ନିର୍ଭୟା ମାମଲା : କ୍ୟୁରେଟିଭ୍ ପିଟିସନ୍ ଦାଖଲ କଲେ ଅଭିଯୁକ୍ତ ବିନୟ କୁମାର ଶର୍ମା
Khabar Odisha:national-odisha-nirbhaya-case-latest-update-curative-petition-filed-by-culprit-vinay-after-death-warrant-issued
ନୂଆଦିଲ୍ଲୀ, ଜାନୁଆରୀ ୦୯ (ଖବର ଓଡ଼ିଶା) :

ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଓ ବିଭତ୍ସ ହତ୍ୟାକାଣ୍ଡ ମାମଲାରେ ନୂଆ ମୋଡ। ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ୪ ବଳାତ୍କାରୀଙ୍କୁ ଡେଥ୍ ୱାରେଣ୍ଟି ଜାରି କରିବା ପରେ ଏବେ ଜଣେ ଦୋଷୀ ବିନୟ କୁମାର ଶର୍ମା ସର୍ବୋଚ୍ଚ ଅଦାଲତରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିଛି। ଫାଶୀ ଉପରେ ରୋକ ଲଗାଇବା ପାଇଁ ସେ ଯାଚିକା ଦାଖଲ କରିଛନ୍ତି। 

ତେବେ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ୪ ଅଭିଯୁକ୍ତଙ୍କୁ ଆସନ୍ତା ଜାନୁଆରୀ ୨୨ରେ ସକାଳ ୭ଟାରେ ତିହାର ଜେଲରେ ଫାଶୀ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ୟୁପିର ଜେଲ ବିଭାଗ ପକ୍ଷରୁ ତିହାର ଜେଲକୁ ଜଣେ ଗାତକ ପଠାଇବା ପାଇଁ ବ୍ୟବସ୍ଥା କରିଛନ୍ତି। ୪ ଦୋଷୀଙ୍କ ଫାଶୀ ପାଇଁ ତିହାର ଜେଲରେ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଛି। 

ସେହି ସମୟରେ ନିର୍ଭୟା ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଦୋଷୀ ଅକ୍ଷୟ ଠାକୁରଙ୍କ ରିଭ୍ୟୁ ପିଟିସନ୍ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଏହାର ଉତ୍ତରରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଦୋଷୀଙ୍କୁ ନିର୍ଦ୍ଦୋଶ ସାବ୍ୟସ୍ତ କରିବା ପାଇଁ ଓକିଲଙ୍କୁ ଯଥେଷ୍ଟ ସମୟ ଦିଆଯାଇଥିଲା କିନ୍ତୁ ସେ କୌଣସି ନୂତନ ତଥ୍ୟ ସାମ୍ନାକୁ ଆଣିପାରି ନାହାଁନ୍ତି। 

Subscribe

National International State Sports Entertainment