ଭୁବନେଶ୍ୱର: ଆଜିଠାରୁ ସୁଭଦ୍ରା ଯୋଜନାରେ ଆବେଦନ କରିବା ପାଇଁ ଥିବା ମହିଳାଙ୍କଠାରୁ ଫର୍ମ ସଂଗ୍ରହ କରାଯିବ । ସୁଭଦ୍ରା ପାଇଁ ଫର୍ମ ପୂରଣ କରି ଦାଖଲ କରିବେ । ଅଙ୍ଗନବାଡ଼ି, ମୋ ସେବା, ଜନସେବା କେନ୍ଦ୍ରରେ ଅନଲାଇନରେ ଆବେଦନ କରିହେବ । ସବୁ ଯୋଗ୍ୟ ମହିଳା ଯୋଜନାରେ ସାମିଲ ହେବା ଯାଏଁ ଚିହ୍ନଟ ପ୍ରକ୍ରିୟା ଚାଲୁ ରହିବ । ରାକ୍ଷୀ ପୂର୍ଣ୍ଣିମାର କିସ୍ତି ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ସେପ୍ଟେମ୍ବର ୧୭ ଓଡ଼ିଶା ଗସ୍ତରେ ଆସି ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବଣ୍ଟନ କରିବେ ।
ସୁଭଦ୍ରା ୱେବ ପୋର୍ଟାଲର ‘subhadra.odisha.gov.in’ ଜରିଆରେ ମହିଳାମାନେ ସମସ୍ତ ସୂଚନା ପାଇ ପାରିବେ । ଏହା ସହିତ ଟୋଲ ଫ୍ରି ନମ୍ବର ୧୪୬୭୮ରେ କଲ କରି ସମସ୍ତ ସନ୍ଦେହ ଦୂର କରି ହେବ । ଏହା ସକାଳ ୬ରୁ ରାତି ୧୦ଟା ଯାଏଁ ଖୋଲା ରହିବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି । ଫର୍ମ ଉଭୟ ଓଡ଼ିଆ ଓ ଇଂରାଜୀରେ ଭାଷାରେ ପୂରଣ କରିହେବ ।