ରାଜସ୍ଥାନୀ ବେଶରେ ନଜର ଆସିଲେ ‌କିଙ୍ଗ୍ କୋହଲି
Khabar Odisha:Digital-art-of-King-Kohli-as-a-Rajasthan-local-was-created-by-a-Jodhpur-based-artist-and-illustrator-Teju-Jangid
ଭୁବନେଶ୍ୱର, ଏପ୍ରିଲ ୨୧ (ଖବର ଓଡିଶା)

ବିରାଟ କୋହଲିଙ୍କୁ କେବଳ ଭାରତୀୟ କ୍ରିକେଟ ପ୍ରେମୀ ନୁହନ୍ତି, ସାରା ବିଶ୍ୱରେ ଥିବା ସମସ୍ତ କ୍ରିକେଟ ପ୍ରେମୀମାନେ ତାଙ୍କୁ ପାଗଳ ପରି ଭଲ ପାଆନ୍ତି ଓ ଖାଲି ସେତିକି ନୁହେଁ, କାରଣ ସାରା ବିଶ୍ୱ କ୍ରିକେଟ ଜଗତର ଗୁରୁ ତଥା ଭଗବାନ ସଚିନ୍ ତେନ୍ଦୁଲକର ମଧ୍ୟ କୋହଲିଙ୍କ ପ୍ରଶଂସକ ଏବଂ ସେ ତାଙ୍କୁ ଜଣେ ଶ୍ରେଷ୍ଠ ଖେଳାଳି ଭାବେ ପସନ୍ଦ କରିବା ସହିତ ବହୁତ ଭଲ ପାଆନ୍ତି। ଏମିତିକି ଏକ ସଭାରେ ସଚିନଙ୍କ କହିବା କଥା ଅନୁଯାୟୀ ସାରା ବିଶ୍ୱରେ ତାଙ୍କ ପରେ କେବଳ ବିରାଟ ହିଁ ତାଙ୍କ ରେକର୍ଡ ଭାଙ୍ଗି ପାରିବେ ଏବଂ ଆଗାମୀ ଭବିଷ୍ୟତରେ ସେ ଜଣେ ମହାନାୟକ ଭାବେ କ୍ରିକେଟ ଦୁନିଆରେ ସର୍ବଶ୍ରେଷ୍ଠ ଖେଳାଳୀ ହୋଇପାରିବେ। ତେବେ ସାମାଜିକ ଗଣମାଧ୍ୟମରେ କୋହଲିଙ୍କ ଚର୍ଚ୍ଚା ହେବା ସ୍ୱାଭାବିକ କଥା, କାରଣ ସେ ଭାରତର ଅମୁଲ୍ୟ ରତ୍ନ ଭଣ୍ଡାରର କୋହିନୁର ହୀରା।

ବିରାଟ କୋହଲି ଶେଷଥର ପାଇଁ ୧୧ ଅକ୍ଟୋବର ୨୦୨୧ରେ ଏଲିମିନେଟର ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ଏଲିମିନେଟର ମ୍ୟାଚରେ ଦଳ ୪ ୱିକେଟରେ ପରାଜିତ ହୋଇଥିଲା ଓ ଏହାପରେ କୋହଲି ଆର୍ସିବିର ଅଧିନାୟକ ପଦ ଛାଡି ଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ କୋହଲି ଭାରତୀୟ ଦଳର ଅଧିନାୟକ ପଦ ମଧ୍ୟ ଛାଡିଥିଲେ । ଏହା ଅନେକ କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଥିଲା।  କିନ୍ତୁ ଦୀର୍ଘ ଦିନ ପରେ ପୁଣିଥରେ କୋହଲିଙ୍କୁ ଅଧିନାୟକ ଭାବେ ଦେଖିବାକୁ ମିଳିଛି । ଗୁରୁବାର ଅପରାହ୍ଣରେ ଖେଳାଯାଇଥିବା ମ୍ୟାଚ୍‌ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ଆର୍‌ସିବି ପକ୍ଷରୁ ବିରାଟ କୋହଲି ଏବଂ ଫାପ୍ ଡୁ ପ୍ଲେସିସ ପ୍ରଥମ ୱିକେଟ୍‌ ପାଇଁ ୧୬ ଓଭରରେ ୧୩୭ ରନ୍‌ ଉଠାଇଥିଲେ। ଡୁ ପ୍ଲେସିସ୍‌ ୩୧ ବଲ୍‌ରୁ ଏବଂ କୋହଲି ୪୦ ବଲ୍‌ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ। ଏହି କ୍ରମରେ ୬୦୦ ଚୌକା ମାରିବାରେ କୋହଲି ତୃତୀୟ ବୋଲି କୁହାଯାଉଛି।

କୋହଲିଙ୍କ ଅର୍ଦ୍ଧଶତକ ପୂର୍ଣ୍ଣ ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭଚ୍ଛୋ ବାର୍ତ୍ତା ଆସୁଛି। ଏହି କ୍ରମରେ ସୋସିଆଲ ମିଡିଆରେ କୋହଲିଙ୍କ ଏକ ନୂଆ ରୂପ ବି ଦେଖିବାକୁ ମିଳୁଛି। କୋହଲି ବାସ୍ତବରେ ଦିଲ୍ଲୀର ପଞ୍ଜାବୀ ଯୁବକ ହୋଇଥିବା ବେଳେ ବର୍ତମାନ ସୋସିଆଲ ମିଡିଆରେ ତାଙ୍କୁ ଏକ ଭିନ୍ନ ରୂପରେ ଅର୍ଥାତ୍ ରାଜସ୍ଥାନୀ ବେଶରେ ଦେଖିବାକୁ ମିଳୁଛି।

ତେବେ ଏମିତି ବେଶରେ ଜଣେ କଳାକାର କୋହଲିଙ୍କୁ ଡିଜିଟାଲ ଆପ ମାଧ୍ୟମରେ ସଜାଇଥିବା ଜଣାପଡ଼ିଛି ଓ କୋହଲିଙ୍କ ଏମିତି ବେଶକୁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ବେଶ୍ ପସନ୍ଦ କରୁଛନ୍ତି। ତେବେ ଉକ୍ତ କଳାକାର ଜଣକଙ୍କର ନାମ ତେଜୁ ଜାଙ୍ଗିଡ଼ି ଓ ସେ କୋହଲିଙ୍କୁ ରାଜସ୍ଥାନୀ ବେଶରେ ସଜାଇ ନିଜ ଇନଷ୍ଟାଗ୍ରାମରେ ତାହାର ଏକ ଫଟୋ ସେୟାର କରିଛନ୍ତି। 

Subscribe

National International State Sports Entertainment