ସମୁଦ୍ରରେ ବୁଡ଼ିଗଲେ ୫ଜଣ ଡାକ୍ତରୀ ଛାତ୍ରଛାତ୍ରୀ । ବିବାହରେ ଯୋଗ ଦେବାକୁ ଯାଇଥିଲେ ଛାତ୍ରଛାତ୍ରୀ । ହେଲେ ସମୁଦ୍ରରେ ବୁଡି ଚାଲିଗଲା ଜୀବନ । ଏଭଳି ଘଟଣା ସାମ୍ନାକୁ ଆସିଛି ତାମିଲ ନାଡ଼ୁରୁ । ସୂଚନା ଅନୁଯାୟୀ,ସୋମବାର ୨ ଜଣ ଡାକ୍ତରୀ ଛାତ୍ରୀ ଓ ୩ ଜଣ ଡାକ୍ତରୀ ଛାତ୍ର ତାମିଲନାଡ଼ୁର କନ୍ୟାକୁମାରୀ ଉପକୂଳ ଲେମୁର ବେଳାଭୂମିକୁ ବୁଲିବା ପାଇଁ ଯାଇଥିଲେ । ଜଣେ ଛାତ୍ରଙ୍କ ସମ୍ପର୍କୀୟଙ୍କ ବିବାହରେ ଯୋଗଦେବାକୁ ସେମାନେ କନ୍ୟାକୁମାରୀ ଆସିଥିଲେ। ଲେମୁର ବେଳାଭୂମିରେ ସମୁଦ୍ର ଅଶାନ୍ତ ଥିବାରୁ ସେଠାରେ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି । କିନ୍ତୁ ଏସବୁ ଅମାନ୍ୟ କରି ସେମାନେ ସେଠାକୁ ଯାଇଥିଲେ । ସେହି ସମୟରେ କୌଣସି ବଶତଃ ସମସ୍ତ ଛାତ୍ରଛାତ୍ରୀ ବୁଡିଯାଇଥିଲେ । ଏହା ଜାଣି ଛାତ୍ରଙ୍କ ସମ୍ପର୍କୀୟଙ୍କ ପରିବାର ଲୋକେ ପୋଲିସକୁ ଖବର ଜଣାଇଥିଲେ । ପୋଲିସ ସେଠାକୁ ଯାଇ ମୃତ ଛାତ୍ରଙ୍କ ପରିବାର ଲୋକଙ୍କୁ ଜଣାଇବା ସହ ତଦନ୍ତ ଆରମ୍ଭ କରିଛି । ସମସ୍ତ ମୃତକ ଛାତ୍ରୀଛାତ୍ର ତିରୁଚିରାପଲ୍ଲୀସ୍ଥିତ ଏସ୍ଆରଏମ ମେଡିକାଲ କଲେଜରେ ଶେଷ ବର୍ଷରେ ଅଧ୍ୟୟନ କରୁଥିଲେ ବୋଲି ସୂଚନା ମିଳିଛି ।
ଅଧିକ ପଢନ୍ତୁ :ପାଣି ଟାଙ୍କିରୁ ମହିଳାଙ୍କ ମୃତଦେହ ଉଦ୍ଧାର