ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ କାଲି ଓଡିଶାରେ ପହଂଚି ରାଜନାଥ ସିଂ। ଭବାନୀପାଟଣା ଓ ରାୟଗଡାରେ ସେ ଜନସଭାରେ ଯୋଗଦେଇ ପାର୍ଟି କର୍ମୀଙ୍କ ସହ ମିଶି ବିଭିନ୍ନ କଥାର ଆଲୋଚନା କରିବେ। ଏହାସହିତ କେଉଁ ଲୋକଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।
ସୂଚନା ଅନୁସାରେ, ଆସନ୍ତାକାଲି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ଦୁଇଟି ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ଏପରିକି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ଓଡ଼ିଶାରେ ପହଂଚିବା ପରେ କୋରାପୁଟ ଓ ନବରଙ୍ଗପୁରରେ ଜନସଭା କରିବେ। ଏହାପରେ ଆସାମ ୯ ତାରିଖରେ ଓଡିଶା ଆସିବେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ସେ ମାଲକାନଗିରି, ଚିତ୍ରକୋଣ୍ଡା ଓ ଖଲ୍ଲିକୋଟରେ ନିର୍ବାଚନୀ ସଭାରେ ଉଦବୋଧନ ଦେବେ। ରାଜନାଥ ସିଂ ଓଡିଶା ଆସିବା ପରେ ବିଭିନ୍ନ କର୍ମୀଙ୍କ ସହ ସାମିଲ ହୋଇ ବିଭିନ୍ନ ରାଜନୈତିକ ଚର୍ଚ୍ଚା କରିବେ।