ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା । ତାଙ୍କ ମହିମା ହେଉଛି ଅଲୈକିକ । ଭକ୍ତ ମାନେ କାହିଁ କେତେ ଦୂରରୁ ମାଙ୍କ ଦର୍ଶନ ପାଇଁ ଆସୁଛନ୍ତି । ଲୋକମାନଙ୍କ କହିବା ଅନୁସାରେ ମାଙ୍କୁ ମନରୁ ଯାହା ଡାକିବା ମା ପୂରଣ କରନ୍ତି । ଓଡିଶାର 16 ଶକ୍ତି ପୀଠ ମଧ୍ୟରୁ ଝଙ୍କଡ ବସିନୀ ମା ସାରଳା ପୀଠ ଅନ୍ୟତମ । ତେବେ ଦୋଳ ପୂର୍ଣ୍ଣିମାରେ ବାର୍ଷିକ ପାଞ୍ଜି ପାଠ ସମ୍ପନ୍ନ ହୋଇଛି । ପରମ୍ପରା ଅନୁସାରେ ମା ଙ୍କ ବିଜେ ପ୍ରତିମାକୁ ସୁସଜିତ ବିମାନରେ ଶୋଭାଯାତ୍ରାରେ ଅଣାଯାଇ ମନ୍ଦିର ସାମ୍ନା ଦୋଳବେଦୀରେ ଉପବିଷ୍ଟନ କରାଯାଇଥିଲା । ସେଠାରେ ମାଙ୍କ ମନ୍ଦିରର ଅଧିକୃତ ଜ୍ୟୋତିଷ ପ୍ରହଲ୍ଲାଦ ନାୟକ କୋହିନୁର ପଞ୍ଜିକା ପାଠ କରିଥିଲେ । 2024 ମସିହା ର ରାଷ୍ଟ୍ରୀୟ ଓ ରାଜ୍ୟର ଫଳାଫଳ ପାଠ କରିଥିଲେ । ମାଙ୍କର ଦଶ ଘଣ୍ଟର ଉପସ୍ଥିତିରେ ଏହି ପଞ୍ଜିକା ପାଠ କରାଯାଇଥିଲା । ପଞ୍ଜିକା ପାଠ ପରେ ମାଙ୍କ ନିକଟରେ ସନ୍ଧ୍ୟା ଆଳତୀ ହୋଇଥିଲା । ପୁନର୍ବାର ମା ଙ୍କୁ ଶୋଭାଯାତ୍ରାରେ ମନ୍ଦିରକୁ ନିଆଯାଇଥିଲା ।
ଅଧିକା ପଢନ୍ତୁ : ରଥଯାତ୍ରା ପାଇଁ ବୈଠକ