Home >
ଭାରତୀୟ ବାୟୁସେନା ପାଇଁ ଗେମ ଚ୍ୟାଞ୍ଜେର ହେବ ରାଫେଲ-ସୁଖୋଇ ଯୋଡ଼ି: ଭଦୌରିଆ
Khabar Odisha:Nation-IAF-Vice-chief-air-marshal-RKS-Bhadauria-takes-a-sortie-on-Rafale-aircraft-in-France

ପ୍ୟାରିସ, ଜୁଲାଇ ୧୨ (ଖବର ଓଡ଼ିଶା): ଭାରତୀୟ ବାୟୁସେନାର ଭାଇସ ଚିଫ ଏୟାର ମାର୍ଶଲ ରାକେଶ କୁମାର ସିଂହ ଭଦୌରିଆ ଗୁରୁବାର ଫ୍ରାନ୍ସରେ ଶୀଘ୍ର ଭାରତକୁ ଆସିବାକୁ ଥିବା ଲଢୁଆ ବିମାନ ରାଫେଲରେ ଉଡ଼ିଛନ୍ତି । ଉଡାଣ ପରେ ଏୟାର ମାର୍ଶଲ ଭଦୌରିଆ କହିଛନ୍ତି, ରାଫେଲ ବିମାନ ଭାରତ ପାଇଁ ରଣନୀତି ଭାବେ ବଡ଼ ଗୁରୁତ୍ୱଭୂମିକା ଗ୍ରହଣ କରିବ । ସେ କହିଛନ୍ତି, ବାୟୁସେନାରେ ଏହି ବିମାନ ସାମିଲ ହେବା ପରେ ରାଫେଲ-ସୁଖୋଇ ଯୋଡ଼ି କୌଣସି ଉତ୍ତେଜନା ମୂଳକ ସମୟରେ ଶତ୍ରୁଙ୍କୁ ବିପଦରେ ପକାଇବାକୁ ସମର୍ଥ ହୋଇପାରିବ ।

ଏୟାର ମାର୍ଶଲ ଭଦୌରିଆ ଉଡାଣ ପରେ କହିଛନ୍ତି, ରାଫେଲରେ ଉଡ଼ିବା ସ୍ମରଣୀୟ ମୂହୁର୍ତ୍ତ ଥିଲା । ଏଠାରୁ ବହୁତ କିଛି ଶିଖିବାକୁ ମିଳିଛି ଯେ, ବାୟୁସେନାରେ ସାମିଲ ହେବା ପରେ କେମିତି ଏହାକୁ ବ୍ୟବହାର କରାଯାଇପାରିବ । ଏହା ବ୍ୟତୀତ ଆମକୁ ଦେଖିବାକୁ ପଡ଼ିବ ଯେ, ସୁଖୋଇ-୩୦ ସହିତ ଏହାର ବ୍ୟବହାର କେମିତି କରାଯାଇପାରିବ । ଭଦୌରିଆ କହିଛନ୍ତି, ଏକକାଳୀନ ଏହି ୨ଟି ଯୋଦ୍ଧା ବିମାନକୁ ବ୍ୟବହାର କରାଯାଉ, ଏହାପରେ ପାକିସ୍ତାନ ଫେବୃୟାରୀ ୨୭ରେ ଯାହା କଲା, ଆଉ କରିପାରିବ ନାହିଁ । ଏହି ୨ ବିମାନ ଏକାଠି ହୋଇ ପାକିସ୍ତାନର ବହୁତ କିଛି କ୍ଷତି କରିବାକୁ ସକ୍ଷମ ହୋଇପାରିବ । ସେ କହିଛନ୍ତି ଯେ, ରାଫେଲରେ ଯେଭଳି ଟେକନିକ ବ୍ୟବହାର କରାଯାଇଛି, ଭାରତ ପାଇଁ ଗେମ ଚ୍ୟାଞ୍ଜର ଭାବେ ପ୍ରମାଣିତ ହୋଇପାରିବ । ଆମେ ଯେଭଳି ଭାବେ ଆଗାମୀ ଦିନରେ ଯୁଦ୍ଧ ପାଇଁ ଯୋଜନା କରିଛୁ, ଏହି ହିସାବରେ ଟେକନିକ ଓ ଅସ୍ତ୍ର ସଂପୂର୍ଣ୍ଣ ଉପଯୁକ୍ତ ଅଟେ ।  ସୂଚନାଯୋଗ୍ୟ ଭାରତ ଓ ଫ୍ରାନ୍ସ ମଧ୍ୟରେ ୨୦୧୬ ସେପ୍ଟେମ୍ବର ୨୩ରେ ରାଫେଲ ବିମାନ କିଣିବାକୁ ବୁଝାମଣା ହୋଇଥିଲା । ବର୍ଷ ୨୦୧୫ ଏପ୍ରିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଯେ, ଭାରତ ୩୬ଟି ରାଫେଲ ବିମାନ ଫ୍ରାନ୍ସରୁ କିଣିବ । 

  

 

  • Tags:

Subscribe

National International State Sports Entertainment