Home >
“ଏଇଠି ଠୋ କରି ବଜେଇବି”- ସାମ୍ୱାଦିକଙ୍କୁ ଧମକ ଦେଲେ ପ୍ରୀୟଙ୍କାଙ୍କ ଗୁଣ୍ଡା
Khabar Odisha:National-news-Priyanka-Gandhi-Associate-Scuffles-With-Reporter
ନୂଆଦିଲ୍ଲୀ, ଅଗଷ୍ଟ ୧୩ (ଖବର ଓଡିଶା)

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଧାରା 370ର ଉଚ୍ଛେଦକୁ ନେଇ ପ୍ରଶ୍ନ ପଚରାବାରୁ ରିପୋର୍ଟଙ୍କୁ ଦୁର୍ବ୍ୟବହାର ଏବଂ ମାରିବାର ଧମକ ଦିଆଯାଇଥିବା ମାମଲା ସାମ୍ନାକୁ ଆସିଛି । ସୋନଭଦ୍ର ହତ୍ୟାକାଣ୍ଡର ପୀଡିତଙ୍କୁ ଭେଟିବାକୁ ଯାଇଥିବା ପ୍ରୀୟଙ୍କା ଗାନ୍ଧୀଙ୍କୁ ଏକ ଟିଭି ଚ୍ୟାନେଲର ରିପୋର୍ଟର କହିଥିଲେ, “ଆମେ ଆପଣଠାରୁ ଦୁଇ ମିନିଟ ଚାହୁଁଛୁ ଏବଂ ଧାରା 370 ଉପରେ ଆପଣଙ୍କ ରାୟ ଜାଣିବାକୁ ଚାହୁଁଛୁ” । ଏହା ଉପରେ ପ୍ରୀୟଙ୍କ କାହିଥିଲେ ମୁଁ ଏମାନଙ୍କୁ ଭେଟିବାକୁ ଆସିଛି ଏବଂ ଏମାନଙ୍କୁ ଭେଟିବାକୁ ଦିଅନ୍ତୁ । 

ଏହାରି ମଧ୍ୟରେ ରିପୋର୍ଟର ଜଣଙ୍କ ପ୍ରୀୟଙ୍କାଙ୍କୁ ପୁଣି ପ୍ରଶ୍ନ କରିବାର ଚେଷ୍ଟା କରିଥିଲେ ଏତିକି ବେଳେ ପ୍ରୀୟଙ୍କାଙ୍କ ସହଯୋଗୀ ସନ୍ଦୀପ ସିଂହ ରିପୋର୍ଟରଙ୍କୁ ଧମକ ଦେଇ କହିଥିଲେ, “ଶୁଣ ଶୁଣ, ଏଇଠି ହିଁ  ଠୋ କରି ବଜେଇ ଦେବି । ମାରିବି ଯଦି ପଡିଯିବ” । ଏହା ପରେ ରିପୋର୍ଟର ଜଣଙ୍କ ପାଟିକରି ପ୍ରୀୟଙ୍କାଙ୍କୁ କହିଥିଲେ ଯେ କଂଗ୍ରେସ କର୍ମୀମାନେ କ୍ୟାମେରାକୁ ଧକ୍କା ମାରୁଛନ୍ତି, କିନ୍ତୁ ପ୍ରୀୟଙ୍କ ଏହାକୁ ବିରୋଧ ନକରି ସେଠାରୁ ଚାଲି ଯାଇଥିଲେ । 

ଏତିକିରେ କଂଗ୍ରେସ କର୍ମୀଙ୍କ ଦାଦାଗିର ଶେଷ ହୋଇ ନଥିଲା । ରିପୋର୍ଟର ସନ୍ଦୀପଙ୍କୁ କହିଥିଲେ ଯେ ଆପଣ ମୋତେ ମାରିବାର ଧମକ ଦେଉଛନ୍ତି । ଏହା ଉପରେ କଂଗ୍ରେସ କର୍ମୀମାନେ ରିପୋର୍ଟଙ୍କୁ ବିଜେପିରୁ ଟଙ୍କା ନେଇ କାମ କରୁଥିବା ଅଭିଯୋଗ ଲାଗାଇଥିଲେ । 

Subscribe

National International State Sports Entertainment