ଆମେରିକାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୩ ଜଣ ଭାରତୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ କରୁଛି । ସୂଚନା ଅନୁସାରେ, ଏକ ଦ୍ରୁତଗାମୀ ଏସୟୁଭି ଗାଡ଼ିରେ ଯାତ୍ରୀମାନେ ଯାଉଥିବା ସମୟରେ ଅଧାବାଟରେ ଏସୟୁଭି ଗାଡ଼ିଟି ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଇଥିଲା ।
ଧକ୍କା ହେବା ପରେ କାରଟି ପ୍ରାୟ ୨୦ ଫୁଟ୍ ଉପରକୁ ଉଠି ଯାଇଥିଲା ବୋଲି ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହେବା ସହିତ ଜଣେ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକ ୩ ଜଣଙ୍କ ପରିଚୟ ମିଳିବା ସହିତ ସେମାନେ ଭାରତୀୟ ମହିଳା ବୋଲି ସୂଚନା ମିଳିଛି । ଦୁର୍ଘଟଣାରେ ଏସୟୁଭି ଗାଡ଼ିଟି ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି ।
ଆଗକୁ ପଢ଼ନ୍ତୁ : ବନ୍ୟାରେ ବୁଡ଼ିଲା ଚୀନ ସହର