ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି । ଭିନ୍ନ ଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ । ଏହି ପୁରସ୍କାରକୁ ପ୍ରଦାନ କରିବେ ମହାମହିମ ଦ୍ରୌପଦୀ ମୁର୍ମୁ । ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତି ଭାବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ବ୍ୟବସ୍ଥା କରାଯାଇ ସେଠାରେ ଏହି ପୁରସ୍କାର ପ୍ରଦାନ କରାଯିବ । ପଦ୍ମ ପୁରସ୍କାର ହେଉଛି ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରୁ ଅନ୍ୟତମ ।
ଏହି ପୁରସ୍କାର ୩ ଟି ପର୍ଯ୍ୟାୟରେ ପ୍ରଦାନ କରାଯାଇଥାଏ । ସେହିସବୁ ହେଉଛି ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ। ଭିନ୍ନ କ୍ଷେତ୍ରରେ କ୍ଷତି ଅର୍ଜନ କରିଥିବା ବ୍ୟକ୍ତିମାନେ ଏହି ପୁରସ୍କାର ନେବାର ସୌଭାଗ୍ୟ ପାଇଥାନ୍ତି । କଳା, ସାମାଜିକ କାର୍ଯ୍ୟ, ବିଜ୍ଞାନ ଏବଂ ଯାନ୍ତ୍ରିକ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ, ଶିକ୍ଷା, କ୍ରୀଡ଼ା, ପ୍ରଶାସନିକ ସେବା ଆଦି କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଏ। ଏହି ପଦ୍ମ ପୁରସ୍କାରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରିବେ ।
ଅଧିକ ପଢନ୍ତୁ :୨୫ ବର୍ଷ ପରେ ବଜାରକୁ ଫେରିଲା ନୋକିଆ ୩୨୧୦: ଜାଣନ୍ତୁ ଦର, ଫିଚର୍ସ