ଭୁବନେଶ୍ବର: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଦିଘିରି ଠାରେ ଦୁର୍ଘଟଣା ସୋମବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛପଟରୁ ବାଇକ୍ ପିଟିଛି। ଏହି ଦୁର୍ଘଟଣାରେ ବାଇକ ଆରୋହୀ ୨ଭାଇଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବିକାଶ ପ୍ରଧାନ ଏବଂ ଆକାଶ ପ୍ରଧାନ।
ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଫାସିଓଦା ପଞ୍ଚାୟତ ଦିଘିରି ଗ୍ରାମର ବିକାଶ ପ୍ରଧାନ ଓ ଆକାଶ ପ୍ରଧାନ ଗତକାଲି ବିଳମ୍ବିତ ରାତିରେ ୫୭ ନମ୍ୱର ଜାତୀୟ ରାଜପଥ ଦେଇ କୌଣସି କାମରେ ଯାଉଥିଲେ। ଦିଘିରି ଠାରେ ଦୁଇଭାଇ ଦୁର୍ଘଟଣାର ସାମ୍ନା କରିଥିଲେ। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ ପଛପଟରୁ ଧକ୍କା ଦେଇଥିଲେ। ଦୁର୍ଘଟଣାର ଶିକାର ହୋଇ ଉଭୟ ଗୁରୁତର ହୋଇଥିଲେ।
ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଦୁଇ ଜଣ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ଦିଘିରି ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।
ଅଧିକ ପଢ଼ନ୍ତୁ: ଲକ୍ଷ୍ନୌ ଅଗ୍ନିକାଣ୍ଡ: ଜାତୀୟ ମାନବାଧିକାର କମିଶନରେ ପହଞ୍ଚିଲା ମାମଲା