ଦିଲ୍ଲୀର ଗ୍ରେଟର ନୋଏଡାରେ ଥିବା ଗୈାତମ ବୁଦ୍ଧ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଶ୍ୱବିଦ୍ୟାଳୟର ପାଣି ଟାଙ୍କିରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ମହିଳା ଜଣଙ୍କ ତାଙ୍କ ସ୍ୱାମୀ ଓ ଶାଶୁଙ୍କ ସହ ରହୁଥିଲେ । ବର୍ତମାନ ଶାଶୁ ଓ ସ୍ୱାମୀ ଫେରାର ଥିବା ବେଳେ ସ୍ୱାମୀ ଓ ଶାଶୁ ତାଙ୍କୁ ହତ୍ୟା କରି ଫେରାର ହୋଇଯାଇଥିବା ପୋଲିସ ସନ୍ଦେହ କରୁଛି । ଆଉ ଏହି ଘଟଣା ପରେ କ୍ୟାମ୍ପସରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ମୃତ ମହିଳାଙ୍କ ସ୍ୱାମୀ ନିକଟରେ ଥିବା ଜେ.ଆଇ.ଏମ.ଏସ ହସ୍ପିଟାଲରେ କାମ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରାୟତଃ ଝଗଡା ହୋଇଥାଏ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । ଏହି କାରଣ ପାଇଁ ମହିଳାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି । ଏବଂ ଉଭୟଙ୍କ ନାଁରେ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।