Home >
ଆଉ ନାହିଁ “ସମଦୂରତା” ! ଓଡ଼ିଶା କଥା ଯିଏ ଶୁଣିବ ତାକୁ ସମର୍ଥନ କରିବୁ-ନବୀନ
Khabar Odisha:politics-odisha-which-ever-govt-supports-the-demand-of-odisha-bjd-will-support-them-naveen-patnaik
ଭୁବନେଶ୍ୱର,ଏପ୍ରିଲ ୧୫(ଖବର ଓଡ଼ିଶା):

ଚଳିତ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଆସନ୍ତା 18ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳର ନେତାମାନେ ନିଜ ଦଳ ଏବଂ ପ୍ରାର୍ଥୀଙ୍କ ପ୍ରାଚର କରୁଛନ୍ତି, ଏହା ସହ ରାଜନୈତିକ ବୟାନବାଜି ମଧ୍ୟ ଜାରି ରହିଛି । ଏହା ମଧ୍ୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସ୍ୱର ବଦଳାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ “ସମଦୂରତା” ମନ୍ତବ୍ୟ ଧୂଆଁ ବାଣ ହେବାକୁ ଯାଉଛି ! ଏନେଇ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ସର୍ବଦା ସମଦୂରତ୍ୱ କଥା କହୁଥିବା ନବୀନଙ୍କ ମୁଁହରୁ ଭିନ୍ନ କଥା ବାହାରିଛି । 

ପୂର୍ବରୁ ସବୁବେଳେ ସମଦୂରତ୍ୱ କଥା କହୁଥିବା ମୁଖ୍ୟମନ୍ତ୍ରୀ,ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷତକାର ଦେଇ ନିଜର ସ୍ୱର ବଦଳାଇଛନ୍ତି । କିନ୍ତୁ ଏବେ ଓଡିଶା ସ୍ୱାର୍ଥ କଥା କହି ନବୀନ ସ୍ୱର ବଦଲାଇଛନ୍ତି ।  ନବୀନ କହିଛନ୍ତି ଯେ, କେନ୍ଦ୍ରରେ ଏନଡିଏ ହେଉ ଅବା ୟୁପିଏ ହେଉ ଯେଉଁ ସରକାର ଓଡିଶାର ଦାବିକୁ ଶୁଣିବ, ଓଡିଶା ପାଇଁ କାମ କରିବ ଏବଂ ଓଡିଶା ସହ ଭଲ ଡିଲ କରିବ ସେହି ମେଣ୍ଟକୁ ସମର୍ଥନ କରିବୁ । ଏହା ପୂର୍ବରୁ ଆଉ ଏକ ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ସକ୍ଷାତକାର ଦେଇ ଭିନ୍ନ କଥା କହିଥିଲେ ନବୀନ । ଏନଡିଟିଭିକୁ ସାକ୍ଷାତକାରା ଦେଇ ସମଦୂରତ୍ୱ କଥା କହିଥିଲେ । 

ତେବେ ଆଜି ପର୍ଯ୍ୟନ୍ତ କଂଗ୍ରେସ ଏବଂ ବିଜେପି ଠାରୁ ସମଦୂରତ୍ୱ କଥା କହୁଥିବା ବିଜେଡି ସୁପ୍ରିମୋ ହଠାତ କାହିଁକି ନିଜର ସ୍ୱର ବଦଲାଇଛନ୍ତି ? ଏହା ପରାଜୟ ଭୟରେ ନୁହେଁ ତ ? ପୂର୍ଣ୍ଣ ବହୁମତ ନମିଳିବା ଭୟରେ ମୁଖ୍ୟମନ୍ତ୍ରୀ ନିଜ ନୀତିରୁ ଓହରୁଛନ୍ତି କି ? ଏହି ପରି ଅନେକ ପ୍ରଶ୍ନ ଉଙ୍କି ମାରିବା ସ୍ୱାଭାବିକ କାରଣ ଚଳିତଥର ନିର୍ବାଚନ ନବୀନଙ୍କ ପାଇଁ ସେଚେଟା ସହଜ ନୁହେଁ ବୋଲି ସବୁ ଗଣ ମାଧ୍ୟମରେ ଏବଂ ସାଧାରଣରେ ମଧ୍ୟ ଚର୍ଚ୍ଚା ହେଉଛି । 2000ରୁ ନବୀନ ପଟ୍ଟନାୟକ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଅଛନ୍ତି ସବୁ ନିର୍ବାଚନ ଏକତରଫା ଭାବେ ମଧ୍ୟ ଜିତିଛନ୍ତି । ସେତେବେଳେ ରାଜ୍ୟରେ ନା କୌଣସି ଦୃଢ ବିରୋଧି ଦଳ ଥିଲା ନା କେହି ଦୃଢ ନେତା ଥିଲେ, କିନ୍ତୁ ବର୍ତ୍ତମାନ ବିଜେପି ରାଜ୍ୟରେ ଦୃଢ ଦଳ ଭାବେ ଉଭା ହୋଇଛି ଏବଂ ବିଜେଡିକୁ ସିଧା ସିଧା କଡା ଟକ୍କର ଦେଉଛି । ଓଡିଶାର ବର୍ତ୍ତମାନର ରାଜନୈତିକ ସ୍ଥିତିକୁ ଦେଖିବାକୁ ଗଲେ କୌଣସି ଦଳକୁ ପୂର୍ଣ୍ଣ ବହୁମତ ନ ମିଳିପାରେ ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ଚଳିତଥର ରାଜ୍ୟରେ ମେଣ୍ଟ ସରକାର ହୋଇପାରେ ବୋଲି ରାଜନୈତିକ ପଣ୍ଡିତ ମାନେ ମଧ୍ୟ ନିଜର ଅଙ୍କ କସି ସଂକେତ ଦେଇସାରିଲେଣି । ଏହି ସବୁ କୋଣକୁ ଦୃଷ୍ଟିରେ ରଖି ନବୀନ ଆଗୁଆ ସଜ ହେଉଛନ୍ତି ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଉଛି । 

Subscribe

National International State Sports Entertainment