ଦୁର୍ଘଟଣାରେ ଶ୍ରମିକ ମୃତ,ଟାୟାର ଜାଳି ରାସ୍ତା ରୋକ । ଗାଡି ଧକ୍କାରେ ଚାଲିଗଲା ଶ୍ରମିକଙ୍କ ଜୀବନ । ଦିନ ମଜୁରିଆ ଭାବେ କାମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ । ହେଲେ ନିମିଷକ ମଧ୍ୟରେ ସବୁକିଛି ସରିଗଲା । ନିଜର କାର୍ଯ୍ୟ କରୁଥିବା ସମୟରେ ଚଢ଼ିଗଲା ଗାଡି । ଏହାକୁ ପ୍ରତିବାଦ କରି ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାରେ ।
ସୂଚନା ଅନୁଯାୟୀ,କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ର ଜମ୍ବୁ -ମାର୍ଶାଘାଇରେ ଏକ କେନାଲ ରାସ୍ତା କାର୍ଯ୍ୟ କରାଯାଉଥିଲା । ବିଳମ୍ବିତ ରାତିରେ ଏହି କାର୍ଯ୍ୟ କରାଯାଉଥିଲା । ସେଠାରେ କିଛି ଶ୍ରମିକ ଏହି କାର୍ଯ୍ୟରେ ନିୟୋଜିତ ଥିଲେ ସେହି ସମୟରେ ଶ୍ରମିକଙ୍କୁ ଏକ ଗାଡି ଆସି ଧକ୍କା ଦେଇଥିଲା । ଯାହାଫଳରେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ପ୍ରତିବାଦ କରି ଜମ୍ମୁ -ମାର୍ଶାଘାଇ କେନାଲ ରୋଡର ବାୟାବାବା କଲେଜ ଛକରେ ଟାୟାର ଜାଳି ରାସ୍ତା ରୋକ୍ କରିଛନ୍ତି ସ୍ଥାନୀୟ ଲୋକେ । ଅନ୍ୟପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢନ୍ତୁ :ଅଧା ରାସ୍ତାରେ ଦୁର୍ଘଟଣା ଓଲଟିଲା ବସ୍