କେନ୍ଦୁଝର ପୋଲିସକୁ ମିଳିଲା ବଡ ସଫଳତା । ଡ଼କାୟତି ଘଟଣାରେ ସମ୍ପୃକ୍ତ ମାଷ୍ଟର ମାଇଣ୍ଡଙ୍କୁ ଗିରଫ କଲା ପୋଲିସ। ପୋଲିସକୁ ଚକ୍ମା ଦେଖାଇ ଫେରାର ହୋଇଯାଉଥିବା ଡକାୟତି ଶେଷରେ ପୋଲିସ କବ୍ଜାରେ ଆସିଲେ । ରାଉରକେଲା, ଢେଙ୍କାନାଳ, ସମ୍ବଲପୁର ଇତ୍ୟାଦି ଭିନ୍ନ ଭିନ୍ନ ଜିଲ୍ଲା ସହ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନାରେ ୨୮ ଗୋଟି ବଡ଼ ଡ଼କାୟତିରେ ସମ୍ପୃକ୍ତ ଥିଲେ ମାଷ୍ଟର ମାଇଣ୍ଡ ଦାଶରଥୀ ଧୀବର ।
ସୂଚନା ଅନୁଯାୟୀ,ଡ଼କାୟତି ମାଷ୍ଟର ମାଇଣ୍ଡ ଦାଶରଥୀ ଧୀବରଙ୍କ ନେତୃତ୍ୱରେ ଗତବର୍ଷ ଅକ୍ଟୋବର ମାସ ୧୮ ତାରିଖରେ ଏକ ବଡ ଡକାୟତି ହୋଇଥିଲା । ୬ ଜଣ ଡ଼କାୟତ ନୟାକୋଟ ଥାନା ଅଞ୍ଚଳ ଫୁଲଝର ସ୍ଥିତ ସ୍ୱପ୍ନେଶ୍ଵର ଫିଲିଙ୍ଗ ଷ୍ଟେସନରେ ବନ୍ଧୁକ ଦେଖାଇ ମଧ୍ୟ ରାତ୍ରିରେ ପ୍ରାୟ ୪ଲକ୍ଷ ଟଙ୍କା ଏବଂ ଲାପଟପ ସମେତ ଅନ୍ୟାନ୍ୟ ସାମଗ୍ରୀ ଲୁଟ କରିଥିଲେ । ଏଥିସହ ଅନେକ ସ୍ଥାନରେ ବଡ ବଡ ଡ଼କାୟତିରେ ଦାଶରଥୀ ଧୀବରଙ୍କ ହାତ ରହିଛି । ତାଙ୍କୁ ଧରିବା ପାଇଁ ପୋଲିସ ଏକ ଟିମ ଗଠନ କରି ତଦନ୍ତ ଚଳାଇଥିଲେ । ଶେଷରେ ଶନିବାର ଡ଼କାୟତ ସର୍ଦ୍ଦାରକୁ ଗିରଫ କରିବାରେ ସଫଳ ହୋଇଛି। ଡ଼କାୟତକୁ ଗିରଫ କରି ତାଙ୍କୁ ଅଦାଲତ ଚାଲାଣ କରିଛନ୍ତି ପୋଲିସ ।
ଅଧିକ ପଢନ୍ତୁ :ପୁରୀରେ ବ୍ୟାପୁଛି ଝାଡ଼ାବାନ୍ତି : ୩୦ ରୁ ଅଧିକ ଆକ୍ରାନ୍ତ