ଭୁବନେଶ୍ବର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କମାଣ୍ଡ ଏରିଆ ଡେଭଲପମେଣ୍ଟ ଅଥରିଟି (ସିଏଡିଏ)ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକ ଭିଜିଲାନ୍ସ ଜାଲରେ ଫସିଛନ୍ତି। ସମ୍ବଲପୁର ଭିଜିଲାନ୍ସ ଡିଭିଜନ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସର ୪ଜଣ ଡିଏସ୍ପି, ୧୩ଜଣ ଇନ୍ସପେକ୍ଟର, ୭ଜଣ ଏଏସ୍ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ତଲାସ କରାଯାଉଛି। ସମ୍ବଲପୁର, କଟକ, ବାଲେଶ୍ୱର ଏବଂ ମାଲକାନଗିରି ଜିଲ୍ଲାରେ ତାଙ୍କ ନିମ୍ନଲିଖିତ ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।
- ସମ୍ବଲପୁରର ଧନୁପାଲିସ୍ଥିତ ପଦ୍ମଲୋଚନ ନାୟକଙ୍କ ଭଡ଼ା ଘର ଉପରେ ଚଢ଼ଉ
- କଟକ ଜିଲ୍ଲା ବିଦ୍ୟାଧରପୁରରେ ଶ୍ରୀ ନାୟକଙ୍କ ତିନିମହଲା ଆବାସିକ କୋଠା ଉପରେ ଚଢ଼ଉ
- ଚଢ଼ଉରେ ବାଲେଶ୍ୱର ଜିଲ୍ଲା ବସ୍ତା ଅନ୍ତର୍ଗତ ମୁଖାଲିସ୍ ଠାରେ ଶ୍ରୀ ନାୟକଙ୍କ ଦୁଇ ମହଲା ଆବାସିକ ଘର ସାମିଲ
- ସମ୍ବଲପୁରର ଧନୁପାଲିସ୍ଥିତ ଶ୍ରୀ ପଦ୍ମଲୋଚନ ନାୟକଙ୍କ ଅଫିସ୍ ଚାମ୍ବର
- କଟକ ସହରରେ ଶ୍ରୀ ନାୟକଙ୍କ ୨ସହଯୋଗୀଙ୍କ ବାସଭବନ ଉପରେ ଚଢ଼ଉ
- ମାଲକାନଗିରିର କାଲିମେଲା ଠାରେ ତାଙ୍କର ସହଯୋଗୀଙ୍କର ଗୋଟିଏ ସ୍ଥାନରେ ସର୍ଚ୍ଚ ଅପରେସନ୍
ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଶ୍ରୀ ନାୟକଙ୍କର ଉପରୋକ୍ତ ଠିକଣାରେ ସର୍ଚ୍ଚ ଅପରେଶନ ଜାରି ଥିବା ବେଳେ ତାଙ୍କର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି କେତେ ଅଛି, ଆକଳନ ପରେ ଜଣାପଡ଼ିବ।
ଅଧିକ ପଢ଼ନ୍ତୁ: ଜାତୀୟ ରାଜପଥକଡ଼ରେ ଛିଡ଼ା ହୋଇଥିଲା ଟ୍ରକ୍; ଭାରସାମ୍ୟ ହରାଇଲେ ବାଇକ୍ ଆରୋହୀ