ଡିସିପିର ପରିଚୟ ଦେଇ ଲୁଟିନେଲେ କୋଟି କୋଟି ଟଙ୍କା । ଦିନକୁ ଦିନ ବଢିଚାଲିଛି ସାଇବର ଲୁଟେରାଙ୍କ ଲୁଟପାଟ। ଭିନ୍ନ ଭିନ୍ନ ଆଳରେ ସାଧାରଣ ଜନତାଙ୍କଠାରୁ ଲୁଟ କରି ଚାଲିଛନ୍ତି । ଏପରିକି କ୍ରାଇମବ୍ରାଞ୍ଚ ଡିସିପିର ପଚିଚୟ ଦେଇ ଜଣେ ମହିଳାଙ୍କ ଆକାଉଣ୍ଟରୁ ଲୁଟିନେଇଛନ୍ତି କୋଟି କୋଟି ଟଙ୍କା । ଫୋନ କଲରେ କ୍ରାଇମବ୍ରାଞ୍ଚ କହି ମହିଳାଙ୍କୁ ଚୂନ ଲଗାଇଲେ ସାଇବର ଲୁଟେରା । ଏଭଳି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶରୁ ।
ସୂଚନା ଅନୁଯାୟୀ,ଗତ ଏପ୍ରିଲ ୨୩ ତାରିଖରେ ଜଣେ ବୃଦ୍ଧାଙ୍କ ପାଖକୁ ଅଜଣା ନମ୍ବରରୁ କଲ୍ ଆସିଥିଲା । କଲ୍ କରିଥିବା ବ୍ୟକ୍ତିଜଣକ ନିଜକୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଫିସର ବୋଲି ପରିଚୟ ଦେଇଥିଲେ । ଏହାପରେ ତାଇୱାନରୁ ତାଙ୍କ ନାଁରେ ଏକ ପାର୍ସଲ ଆସିଥିବା ବେଳେ ସେଥିରେ ୨ଶହ ଗ୍ରାମ ଡ୍ରଗ୍ଧ, ୩ କ୍ରେଡିଡ କାର୍ଡ ଓ ୫ ଲାଭ ଡିଡ କାର୍ଡ ଓ ୫ ଲାପଟପ୍ ରହିଛି ବୋଲି କହିଥିଲେ । ଏଭଳି କଥା ଶୁଣିବା ପରେ ମହିଳା ଜଣକ ଭୟଭୀତ ହୋଇଯାଇଥିଲେ । ମହିଳଙ୍କୁ ଭୟଭୀତ କରାଇ ତାଙ୍କ ଠାରୁ ବ୍ୟାଙ୍କ ଖାତା ଡିଟେଲସ ନେଇଯାଇଥିଲେ । ବ୍ୟାଙ୍କ ଖାତା ଡିଟେଲ୍ସ ଦେବାର କିଛି ସମୟ ପରେ ମହିଳାଙ୍କ ବ୍ୟାଙ୍କ ଖାତାରୁ ଉଡିଯାଇଥୁଲା ୧ କୋଟି ୪୮ ଲକ୍ଷ ଟଙ୍କା । ଏହା ଦେଖି ମହିଳା ଜଣକ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।