ବାରମ୍ବାର ଖସିବାକୁ ଗଳାବାଟ ଖୋଜୁଛନ୍ତି ନିର୍ଭୟା ଦୋଷୀ, ବିନୟକୁ ଜେଲ ପ୍ରଶାସନ ସ୍ଲୋ ପଏଜନ ଦେଉଥିବା ଓକିଲ ଏପି ସିଂହଙ୍କ ଦାବି !
Khabar Odisha:national-odisha-nirbhaya-case-convict-vinay-sharma-being-slow-poisoned-claims-lawyer-ap-singh
ନୂଆଦିଲ୍ଲୀ, ଜାନୁଆରୀ ୨୫ (ଖବର ଓଡ଼ିଶା) :

ବହୁ ଚର୍ଚ୍ଚିତ ଲୋମହର୍ଷଣକାରୀ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣାର ଅଭିଯୁକ୍ତ ବାରମ୍ବାର ଖସିବାକୁ ଆଇନର ଗଳାବାଟ ଖୋଜୁଛନ୍ତି। ଏପରିକି ବିଳମ୍ବିତ ନ୍ୟାୟିକ ପ୍ରକ୍ରିୟାର ଫାଇଦା ଉଠାଇ ବାରମ୍ବାର ଫାଶୀ ଘୁଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଏବେ ପୁଣି ଥରେ ଫାଶୀରୁ ବର୍ତ୍ତିବା ପାଇଁ ନୂଆ କାହାଣୀ ରଚିଛନ୍ତି। ଆଜି ପଟିୟାଲା ହାଉସ କୋର୍ଟରେ ଶୁଣାଣି ହେବା ସମୟରେ ଅଭିଯୁକ୍ତଙ୍କ ଓକିଲ ନୂଆ ଚାଲ୍ ଚଳାଇଛନ୍ତି। ଓକିଲ ଏପି ସିଂହ ଦାବି କରିଛନ୍ତି ଯେ, ତିହାର ଜେଲରେ ଦୋଷୀ ବିନୟ ଶର୍ମାଙ୍କୁ ସ୍ଲୋ ପଏଜନ୍ ଦିଆଯାଇଛି। ଅପର ପକ୍ଷରେ ସରକାରୀ ଓକିଲଙ୍କ କହିବା ଅନୁଯାୟୀ, ତିହାର ଜେଲ ପ୍ରଶାସନ ଅଭିଯୁକ୍ତଙ୍କ ସହ ଜଡିତ ସମସ୍ତ କାଗଜପତ୍ର ଉଚିତ୍ ସମୟରେ ଦେଇଛନ୍ତି। 

ସୂଚନାନୁଯାୟୀ, ଜେଲରେ ରହିବା ସମୟରେ ଅଭିଯୁକ୍ତ ବିନୟ ଏକ ଡାଏରୀ ଲେଖିଥିଲା। ସେ ଚିତ୍ର ମଧ୍ୟ କରେ। ଆଜି ଅଦାଲତରେ ଶୁଣାଣି ହେବା ସମୟରେ ଜେଲ ଅଧିକାରୀ ବିନୟର ଡାଏରୀ ଏବଂ ଚିତ୍ର ଉପସ୍ଥାପନ କରିଥିଲେ। ଜେଲ ପ୍ରଶାସନ କହିଥିଲେ ଯେ, ଅଭିଯୁକ୍ତଙ୍କ ନିକଟରେ ଏହା ବ୍ୟତୀତ ଅନ୍ୟ କୌଣସି ଜିନିଷପତ୍ର ନାହିଁ। 

ଅପର ପକ୍ଷରେ ଅଭିଯୁକ୍ତଙ୍କ ଓକିଲ ଏପି ସିଂହ ଦାବି କରିଛି ଯେ, ବିନୟକୁ ଜେଲ ପ୍ରଶାସନ ସ୍ଲୋ ପଏଜନ ଦେଇଛି। ଏଥିପାଇଁ ବିନୟର ସ୍ଵାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଛି। ଏଯାବତ୍ ମେଡିକାଲ ରିପୋର୍ଟ ଆସିନାହିଁ। ସମସ୍ତ ଅଭିଯୁକ୍ତଙ୍କୁ ୩ ନମ୍ବର ଜେଲକୁ ସ୍ଥାନାନ୍ତର କରାଯାଇଛି। 

Subscribe

National International State Sports Entertainment