ଶାସୁର ଶବକୁ କାନ୍ଧ ଦେଲେ ଝିଅ-ବୋହୂ, ତ୍ରୟୋଦଶ ଦିନ କରିବେ ବୃକ୍ଷରୋପଣ
Khabar Odisha:national-odisha-daughter-in-law-broke-old-rituals
ବାରଣାସୀ, ସେପ୍ଟେମ୍ବର ୨୦ (ଖବର ଓଡିଶା) :

ଆଜି ଯଦି ଗୋଟିଏ ଝିଅ ଘର ଠାରୁ ନେଇ ଅଫିସ୍ ଯାଏଁ ସମସ୍ତ କାର୍ଯ୍ୟ ବେଶ୍ ପାରଦର୍ଶୀତାର ସହ କରି ପାରୁଛି ତେବେ ଜଣେ ପୁରୁଷ ତୁଳନାରେ ସମାଜର ସବୁ ରୀତିନୀତି କରିବାକୁ ସକ୍ଷମ। ବର୍ଷ ବର୍ଷ ପୁରୁଣା ଏହି ପରମ୍ପରାକୁ ଭାଙ୍ଗି ଆଜି ୮୦ ବର୍ଷୀୟା ମୃତକ ରଜ୍ଜୀ ଦେବୀଙ୍କୁ ତାଙ୍କର ଝିଅ-ବୋହୂମାନେ କାନ୍ଧ ଦେଇଛନ୍ତି। ବାରଣାସୀରେ ଏଭଳି ଚିତ୍ର ଦେଖିବାକୁ ମିଳିଛି। ଏହି ନୀତି କରିବା ପାଇଁ ସେମାନଙ୍କୁ କେବଳ ତାଙ୍କ ପରିବାର ନୁହେଁ ବରଂ ସମ୍ପୂର୍ଣ୍ଣ ଗ୍ରାମ ସହଯୋଗ କରିଥିଲା। ତେବେ ଏହା ଗ୍ରାମର ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ମହିଳାମାନେ ଶବକୁ କାନ୍ଧ ଦେଇଛନ୍ତି। 

କୋକେଇକୁ କାନ୍ଧ ଦେଇ ଆରମ୍ଭ କଲେ ନୂଆ ପ୍ରଥା

ଚିରଇଗାଁଓ ବରିୟାସନପୁରରେ ରହୁଥିଵା ହରିଚରଣ ପଟେଲଙ୍କ ପତ୍ନୀ ରଜ୍ଜୀ ଦେବୀଙ୍କର ବୁଧବାର ମୃତ୍ୟୁ ହୋଇଥିଲା। ତାଙ୍କର ଶବଯାତ୍ରା ସମୟରେ ତାଙ୍କ ଝିଅ-ବୋହୂମାନେ ଶବକୁ କାନ୍ଧ ଦେଇଥିଲେ। ରଜ୍ଜୀ ଦେବୀଙ୍କ ବୋହୂ ଲଲ୍ଲୀ ଦେବୀ, ରେଖା, ସୁନୀତା, ଝିଅ ପ୍ରେମା, ହୀରାମଣୀ, ଅମରାବତୀ କାନ୍ଧ ଦେଇଛନ୍ତି। କେବଳ ସେତିକି ନୁହେଁ ଶବକୁ ରଜ୍ଜୀଙ୍କର ବଡ ଝିଅ ପ୍ରେମା ଦେବୀ ମୁଖାଗ୍ନୀ ଦେଇଛନ୍ତି। 

ତେବେ ଏହି ଘଟଣା ପୂର୍ବରୁ ୨୦୧୮ ଜୁଲାଇ ୨୨ରେ ଗ୍ରାମର ସନ୍ତୋରା ଦେବୀଙ୍କ ମୃତ୍ୟୁ ସମୟରେ ମହିଳାମାନେ ତାଙ୍କ ଶବକୁ କାନ୍ଧ ଦେଇଥିଲେ। ସେହି ସମୟରେ ଏହି ନୂଆ ପ୍ରଥା ଆରମ୍ଭ ହୋଇଥିଲା। ତାଙ୍କ ପରେ ଏବେ ରଜ୍ଜୀ ଦେବୀଙ୍କ ଶବକୁ ମହିଳାମାନେ କାନ୍ଧ ଦେଇଛନ୍ତି। ରଜ୍ଜୀ ଦେବୀଙ୍କ ପୁଅ ଭାଗିରଥୀ ପ୍ରସାଦଙ୍କ ଅନୁଯାୟୀ, ବଦ୍ ଖର୍ଚ୍ଚ କରିବା ଅପେକ୍ଷା ତାଙ୍କ ମାଙ୍କ ଦଶାହ ଓ ତ୍ରୟୋଦଶ ଦିନ ଶୋକସଭା କରି ରଜ୍ଜୀ ଦେବୀଙ୍କ ସ୍ମୃତୀରେ ବୃକ୍ଷରୋପଣ କରାଯିବ।

Subscribe

National International State Sports Entertainment