ଇଚ୍ଛାଶକ୍ତି ଥିଲେ ବାଧକ ହେବନି ବୟସ, ୯୩ ବର୍ଷରେ ମଡେଲ ହେଲେ ଏଲିସ୍, ଫିଟନେସ୍ ପାଇଁ ଟିପ୍ସ ନେଉଛନ୍ତି ଲୋକେ
Khabar Odisha:special-odisha-alish-grandma-becomes-world-s-oldest
ଭୁବନେଶ୍ଵର, ସେପ୍ଟେମ୍ବର ୨୧ (ଖବର ଓଡିଶା) :

ପ୍ରାୟତଃ ତ୍ଵଚାକୁ ଏବଂ ଚେହେରା ଦେଖି କିଛି ଲୋକ ସୁନ୍ଦରତା ମାପନ୍ତି ତ କିଛି ଲୋକ ସୁନ୍ଦର ଚିନ୍ତାଧାରାକୁ ନେଇ ସୁନ୍ଦରତା ମାପନ୍ତି। ତେବେ ଗୋରା ଚେହେରାକୁ ନେଇ ସୁନ୍ଦରତା ମାପୁଥିବା ଲୋକଙ୍କ କ୍ଷୀଣ ଚିନ୍ତାଧାରାକୁ ଏହି ଜେଜେ ମା ବୟସର ୯୬ ବର୍ଷୀୟା ବୃଦ୍ଧା ଭୁଲ ସାବ୍ୟସ୍ତ କରିଛନ୍ତି। ଆଜି ଯେଉଁ ସମୟରେ ସେ କୁଞ୍ଚିତ ଚର୍ମ ଥିବା ଚେହେରା ସହ ଫଟୋ ସୁଟ କରୁଛନ୍ତି କିମ୍ବା ମଡେଲିଙ୍ଗ୍ କରୁଛନ୍ତି ତାଙ୍କ ସାମ୍ନାରେ ଅନ୍ୟ ଯୁବ ମଡେଲ ଫିକା ପଡି ଯାଉଛନ୍ତି। ଏହି ମଡେଲ ଜଣକ ହେଉଛନ୍ତି ଏଲିସ୍ ପିଙ୍ଗ୍। ତାଙ୍କ ପୂର୍ବରୁ ଜାପାନର ୮୪ ବର୍ଷୀୟା ନାଓୟା କୁଡୋ ଓ ଚୀନର ୱାଙ୍ଗ୍ ଡେଶନ ସବୁଠୁ ବୃଦ୍ଧ ମଡେଲ ଥିଲେ। 

ସଫଳତା ପଛରେ ପତିଙ୍କ ହାତ

ହଙ୍ଗକଙ୍ଗରେ ରହୁଥିବା ୯୬ ବର୍ଷୀୟା ଏଲିସ୍ ତାଙ୍କ ସମୟରେ ଡିଜାଇନ ଡ୍ରେସ ପିନ୍ଧିବାକୁ ସୌକ ରଖୁଥିଲେ। କିନ୍ତୁ ସେ କେବେ ଭାବି ନଥିଲେ କି ସେ ଦିନେ ମଡେଲିଙ୍ଗ କରିବେ। ତେବେ ସବୁ ସଫଳ ମହିଳା ପଛରେ ଏକ ପୁରୁଷର ଅଦୃଶ୍ୟ ହାତ ଥିଲା ଭଳି ଏଲିସଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ଦେଖିବାକୁ ମିଳିଥିଲା। ଏଲିସଙ୍କ ପତି ତାଙ୍କର ଏହି ସଫଳତା ପଛରେ ଅଛନ୍ତି। ଏଲିସଙ୍କ ପତି ଥରେ ଏକ ବିଜ୍ଞାପନରେ ୬୫ ବର୍ଷୀୟା ବୃଦ୍ଧାଙ୍କ ଫଟୋ ଦେଖି ତାଙ୍କ ପତ୍ନୀଙ୍କ ଫଟୋ ପଠାଇଥିଲେ। ୩ ବର୍ଷ ପୂର୍ବରୁ ତାଙ୍କର ଚୟନ ହୋଇଥିଲା ଓ ମଡେଲିଙ୍ଗ୍ କ୍ୟାରିଅର ଆରମ୍ଭ ହୋଇଥିଲା। 

ବୟସ ନୁହେଁ କାମ ଦେଖି ପସନ୍ଦ କରନ୍ତି ଲୋକ

ଏଲିସଙ୍କ ମଡେଲିଙ୍ଗ୍ ଜୀବନୀରେ ବହୁ ଚ୍ୟାଲେଞ୍ଜ ଦେଖିବାକୁ ମିଳିଛି। କୁହନ୍ତି ହାତୁଡିର ମାଡ ପଡିଲେ ଯାଇ ଏକ ସୁନ୍ଦର ମୂର୍ତ୍ତି ଗଠନ ହେବ। ଠିକ୍ ସେହିପରି ବାଧାବିଘ୍ନ ଗୁଟିକ ଏଲିସ ସଫଳ ହେବା ପଛର ମୂଳ ମନ୍ତ୍ର।  ମଡେଲିଙ୍ଗ କ୍ୟାରିଅରରେ ତାଙ୍କୁ ବହୁ କିଛି ଶିଖିବାକୁ ମିଳିଥିଲା। ଗୁଚ୍ଚୀ, ଭାଲେଣ୍ଟିନା, ଏଲେରୀ ଭଳି ବ୍ରାଣ୍ଡମାନେ ମଡେଲିଙ୍ଗ କରୁଥିବା ସମୟରେ ଏଲିସଙ୍କୁ ତାଙ୍କର ସୁନ୍ଦରତାର ରାଜ ପଚାରନ୍ତି। 

ଆଲୋଚନାରୁ ମିଳେ ସାହସ

ଏଲିସଙ୍କ ଆଖପାଖରେ ରହୁଥିବା ଲୋକଙ୍କ କହିବା ଅନୁଯାୟୀ, ସେ ପ୍ରାକୃତିକ ଉପାୟରେ ନିଜକୁ ଫିଟ୍ ରଖନ୍ତି। ୯୦ ବର୍ଷ ପରେ କ୍ୟାରିଅର ଆରମ୍ଭ କରିଥିବା କାରଣରୁ ତାଙ୍କୁ କେଛି ଲୋକ ପ୍ରେରଣା ମାନନ୍ତି। ତାଙ୍କ ବିଷୟରେ ଆଲୋଚନା କରନ୍ତି। କିଛି ଆଲୋଚକ କୁହନ୍ତି କି, ବୟସ ଦେଖି ପୋଷାକ ପିନ୍ଧିବା କଥା ତ କିଛି କୁହନ୍ତି ଅନ୍ୟ କଥାରେ ନିଜକୁ ବ୍ୟଥିତ ନକରି ଆଗକୁ ପ୍ରେରିତ ହେବା ଉଚିତ୍।

Subscribe

National International State Sports Entertainment