ଉତ୍ତର ପ୍ରଦେଶରେ ଘଟିଛି ଭୟଙ୍କର ଦୁର୍ଘଟଣା । ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହେବାଫଳରେ ଘଟଣାସ୍ଥଳରେ ଦୁଇଟି ଟ୍ରକରେ ନିଅଁ ଲାଗିଯାଇଥିଲା । ଯାହାଫଳରେ ୨ ଜଣ ଟ୍ରକ ଚାଳକଙ୍କର ମୃତ୍ୟୁ ହୋଇଯାଇଛି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ କରୁଛି ।
ସୂଚନା ଅନୁସାରେ, ବୁଧବାର ରାତିରେ ଉତ୍ତର ପ୍ରଦେଶର ଏକ ଅଞ୍ଚଳରେ ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଧକ୍କା ପରେ ଉଭୟ ଟ୍ରକରେ ନିଆଁ ଲାଗିଯାଇଥିଲା । ଏହି ନିଆଁ ଧୀରେ ଧୀରେ ଭୟଙ୍କର ଅଗ୍ନିକାଣ୍ଡରେ ପରିଣତ ହୋଇଯାଇଥିଲା । ଏହି ନିଆଁର ରୂପ ଏତେ ଭୟଙ୍କର ଥିଲା ଯେ, ସ୍ଥାନୀୟ ଲୋକ ଆତଙ୍କିତ ହୋଇଯାଇଥିଲେ । ସ୍ଥାନୀୟ ଲୋକ , ତୁରନ୍ତ ଅଗ୍ନିଶମ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ ।
ଖବର ପାଇ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ଏହି ଦୁର୍ଘଟଣାରେ ୨ ଜଣ ଟ୍ରକ ଚାଳକଙ୍କର ମୃତ୍ୟୁ ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ମୃତକ ଦୁଇ ଜଣଙ୍କ ପରିଚୟ ମିଳିଛି ବୋଲି ସୂଚନା ମିଳିଛି ।
ଆଗକୁ ପଢ଼ନ୍ତୁ : କେଜ୍ରିୱାଲଙ୍କ ଉପରେ ନଜର