Home >
୧୧୨ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ, ଓଡ଼ିଶାରୁ ସମ୍ମାନିତ ହେଲେ ୩ବ୍ୟକ୍ତି
Khabar Odisha:National-Odisha-president-ram-nath-kovind-confers-padma-awards-in-rashtrapati-bhawan
ନୂଆଦିଲ୍ଲୀ, ମାର୍ଚ୍ଚ୧୬(ଖବର ଓଡ଼ିଶା):

 ରାଷ୍ଟ୍ରପତି ଭବନରେ ଆଜି ପଦ୍ମ ପୁରସ୍କାର ପାଇଁ ଏକ ବିଷେଶ  କାର୍ଯ୍ୟକ୍ରମ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଏହି କାର୍ଯ୍ୟକ୍ରମରେ ୧୧୨ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି । ଏମାନଙ୍କ ମଧ୍ୟରେ ଓଡ଼ିଶାର ତିନିଜଣ ରହିଛନ୍ତି ।

ଚଳିତ  ସାଧାରଣତନ୍ତ୍ର ଦିବସ ଅବସରରେ ୧୧୨ଜଣ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରି ସେମାନଙ୍କ ନାଁ ଘୋଷଣା କରାଯାଇଥିଲା । ଆଜି ରାଷ୍ଟ୍ରପତି ଭବନରେ ରାମନାଥ କୋବିନ୍ଦ ବିଷିଷ୍ଟ ବ୍ୟକ୍ତିଙ୍କୁ ଏହି ପୁରସ୍କାର ଦେଇ ସମ୍ମାନିତ କରିଛନ୍ତି । ଆଜି ରାଷ୍ଟ୍ରପତି କୋବିନ୍ଦ ବଲିଉଡ଼ ଅଭିନେତା ମନୋଜ ବାଜପାୟୀଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି । ଭାରତୀୟ ଫୁଟବଲ ଖେଳାଳୀ ସୁନିଲ ଛେତ୍ରୀ ଭଲ ପ୍ରଦର୍ଶନ କରୁଥିବାରୁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । କଳା,ସଙ୍ଗୀତ ଓ ତବଲା କ୍ଷେତ୍ରରେ ପାରଦର୍ଶିତା ଥିବାରୁ ସ୍ୱପ୍ନ ଚୈାଧୁରୀଙ୍କୁ ରାମନାଥ କୋବିନ୍ଦ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି । ଲକ୍ଷ୍ୟ ଭେଦରେ ଯୋଗଦାନ ଓ ଭଲ ପ୍ରଦର୍ଶନ ପାଇଁ ବମ୍ବେୱାଲା ଦେବୀ ଲେଶରାମଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଛି । ଭାରତୀୟ କ୍ରିକେଟ ଟିମର ପ୍ରଥମ ଓପନର ଭାବେ ଗୈାତମ ଗମ୍ଭୀରଙ୍କୁ ପଦ୍ମଶ୍ରୀ ପୁରସ୍କାର ଦ୍ୱାରା ସମ୍ମାନୀତ କରଯାଇଛି । ସାର୍ବଜନିନ ମହଲରେ ଯୋଗଦାନ କାରଣରୁ ଏଚଏସ ଫୁକ୍ଳାଙ୍କୁ ଏହି ସମ୍ମାନ ମିଳିଛି । ଭାରତୀୟ ବାସକେଟ ବଲ ଖେଳାଳୀ ପ୍ରଶାନ୍ତି ସିଂହଙ୍କ ରାମନାଥ କୋବିନ୍ଦ ଆଜି ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି ।

ଓଡ଼ିଶାର ତିନିଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । କଟକର ଜଣେ ଚା ବିକାଳୀ  ଡି. ପ୍ରକାଶ ରାଓଙ୍କୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ  ପୁରସ୍କାର ପ୍ରଦାନ କରିଛନ୍ତି । ସେ ନିଜ ଚା ଦୋକାନ ଟଙ୍କାରେ ବସ୍ତି ପିଲାଙ୍କୁ ପାଠ ପଡାଇ ମହନୀୟତା ଅର୍ଜନ କରିଛନ୍ତି । ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବାରୁ ରାମନାଥ କୋବିନ୍ଦ ଦୈତାରୀ ନାୟକଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି । ସେ ପାହାଡ଼ କାଟି କ୍ଷେତକୁ ପାଣି ଯୋଗାଇବାରେ ସଫଳ ହୋଇଥିଲେ । କୃଷିକ୍ଷେତ୍ରରେ ବିଶେଷ ଅବଦାନ ପାଇଁ କୋରାପୁଟର କମଳା ପୂଜାରୀଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ସେ ଜୈବିକ ପଦ୍ଧତିରେ କୃଷି କାର୍ଯ୍ୟ କରି ପ୍ରଶଂସା ସାଇଣ୍ଟି ଥିବାରୁ ତାଙ୍କୁ ଏହି ପୁରସ୍କାର ମିଳିଛି ।

Subscribe

National International State Sports Entertainment