ଚେନ୍ନାଇ: ସରୁନି ତାମିଲନାଡ଼ୁ ଦୁଃଖ । ଗ୍ୟାସ୍ ଲିକ୍ ଅଘଟଣରେ ଆଉ ଜଣେ ଓଡ଼ିଆ ଶ୍ରମିକ ପ୍ରାଣ ହରାଇଛନ୍ତି । ମୃତକ ହେଲେ କେନ୍ଦୁଝର ଜିଲ୍ଲାର ଜାମୁନି ଜୁଆଙ୍ଗ । ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁବରଣ କରିଛନ୍ତି । ଜାମୁନିଙ୍କୁ ମିଶାଇ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି ।
ରବିବାର ତାମିଲନାଡ଼ୁ ତିରିଭଲୁର ଜିଲ୍ଲା ପେରିୟାପାଲିଆମରେ ସି ଫୁଡ୍ ଫ୍ୟାକ୍ଟ୍ରିରେ ଏମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା । ଏହି ଘଟଣାରେ ୬ ଜଣ ମହିଳା ଶ୍ରମିକଙ୍କର ମୃତ୍ୟୁ ହୋଇସାରିଲାଣି । ଅନ୍ୟ ମୃତକଙ୍କ ମଧ୍ୟରେ ଅଛନ୍ତି । ଆଉ ସମସ୍ତେ କେନ୍ଦୁଝର ଜିଲ୍ଲାର ବାସିନ୍ଦା ଅଟନ୍ତି । ରାଜ୍ୟ ସରକାରଙ୍କ ତିନି ଜଣିଆ ବରିଷ୍ଠ ଅଧିକାରୀ ଦଳ ତାମିଲନାଡ଼ୁ ଗସ୍ତରେ ଅଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବ ସହିତ ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।