ଭାରତ-ଚୀନ୍ ସୀମାରେ ଅଶାନ୍ତି ଭିତରେ ଏକ କୂଟନୈତିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ଚୀନର ରାଜଧାନୀ ବେଜିଂରେ ଅନୁଷ୍ଠିତ ହୋଇଥିବା ବେଳେ ଲାଇନ ଅଫ ଆକଚୁଆଲ କଂଟ୍ରୋଲ (LAC)ରେ ଶାନ୍ତି ରକ୍ଷା ପାଇଁ ହୋଇଛି। ଗତବର୍ଷ ନଭେମ୍ବର ମାସରେ ୨୮ତମ ବୈଠକ ବସିଥିବା ବେଳେ ଏହା ୨୯ତମ ବୈଠକ।
ବେଜିଂରେ ଅନୁଷ୍ଠିତ ଏଇ ବୈଠକରେ ଭାରତ-ଚୀନ୍ ସୀମାନ୍ତ ବ୍ୟାପାର WMCC କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ପାରସ୍ପରିକ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ଓ ଶାନ୍ତି ସ୍ଥାପନ ପାଇଁ ଉଦ୍ୟମ ହୋଇଛି। ଏହି ସମୟରେ LACରୁ ସୈନ୍ୟ ପ୍ରତ୍ୟାହାର କରିବା ସମ୍ପର୍କରେ ବୈଠକରେ ଭାରତ ପକ୍ଷରୁ ପ୍ରସ୍ତାବ ରଖାଯାଇଥିଲା। ଏ ନେଇ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପ୍ରେସ୍ ରିଲିଜ୍ ହୋଇଛି। ଏହି ବୈଠକ ଦୁଇ ଦେଶ ମଧ୍ୟରେ ୨୯ତମ କୂଟନୈତିକ ବୈଠକ ହୋଇଥିବା ବେଳେ ଏଥିରେ କୂଟନୀତି ଏବଂ ସାମରିକ ଚ୍ୟାନେଲ ଖୋଲା ରଖିବା ଉପରେ ସହମତି ହୋଇଛି।
ଅଧିକ ପଢନ୍ତୁ: ନ୍ୟୁରାଲିଙ୍କର କମାଲ: ପକ୍ଷାଘାତ ରୋଗୀ ଖେଳିଲେ ଚେସ