ସମ୍ବଲପୁର ଠେଲକୋଲୋଇ ପୋଲିସକୁ ମିଳିଛି ବଡ ସଫଳତା । ୨୩ କେଜି ୭୦୦ ଗ୍ରାମ ଗଞ୍ଜେଇ ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଠେଲକୋଲୋଇ ପୋଲିସ। ଚୋରାଚାଲାଣ ବେଳେ ଠେଲକୋଲୋଇ ପୋଲିସ ହାତରେ ଧରା ପଡିଛନ୍ତି ୩ ଅଭିଯୁକ୍ତ । ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚେକିଂ ପଏଣ୍ଟ କରଯାଇଛି । ଠେଲକୋଲୋଇ ଏସବିଆଇ ନିକଟରେ ଚାଲିଥିବା ଚେକିଂ ବେଳେ ଏକ ସ୍କୁଟିକୁ ସନ୍ଦେହ କରି ଯାଞ୍ଚ କରିବା ସମୟରେ ସେଥିରେ ଚୋରାଚାଲାଣ ହେଉଥିବା ଗଞ୍ଜେଇ ଜବତ ହୋଇଛି। ଘଟଣାରେ ଏକ ସ୍କୁଟି, ମୋବାଇଲ ଫୋନ ଓ ଚୋରାଚାଲାଣ ହେଉଥିବା ଗଞ୍ଜେଇ ସହ ୩ ଅଭିଯୁକ୍ତ ରାକେଶ ଓରାମ, ଲଲିତା ଜାଲ, ରାଜେଶ ବର୍ମାଙ୍କୁ ଗିରଫ କରାଯାଇଥିବା ନେଇ ପୋଲିସ ଏସଡିପିଓ ତୋଫାନ ବାଗ ସୁଚନା ଦେଇଛନ୍ତି।
ଅଧିକ ପଢନ୍ତୁ : କେନ୍ଦୁଝର ପୋଲିସକୁ ମିଳିଲା ବଡ ସଫଳତା