Home >
ୟୁକେରେ ପିଏଚଡି ବର୍ଗର ନାଗରିକଙ୍କ ପାଇଁ ଭିସା ସୀମା ଶେଷ, ଭାରତୀୟ ହେବେ ଅଧିକ ଲାଭବାନ
Khabar Odisha:national-odisha-Indians-To-Benefit-As-Uk-Lifts-Cap-On-Phd-Level-Work-Visas
ନୂଆଦିଲ୍ଲୀ ,ମାର୍ଚ୍ଚ ୧୫ (ଖବର ଓଡିଶା):

ୟୁକେ ସରକାର ବିଦେଶରେ ପିଏଚଡି ଡିଗ୍ରୀ କରୁଥିବା ନାଗରିକ ମାନଙ୍କ ପାଇଁ ଭିସା ସଂଖ୍ୟର ସୀମା ଶେଷ କରିବାକୁ ଯାଉଛନ୍ତି । ଏହାଦ୍ୱାରା ଉଚ୍ଚ ଡିଗ୍ରୀଧାରୀ ଭାରତୀୟ କର୍ମଚାରୀଙ୍କୁ ଅନେକ ଫାଇଦା ମିଳିବ । ବ୍ରିଟେନର ଚାନ୍‌ସେଲର ଫିଲିପ ହେମଣ୍ଡ ଏହି ବଜେଟର ଘୋଷଣା କରିଛନ୍ତି ଯେ ଉଚ୍ଚଶିକ୍ଷା ଆଧାରିତ ଚାକିରୀ ପାଇଁ ବ୍ରିଟେନକୁ ଆସୁଥିବା ଲୋକମାନଙ୍କ ସଂଖ୍ୟାର ସୀମା ରହିବ ନାହିଁ ।

ଚାନ୍‌ସେଲର ହେମଣ୍ଡ କହିଛନ୍ତି ଯେ -ବିଟ୍ରେନକୁ ଟେକନୋଲୋଜି ସ୍ତରରେ ଆଗୁଆ କରିବା ପାଇଁ ଏହି ଯୋଜନା ପ୍ରମୁଖ ସ୍ତମ୍ଭ ଅଟେ । ଏଥିରେ ଆମର ଅର୍ଥବ୍ୟବସ୍ଥା ଠିକ ହୋଇପାରିବ । ଆମର ଏହି ଲକ୍ଷ ସାଧନ କରିବା ପାଇଁ ପିଏଚଡି ସ୍ତରରେ ଚାକିରୀରେ ପାଇଁ ଭିସାର ସଂଖ୍ୟା ଶେଷ କରାଯିବ ।

୨୦୧୯ରେ ପିଏଚଡି ସ୍ତରରେ ଚାକିରୀଆ ମାନଙ୍କ ପାଇଁ ଟିୟର ୨ (ଜେନରାଲ) ସୀମା ରୁ ମୁକ୍ତ କରିଛନ୍ତି । ଏହା ସହ ୧୮୦ ଦିନ ଅନୁପସ୍ଥିତ ସମ୍ବଧିତ ଇମିଗ୍ରେସନ ଆଇନ ବଦଳାଯିବ । ବିଦେଶରୁ ଆସୁଥିବା ରିସର୍ଚର ୟୁକେ ରହିବା ପାଇଁ ଚାହିଁଲେ ତାଙ୍କୁ ଅଧିକ ଅସୁବିଧାର ସମ୍ମୁଖିନ ନକରିବାକୁ ପଡିବ।

୫୪ ପ୍ରତିଶତ ଭିସା ଉପରେ ଭାରତୀୟଙ୍କ କବ୍ଜା –ୟୁକେର ଗୃହ ମନ୍ତ୍ରାଳୟ ସଦ୍ୟ ସୂଚନା ଅନୁସାରେ ୨୦୧୮ ରେ ଉଚ୍ଚ କୌଶଳି ଚାକିରୀ ପାଇଁ ୫୪ ପ୍ରତିଶତ ଟିୟର ୨ ସାଧାରଣ ବର୍ଗର ଭିସା ଭାରତୀୟଙ୍କୁ ଦିଆଯାଇଥିଲା । ପୂର୍ବ ବର୍ଷ  ଭାରତୀୟମାନେ ଏହି ଶ୍ରେଣୀର ଭିସା ସ୍ୱୀକୃତିରେ ମଧ୍ୟ ସବୁଠାରୁ ଅଧିକ ଥିଲା । ୨୦୧୭ ତୁଳନାରେ ୨୦୧୮ ରେ ୬ ପ୍ରତିଶତ ୩,୦୨୩ ଅଧିତ ଭିସା ଦିଆଯାଇଥିଲା ।

Subscribe

National International State Sports Entertainment