ଫଳାଫଳ ପୂର୍ବରୁ ଆମେଠିରେ ହାର ମାନିଲେ ରାହୁଲ, ସ୍ମୁତିଙ୍କୁ ଦେଲେ ଅଭିନନ୍ଦନ
Khabar Odisha:Politics-odisha-rahul-gandhi-vs-smriti-irani-in-amethi-lok-sabha-seat
ଆମେଠି, ମେ ୨୩ (ଖବର ଓଡ଼ିଶା):

ଉତ୍ତର ପ୍ରଦେଶର ଆମେଠି ଲୋକସଭା ସିଟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ସ୍ମୁତି ଇରାନୀଙ୍କ ମଧ୍ୟରେ  ରୋମାଞ୍ଚକର ମୁକାବିଲା ଜାରି ରହିଛି। ଖବର ଲେଖାଯିବା ସୁଦ୍ଧା ସ୍ମୁତି ୩୩ ହଜାର ଭୋଟରେ ଆଗୁଆ ଅଛନ୍ତି। ୟୁପିଏର ପରାଜୟ ପରେ ରାହୁଲ ଦିଲ୍ଲୀରେ ପ୍ରେସ କନଫରେନ୍ସ କରିବା ସମୟରେ ସ୍ମୁତି ଇରାନୀଙ୍କୁ ଶୁଭକାମନା ଜଣାଇଛନ୍ତି। ରାହୁଲ କହିଛନ୍ତି ଯୈ, ଆମେଠିରୁ ସ୍ମୁତି ଜି ବିଜୟୀ ହେଉଛନ୍ତି,  ମୁଁ ତାଙ୍କୁ ବିଜୟର ଅଭିନନ୍ଦନ ଜଣାଉଛି।

ନିର୍ବାଚନ ଆୟୋଗରୁ ମିଳିଥିବା ସଦ୍ୟତମ ସୂଚନା ମୁତାବକ ସ୍ମୁତି ଇରାନୀ ରାହୁଲ ଗାନ୍ଧୀଙ୍କଠୁ ୩୩  ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। ପ୍ରେସ କନଫରେନ୍ସରେ ରାହୁଲ ଦଳର ପରାଜୟ ଭାଙ୍ଗି ନପଡିବାକୁ କାର୍ୟ୍ୟ କର୍ତ୍ତାଙ୍କୁ ଅପିଲ କରିଛନ୍ତି। ଏହା ସହିତ ଏକାଠି ମିଶି ଲଢେଇ ଜାରି ରଖିବା ବୋଲି କହିଛନ୍ତି। 

ସେ କହିଛନ୍ତି ଯେ, ମୁଁ ପରାଜୟ ସ୍ଵୀକାର କରୁଛି। ତଥାପି ଦଳର କାର୍ଯ୍ୟକର୍ତ୍ତା ବହୁତ ପରିଶ୍ରମ କରିଛନ୍ତି। ଆମେଠିରେ ସ୍ମୁତି ଇରାନୀଙ୍କୁ ଅଭିନନ୍ଦନ ଜଣାଉଛି। ସେ ଏହି ସଂସଦୀୟ କ୍ଷେତ୍ରରେ ବିକାଶମୂଳକ କାମକୁ ଆଗେଇ ନେବେ।

ନିର୍ବାଚନ ଆୟୋଗର ସୂଚନା ମୁତାବକ ସ୍ମୁତିଙ୍କୁ  ୨, ୮୬, ୫୦୪ ଓ ରାହୁଲଙ୍କୁ ୨, ୫୩, ୫୦୩ ଖଣ୍ଡ ଭୋଟ୍ ମିଳିଛି। ୨୦୧୪ରେ ସ୍ମୁତି ରାହୁଲ ବିପକ୍ଷରେ ଥିଲେ ଏବଂ ଏକ ଲକ୍ଷରୁ ଅଧିକ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ।  

Subscribe

National International State Sports Entertainment