ଓଡ଼ିଶାର ଜୀବନ ରେଖା ଭାବରେ ପରିଚିତ ମହାନଦୀ ଆଖିରେ ଏବେ ଲୁହ ଝରୁଛି । ଏଥିପାଇଁ ଓଡ଼ିଶାରେ ୨୫ ବର୍ଷ ଶାସନରେ ଥିବା ବିଜେଡି ସରକାରକୁ ଦାୟି କରିଛି ବିଜେପି । ଏନେଇ ସମ୍ବଲପୁର ମହାନଦୀର ନନ୍ଦପଡା ଘାଟରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମହାନଦୀର ବର୍ତ୍ତମାନ ସ୍ଥିତିକୁ ନେଇ ଗଣମାଧ୍ୟମକୁ ସୁଚନା ଦିଆଯାଇଥିଲା। ବରିଷ୍ଠ ବିଜେପି ନେତା ପ୍ରମୋଦ ରଥ, ବିଜେପି ରାଜ୍ୟ ପ୍ୟାନେଲିଷ୍ଟ ମାନସ ବସ୍କିଙ୍କ ସମେତ ଅନ୍ୟ ପଦାଧିକାରୀ ପ୍ରଦୂଷିତ ମହାନଦୀ ପାଣି ବ୍ୟବହାର ଯୋଗ୍ୟ ନୁହେଁ ବୋଲି ଅଭିଯୋଗ ଆଣିଥିଲେ । ଏପରିକି ମହାନଦୀ ପାଣି ବ୍ୟବହାର ଉପଯୋଗୀ ନୁହେଁ ବୋଲି ପ୍ରଦୃଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପୁର୍ବରୁ ଘୋଷଣା କରାଯାଇଛି। ତେବେ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ଯେ ମହାନଦୀରେ ବ୍ରିଜ ଓ ବ୍ୟାରେଜ ନିର୍ମାଣ ହେବା ତ ଦୂରର କଥା ନଦୀକୁ ଠିକ ସେ ସଫା ମଧ୍ୟ କରାଯାଉନାହିଁ । ଯାହାକୁ ନେଇ ଦୀର୍ଘ ବର୍ଷ ଧରି ସରକାରରେ ଥିବା ବିଜେଡିକୁ ସିଧା ସିଧା ଟାର୍ଗେଟ କରିଛନ୍ତି । ମହାନଦୀ ପ୍ରସଙ୍ଗରେ ବିଜେଡି କେବଳ ରାଜନୀତି କରୁଛି ଏବଂ ଲୋକଙ୍କୁ ବୋକା ବନାଉଛି ବୋଲି ଅଭିଯୋଗ ଆଣିଛନ୍ତି । ଏହା ସହ ମହାନଦୀ ପ୍ରସଙ୍ଗରେ ରାଜ୍ୟ ବାସୀ ୨୦୨୪ ନିର୍ବାଚନରେ ବିଜେଡିକୁ ଉଚିତ ଜବାବ ଦେବେ ବୋଳି ବିଜେପି ନେତା ଡକ୍ଟର ପ୍ରମୋଦ ରଥ ପ୍ରତିକ୍ରିୟା ରଖିଛନ୍ତି ।
ଅଧିକ ପଢନ୍ତୁ : ସାରକୁଣ୍ଡା ଜଙ୍ଗଲରେ ନିଆଁ