ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଳକ ଘେନୁପାଲି ପଞ୍ଚାୟତର ମା ଗୁଲୁମେଶ୍ୱରୀ ପୀଠରେ ଚଇତି ପର୍ବ ବହୁ ଉତ୍ସାହ ଉଦ୍ଦିପନା ସହିତ ପାଳିତ ହୋଇଯାଇଛି। ଯୁଯୋମୁରା ବ୍ଳକ ର ଗୁଲୁମ ଘାଟି ଉପରେ ଥିବା ଗୁଲୁମେଶ୍ୱରୀ ପୀଠରେ ପୁଜା ପାଇଥାନ୍ତି ମା ଗୁଲୁମେଶ୍ଵରୀ । ଏହି ଅଞ୍ଚଳ ତଥା ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କ ଅତୁଟ ବିଶ୍ଵାସ ମା ଙ୍କ ଉପରେ ରହିଛି । ମା ଙ୍କୁ ନିଷ୍ଠା ଓ ଭକ୍ତି ସହକାରେ ଯାହା ମାଗିଲେ ମା ମନସ୍କାମନା ପୁରଣ କରିଥାନ୍ତି। ତେବେ ଚୈତ୍ର ପୂର୍ଣ୍ଣମୀ ଅବସରରେ ଆୟୋଜିତ ଏହି ଚଇତି ପର୍ବ ରେ ହୋମ ଯଜ୍ଞ ଓ ପୂଜା ପାଠ ହୋଇଥିଲା। ଏହି ଅବସରରେ ଆଖାପଖ ଅଞ୍ଚଳର ଶହଶହ ସଂଖ୍ୟାରେ ଶ୍ରଦ୍ଦାଲୁଙ୍କ ସମାଗମ ଦେଖିବାକୁ ମିଳିଥିଲା ।