ହୁତୁହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ବସ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଢେଙ୍କାନାଳ -କଟକ ୫୫ ନମ୍ବର ଜାତୀୟ ରାଜପଥ ଆନନ୍ଦନଗର ଠାରେ ଜଳିଗଲା ଯାତ୍ରୀବାହୀ ବସ । ଅଳ୍ପକେ ବର୍ତ୍ତିଲେ ବସରେ ଥିବା ୩୦ରୁ ଅଧିକ ଯାତ୍ରୀ।
ସୂଚନା ଅନୁଯାୟୀ ଆଜି ତାଳଚେରରୁ ଭୁବନେଶ୍ୱର ଯାଉଥିବା ପ୍ରିୟାଂଶି ନାମକ ଏକ ଘରୋଇ ଯାତ୍ରୀବାହୀ ବସରେ ଆକସ୍ମିକ ଭାବେ ନିଆଁ ଲାଗିଯାଇଥିଲା । ସୌଭାଗ୍ଯବଶତଃ ବସ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ଯାତ୍ରୀମାନେ ବର୍ତ୍ତୀ ଯାଇଛନ୍ତି। ନିଆଁ ଲାଗିଥିବା ଜାଣି ସମସ୍ତ ଯାତ୍ରୀ ତୁରନ୍ତ ବସ୍ରୁ ଓହ୍ଲାଇବାକୁ କହିଥିଲେ ଡ୍ରାଇଭର।
ତେବେ ବସ ରେ କେଉଁ କାରଣରୁ ନିଆଁ ଲାଗିଲା ତାହାର କାରଣ ଜଣାପଡିନଥିଲା ବେଳେ ଅତ୍ୟଧିକ ଗରମ ଯୋଗୁଁ ସଟସର୍କିଟ ହୋଇ ନିଆଁ ଲାଗିଥିବା ଅନୁମାନ କରାଯାଉଛି l ଅଗ୍ନିକାଣ୍ଡରେ ବସଟି ସମ୍ପୂର୍ଣ ଭାବେ ଜଳି ଯାଇଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ଜାତୀୟ ରାଜପଥ ୫୫ ରେ ଏହି ଅଗ୍ନିକାଣ୍ଡ ହୋଇଥିବାରୁ କଟକ -ସମ୍ବଲପୁର ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।