ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମଙ୍ଗଳବାର ସାରା ରାଜ୍ୟକୁ ଛୁଇଁଛି । ୧୧ ଦିନରେ ମୌସୁମୀ ସାରା ରାଜ୍ୟକୁ ଛୁଇଁଛି । ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଜୁନ୍ ୧୨ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଅଭିମୁଖେ ଅଗ୍ରସର ହୋଇ ଜୁନ୍ ୧୬ ତାରିଖରେ ରାଜ୍ୟକୁ ଛୁଇଁଥିଲା । ଗତକାଲି ସୁଦ୍ଧା ବରଗଡ଼, ନବରଙ୍ଗପୁର ଏବଂ ଝାରସୁଗୁଡ଼ା, କଳାହାଣ୍ଡି, ସୋନପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାକୁ ମୌସୁମୀ ଛୁଇଁଥିଲା । ଆଗାମୀ ୪୮ ଘଣ୍ଟା ମଧ୍ୟରେ ସାରା ରାଜ୍ୟକୁ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା ।
ଉଲ୍ଲେଖ ଯୋଗ୍ୟ, ଚଳିତ ବର୍ଷ ୩ ଦିନ ବିଳମ୍ବରେ ମୌସୁମୀ ଭାରତକୁ ପ୍ରବେଶ କରିଥିଲା । ଜୁନ୍ ୪ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳମ୍ ଛୁଇଁଥିଲା । ସୁପର୍ ଏଲନିନୋ ପ୍ରଭାବ ଯୋଗୁଁ ମୌସୁମୀ ଆଗମନରେ ବିଳମ୍ବ ହୋଇଥିବା କୁହାଯାଉଛି ।