ଆସନ୍ତା ୨୦୨୪ ନିର୍ବାଚନକୁ ନେଇ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜଗତସିଂହପୁରର ବାଲିକୁଦା ବ୍ଲକସ୍ଥିତ ମାଧୁରୀ ବଜାର ନିକଟରେ ଏକ ସିଂହାସନ ଖାଲିକର ସମାବେଶ ଅନୁଷ୍ଠିତ ହୋଇଯାଇଛି।ଏହି ସମାବେଶରେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ସହିତ ଜିଲ୍ଲାର ୪ଟି ବିଧାନସଭା ଓ ଲୋକସଭା ଆସନ ପାଇଁ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଦିଆ ଯାଇଥିବା ପ୍ରାର୍ଥୀତ୍ୱ ଉପରେ ଆଲୋଚନା କରାଯାଇଥିଲା ।
ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ସିଂହାସନ ଖାଲିକର ସମାବେଶ। ଏହି ସମାବେଶରେ ବିଶେଷ କରି ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଚାଷୀ ନେତା ଶେଷଦେବ ନନ୍ଦଙ୍କୁ ଜନ ସାଧାରଣ ଆଶୀର୍ବାଦ କରିବା ସହିତ ରାଜ୍ୟରେ ଚାଷୀ ସରକାରର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା। ଦୁର୍ନୀତିମୁକ୍ତ ଏବଂ ସ୍ୱଚ୍ଛ ସରକାର ଗଠନ କରିବା ସହ ଚାଷୀ ମାନଙ୍କ ସମସ୍ୟା ସମାଧାନ କରିବା ଦିଗରେ କିପରି ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ତେଣୁ ଏହି ଅବସରରେ ଚାଷୀ ତାର ନିଜ ପ୍ରତିନିଧି ବିଧାନସଭାକୁ ପଠାଇବା ଲକ୍ଷ୍ୟରେ ନିର୍ବାଚନକୁ ଓହ୍ଲାଇଛି ବୋଲି କହିଛନ୍ତି ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅକ୍ଷୟ କୁମାର।
ଅଧିକ ପଢନ୍ତୁ: ଭାରତର ଆଭ୍ୟନ୍ତରୀଣ ମାମଲାରେ ଆମେରିକାର ହସ୍ତକ୍ଷେପ