କେନ୍ଦ୍ରାପଡା : ନୂଆବର୍ଷ ହୋଡିଂ ଲଗାଇବାକୁ ନେଇ ରାଜନୈତିକ ସଂଘର୍ଷ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନୂଆବଜାର ଦୁର୍ଗାମଣ୍ଡପ ବଜାରରେ ଦୁଇ ମାସ ପାଇଁ BNSSର ୧୬୩ ଧାରା ଲାଗୁ ହୋଇଛି । ଏକ ରାଜନୈତିକ ଦଳ ନୂଆବର୍ଷ ହୋଡିଂ ଲଗାଉଥିବାବେଳେ ଅନ୍ୟ ଏକ ଦଳ ଏହାକୁ ବିରୋଧ କରିଥିଲେ । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ମୁହାଁମୁହିଁ ହୋଇଥିଲେ ଉଭୟ ଦଳ । ପରିସ୍ଥିତିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ BNSSର 163 ଧାରା ଲାଗୁ ହୋଇଛି । ଅପ୍ରୀତିକର ପରିସ୍ଥିତି ଏଡେଇବାକୁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ ଏଠାରେ ଦୀର୍ଘ ୨୫ ବର୍ଷ ହେଲା ଏହି ସ୍ଥାନରେ ବିଜେଡି ପକ୍ଷରୁ ତୋରଣ ହେଉଛି,ଏ ବର୍ଷ ମଧ୍ୟ ଏଠାରେ ତୋରଣ ହେବ ବୋଲି ବିଜେଡି କର୍ମୀମାନେ ଯୁକ୍ତି ବାଢିଥିବା ବେଳେ ବିଜେପି କର୍ମୀ ତୁମେ ଦୀର୍ଘବର୍ଷ ହେଲା ଏଠାରେ ତୋରଣ କରୁଛ ତେଣୁ ଚଳିତ ବର୍ଷ ଆମେ ଏଠାରେ ତୋରଣ ନିର୍ମାଣ କରିବୁ ବୋଲି ବିଜେପି କର୍ମୀମାନେ ଜିଦରେ ଅଟଳ ରହିବା ଫଳରେ ଏହି ବିବାଦ ଆରମ୍ଭ ହୋଇଥିଲା। ଏହାପରେ ଉଭୟ ପକ୍ଷ ମଧ୍ୟରେ ବିବାଦ ଓ ଛକାପଞ୍ଝା ଆରମ୍ଭ ହୋଇଥିଲା।
ଉଭୟ ପକ୍ଷ ମଧ୍ୟରେ ବିବାଦ ଓ ଛକାପଞ୍ଝା ଆରମ୍ଭ ହୋଇଥିଲା।ଗୁରୁବାର ବିଳମ୍ବିତ ରାତିଯାଏ ଉଭୟ ପକ୍ଷଙ୍କୁ ଏକାଠି କରି ସମାଧାନ ପାଇଁ ଉଦ୍ୟମ ବିଫଳ ହେବା ପରେ ଶୁକ୍ରବାର ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ପୁଲିସ ଏସଡିପିଓ, ଆଳି ତହସିଲଦାର ପୁଣି ଉଭୟ ବିଜେପି ଓ ବିଜେଡି ସଭାପତିଙ୍କୁ ବସାଇ ସମାଧାନ ଉଦ୍ୟମ କରିଥିଲେ ମାତ୍ର ଶେଷ ମୁହୁର୍ତ୍ତରେ ସମାଧାନ ଉଦ୍ୟମ ଫେଲ୍ ମାରିଥିଲା।ଘଟଣାର ସମାଧାନ ପାଇଁ ପ୍ରଶାସନିକ ଉଦ୍ୟମ ବିଫଳ,ଉଭୟ ପକ୍ଷର ଜିଦ୍ ଓ ଦଳିୟ କର୍ମୀଙ୍କ ମଧ୍ୟରେ ବଜାର ମଝିରେ ଦିନତମାମ ଉତ୍ତେଜନା ଦୃଷ୍ଟିରୁ ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖିଆଗରେ ରଖି ଆଳି ତହସିଲଦାର ପୁଲିସକୁ ଘଟଣା ସମ୍ପର୍କରେ ରିପୋର୍ଟ ମାଗିଥିଲେ। ଏହାପରେ ପରିସ୍ଥିତିକୁ ନଜରରେ ରଖି BNSSର 163 ଧାରା ଲାଗୁ ହୋଇଛି ।
ଅଧିକ ପଢନ୍ତୁ :- ଜଳିଗଲା ପିକ୍ଅପ୍ ଭ୍ୟାନ୍ ଓ ବାଇକ