୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୫ କାଉଡ଼ିଆ ମୃତ ୧୦ ଜଣ ଗୁରୁତର ଆହତହୋଇଛନ୍ତି । ମହାଦେବଙ୍କୁ ଜଳାଭିଷେକ କରିବାକୁ ଯାଉଥିବା ବେଳେ ଅଘଟଣ । ବିଦ୍ୟୁତ୍ ଆଘାତରେ ଗଲା ୬ଜଣ କାଉଡିଆ ଭକ୍ତଙ୍କ ଜୀବନ, ଅନ୍ୟ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ମେରଟର ପରିକ୍ଷିତଗଡ଼ ଅଞ୍ଚଳରେ । ପାଣି ନେଇ ଯାଉଥିବାବେଳେ ହଠାତ୍ ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସେମାନଙ୍କ ଉପରେ ଛିଡିପଡିଥିଲା । ଫଳରେ ଏଭଳି ଭୟାନକ ଦୁର୍ଘଟଣା ଘଟିଛି ।
ଖବର ଅନୁଯାୟୀ, ଉକ୍ତ କାଉଡ଼ିଆମାନେ ଜଳଲାଗି ପାଇଁ ହରିଦ୍ୱାରରୁ ଗଙ୍ଗା ନଦୀରୁ ପାଣି ନେଇ ଗାଡ଼ିରେ ଆସୁଥିଲେ। ସେମାନଙ୍କ ଗାଡ଼ି ରାଲି ଚୌହାନ ଗାଁ ଅତିକ୍ରମ କରୁଥିବା ବେଳେ ତାହା ତଳକୁ ଓହଳି ରହିଥିବା ଏକ ୧୧ କେଭି ବିଦ୍ୟୁତ୍ ତାରରେ ଘସି ହୋଇଯାଇଥିଲା। ଏହି ବିଦ୍ୟୁତ୍ ଝଟକାରେ ୫ ଜଣ କାଉଡ଼ିଆଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ୧୦ ଜଣ ଗୁରୁତର ହୋଇଥିଲେ। ଗୁୁରୁତରଙ୍କୁ ଉଦ୍ଧାର କରାଯାଇ ପୃଥକ ପୃଥକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଅଧିକ ପଢ଼ନ୍ତୁ :-ବାଇକ ପଛରେ ବାଘକୁ ବାନ୍ଧିଲେ ଯୁବକ