୍ୟାଶିତ ଉନ୍ନତି ପ୍ରତ୍ୟେକ କ୍ଷେତ୍ରରେ ଲକ୍ଷ୍ୟ କରିବେ । ମାସର ମଧ୍ୟମ ଭାଗରେ ଧର୍ମ ବଳରେ ଭାବ୍ୟୋଦୟ ହେବ । ବିଦ୍ୟା କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ । ଉଚ୍ଚ ଶିକ୍ଷା ପାଇଁ କରିଥିବା ପ୍ରୟାସ ସଫଳ ହେବ । ସନ୍ତାନ ପ୍ରାପ୍ତି ହେବ । ସନ୍ତାନମାନେ ଉତମ ଶିକ୍ଷା ପ୍ରାପ୍ତ କରିବେ । ପିଲାମାନଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ରହିବ । ନାରୀମାନେ ନିଜକୁ ସମାଜରେ ପ୍ରତିଷ୍ଠିତ କରିପାରିବେ । ପରିବାରରେ ସମସ୍ତଙ୍କ ମଧ୍ୟରେ ଉତମ ବୁଝାମଣା ରହିବ । ଆପଣ ଶତ୍ରୁମାନଙ୍କ ଉପରେ ବିଜୟ ଲାଭ କରିବେ । ମାସରେ ଶେଷ ଭାଗରେ କୌଣସି ଧର୍ମସ୍ଥଳକୁ ଯାତ୍ରା କରିପାରନ୍ତି । କୌଣସି ସୌଖୀନ ସାମଗ୍ରୀ ନଷ୍ଟ ହେବାର ସମ୍ଭାବନା ରହିବ । ପଡୋଶୀ ସହିତ ଉତମ ସମ୍ପର୍କ ରହିବ । ପିତାମାତାଙ୍କ ସ୍ୱାସ୍ଥ୍ୟ ଖରାପ ରହିବ । ଜାଗାବାଡି ଇତ୍ୟାଦିକୁ ନେଇ ମାଲିକ ମକଦ୍ଦମା ଇତ୍ୟାଦିର ସାମ୍ନା କରିବାକୁ ପଡିପାରେ । କୌଣସି ଦୁର୍ଘଟଣାକୁ ଦେଖି ମନ ଅଶାନ୍ତ ରହିବ । ଛାତିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଏ ସମୟରେ ସନ୍ଧ୍ୟା ସମୟରେ ପଶ୍ଚିମ ଦିଗକୁ ଯାତ୍ରା କରନ୍ତୁ ନାହିଁ । ସମସ୍ୟାରେ ପଡିପାରନ୍ତି ।
Khabar Odisha
କୁମ୍ଭ: କୁମ୍ଭ ରାଶିର ଜାତକମାନଙ୍କ ପାଇଁ ନବବର୍ଷ ନୂତନ ଜାଗରଣ ସୃଷ୍ଟି କରୁ । ଆପଣ ସଫଳତା ପ୍ରାପ୍ତି କରନ୍ତୁ । ପ୍ରଭୁ ଜଗନ୍ନାଥ ଆପଣଙ୍କୁ କୋଟି କୋଟି ଆଶୀର୍ବାଦ କରନ୍ତୁ । ଆପଣଙ୍କ ଚଲାପଥ କୁସୁମିତ ହେଉ । ମାସର ପ୍ରଥମ ଭାଗରେ ଆପଣ ବିଦ୍ୟା କ୍ଷେତ୍ରରେ ଅଗ୍ରଗତି କରିବେ । ନିଜର ବୁଦ୍ଧି ବଳରେ ବଡ ବଡ କାର୍ଯ୍ୟରେ ସଫଳତା ଅର୍ଜନ କରିବେ । ବନ୍ଧୁଙ୍କ ସହାୟତାରେ ସମସ୍ୟାରୁ ମୁକ୍ତି ପାଇବେ । ଏ ସମୟରେ ଭାଗ୍ୟ ଆପଣଙ୍କର ସପକ୍ଷରେ ରହିବ । ପ୍ରତ୍ୟେକ କାର୍ଯ୍ୟରେ ପ୍ରାରମ୍ଭିକ ସ୍ତରରେ ସଫଳତା ପାଇବେ । ପୁତ୍ର ସନ୍ତାନ ପ୍ରାପ୍ତ କରିବେ । ପିଲାମାନେ ସମାଜରେ ପ୍ରତିଷ୍ଠିତ ହେବେ । ଦୀର୍ଘକାଳୀନ ରୋଗରୁ ଉପଶମ ପାଇବେ । ଦୁର୍ଘଟଣାରୁ ଅଳ୍ପକେ ବର୍ତିବେ । ମାସର ମଧ୍ୟମ ଭାଗରେ ବହୁ ଦିନରୁ ପ୍ରତିକ୍ଷିତ କାର୍ଯ୍ୟରେ ସଫଳତା ପାଇବେ । ନୂତନ ଭୂମି କିଣିବାରେ ସଫଳ ହେବେ । ପ୍ରତିଯୋଗିତା ପରୀକ୍ଷାରେ ପ୍ରୟାସ କରି କୃତକାର୍ଯ୍ୟ ହେବେ । ଦୀର୍ଘ ଦିନର ଥିବା ବିବଦର ଅନ୍ତ ଘଟିବ । ପିତାଙ୍କ ସହ ଉତମ ସମ୍ପର୍କ ରହିବ । ପିତାଙ୍କ ସହ ଉତମ ସମ୍ପର୍କ ରହିବ । ପିତାଙ୍କ ବ୍ୟାପାରରେ ଉତରାଧିକାରୀ ଭାବରେ ପ୍ରତିଷ୍ଠିତ ହେବେ । ଲୋଭରେ ପଡି ଠକାମିର ଶିକାର ହେବେ । ଧର୍ମ ଉପରେ ଆସ୍ଥା ବଢିବ । ପିଲାମାନଙ୍କ ଶିକ୍ଷା କ୍ଷତ୍ରରେ ପ୍ରଶସ୍ତ ରହିବ । ପରିବାରରୁ କୌଣସି ଶୋକର ଖବର ପାଇ ମନ ଅତିଷ୍ଠ ହେବ । ମାସର ଶେଷ ଭାଗରେ ବାହନ ସୁଖ ପ୍ରାପ୍ତି ହେବ । ଘର କିଣିବାର ସ୍ୱପ୍ନ ସାକାର ହେବ । ଚାକିରିରେ ପଦୋନ୍ନତି ପାଇବେ । ଅତ୍ୟଧିକ ଖର୍ଚ୍ଚରେ ମାନସିକ ଅଶାନ୍ତି ବଢିବ । ବୈବାହିକ ଦାମ୍ପତ୍ୟ ଜୀବନରେ ସାମାନ୍ୟ କଳହ ଲକ୍ଷ୍ୟ କରିବେ । ଋଣ ପ୍ରାପ୍ତି ହେବ । ଦୁର୍ଲଭ ବସ୍ତୁ ହଜିବାର ସମ୍ଭାବନା ରହିବ । କୌଣସି ସମ୍ବେଦନଶୀଳ ଜାଗାକୁ ଯାତ୍ରା କରି ସମସ୍ୟାରେ ପଢିପାରନ୍ତି । ସମାଜରେ ପ୍ରତିଷ୍ଠା କମିବ ।
Khabar Odisha
ମୀନ : ମୀନ ରାଶିର ଜାତକମାନଙ୍କ ପାଇଁ ନବବର୍ଷ ନୂତନ ସଫଳତା ଏବଂ ସମସ୍ତ ବାଧାବନ୍ଧନରୁ ମୁକ୍ତି କରାଉ । ଭଗବାନଙ୍କ ଆଶୀର୍ବାଦ ଆପଣଙ୍କୁ ନୂତନ କର୍ମପ୍ରାପ୍ତିରେ ସହାୟକ ହେଉ । ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସୁଦୟା କରନ୍ତୁ । ମାସର ପ୍ରଥମ ଭାଗରେ ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ । ଆପଣ ମାଁଙ୍କ ପ୍ରିୟପାତ୍ର ହୋଇପାରିବେ । ନିଜ ନାମରେ ଘର କିଣିବାର ସୌଭାଗ୍ୟ ପ୍ରାପ୍ତି ହେବ । ଜମିବାଡି ଇତ୍ୟାଦିରେ ସମସ୍ୟା ଦେଖାଦେବ । ନିଜ ନାମରେ ଜାଗା କିଣିବା ଉତମ ରହିବ ନାହିଁ । ବିନା କାରଣରେ ସମସ୍ୟାରେ ପଡି କଷ୍ଟ ଭୋଗିବେ । ପରିବାରରେ ଶତ୍ରୁତା ବଢିବ । ପିଲାମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ରହିବ । ନାରୀମାନେ ଶାରିରୀକ ଓ ମାନସିକ ରୋଗରେ ପଡିବେ । ଦାମ୍ପତ୍ୟ ଜୀବନରେ ଉଭୟଙ୍କ ମଧ୍ୟରେ ଉତମ ବୁଝାମଣା ରହିବ । ବ୍ୟାପାର ବନ୍ଦ ହେବାର ଭୟ ରହିବ । ଭାଇ ମଧ୍ୟରେ ଶତ୍ରୁତା ବଢିବ । ପିତାମାତାଙ୍କ ସ୍ୱାସ୍ଥ୍ୟ ଖରାପ ରହିବ । ମାସର ମଧ୍ୟମ ଭାଗରେ ବିଭିନ୍ନ ରୋଗରେ ପଡିପାରନ୍ତି । ଆପଣଙ୍କ କ୍ରୋଧ ସ୍ୱଭାବ ଆପଣଙ୍କୁ ସମାଜରେ ଅଲଗା ରହିବା ପାଇଁ ସମ୍ଭାବନା ସୃଷ୍ଟି କରିବ । ଅନ୍ୟାୟକୁ ସହିବା ଆପଣଙ୍କ ପାଇଁ ସମ୍ଭବ ହେବ ନାହିଁ । ସମସ୍ତଙ୍କ ପ୍ରତି ସମାନ ନ୍ୟାୟ କରିବେ । ପ୍ରେମ ସମ୍ପର୍କ ବଢିଉଠିବ । କୌଣସି ଧର୍ମ ଅନୁଷ୍ଠାନରେ ନିଜକୁ ନିୟୋଜିତ କରି ଗୁପ୍ତ ଶତ୍ରୁ ବୁଝିପାରିବେ । ମାନସିକ ଅସ୍ଥିରତା ଯୋଗୁଁ ବନ୍ଧୁ ସହିତ ଭୁଲ୍ ବୁଝାମଣା ରହିବ । ଜ୍ୟେଷ୍ଟ ଭାଇଙ୍କ ସହ ବିବାଦ ରହିବ । ଆର୍ଥିକ ଅଭାବର ଶିକାର ହେବେ । ଭୟଙ୍କର ଦୁର୍ଘଟଣାର ସମ୍ଭାବନା ରହିବ । ଦକ୍ଷିଣ ଦିଗକୁ ଯାତ୍ରା କରନ୍ତୁ ନାହିଁ । ଅନିଦ୍ରାର ଶିକାର ହେବେ । ରାଜଦଣ୍ଡ ଭୋଗିପାରନ୍ତି । ଜଟିଳ ପରିସ୍ଥିତିରେ ମଧ୍ୟ ନିଜକୁ ସମ୍ଭାଳିବାର ସାହସ ଆପଣଙ୍କ ପାଖରେ ରହିବ । ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ।