ମହିଳାଙ୍କ ଉପରେ ବଢୁଥିବା ନିର୍ଯ୍ୟାତନାକୁ ନେଇ ରାଜ୍ୟପାଳଙ୍କୁ ଦାବିପତ୍ର ଦେବେ ମାୟାବତୀ
Khabar Odisha:national-odisha-bsp-chief-mayawati-will-visit-raj-bhavan-to-meet-governor
ଲକ୍ଷ୍ନୌ, ଡିସେମ୍ଵର ୦୭ (ଖବର ଓଡିଶା) :

 ଗତ ଶୁକ୍ରବାର ରାତ୍ରୀ ୧୧ଟା ୪୦ରେ ଉନ୍ନାଓ ଦୁଷ୍କର୍ମ ପୀଡିତା ଜୀବନ ମୃତ୍ୟୁ ସହ ଲଢେଇ କରି ଶେଷ ନିଃଶ୍ଵାସ ତ୍ୟାଗ କରିବା ପରେ ରାଜ୍ୟରେ ରାଜନୈତିକ ମାହୋଲ ସରଗରମ ହେଲାଣି। ଆଜି ଏନେଇ ଅଖିଳେଶ ଯାଦବ ବିଧାନସଭା ବାହାରେ ଦାରଣାରେ ବସିଥିବା ବେଳେ ବିଏସପି ସୁପ୍ରିମୋ ମାୟାବତୀ ରାଜ୍ୟପାଳଙ୍କୁ ଭେଟିଛନ୍ତି। ମାୟାବତୀ ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କୁ ଭେଟି ଉନ୍ନାଓ କାଣ୍ଡରେ ମହିଳା ଉତ୍ପୀଡନ ସମସ୍ୟାକୁ ନେଇ ଦାବିପତ୍ର ଦେବେ। 

ଏନେଇ ମାୟାବତୀ କହିଛନ୍ତି ଯେ, ରାଜ୍ୟପାଳଙ୍କୁ ଏଭଳି ଘଟଣାରେ ଦଖଲ ଦେବା ଉଚିତ୍। ରାଜ୍ୟପାଳଙ୍କୁ ଭେଟିବାକୁ ଯିବା ପୂର୍ବରୁ ମାୟାବତୀ ଟ୍ଵିଟ୍ କରି ଏହି ସମ୍ପର୍କରେ ସୂଚନା ଦେଇଥିଲେ। 

ଉଲ୍ଲେଖଯୋଗ୍ୟ, ଗତ ଗୁରୁବାର ବିଳମ୍ବିତ ରାତ୍ରୀରେ ଲକ୍ଷ୍ନୌର ସିଭିଲ ହସ୍ପିଟାଲରୁ ଏୟାରଲିପ୍ଟ କରି ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ରାତ୍ରୀ ୧୧ଟା ୪୦ରେ ଉନ୍ନାଓ ଦୁଷ୍କର୍ମ ପୀଡିତା ସଫଦରଗଞ୍ଜ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ଦୀର୍ଘ ୪୪ ଘଣ୍ଟା ଜୀବନ ମୃତ୍ୟୁ ସହ ସଙ୍ଘର୍ଷ କରିଥିବା ପୀଡିତା ଶେଷ ସମୟରେ ମଧ୍ୟ ନିଜ ପାଇଁ ନ୍ୟାୟ ଦାବି କରିଥିଲେ। 

ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କୁ ବଳାତ୍କାରୀମାନେ ପେଟ୍ରୋଲ ଢାଳି ଜଳାଇବାକୁ ଚେଷ୍ଟା କରିଥିଲେ। ଏଥିରେ ପୀଡିତାଙ୍କର ୯୦ ପ୍ରତିଶତ ଶରୀର ଜଳି ଯାଇଥିଲା। ପୀଡିତାଙ୍କ ଦେହରେ ନିଆଁ ଲାଗିବା ପରେ ପାଖାପାଖି ୧ କିମି ଯାଏଁ ସାହାଯ୍ୟ ମାଗିବାକୁ ଦୌଡିଥିଲେ। ଏପରିକି ପୀଡିତା ନିଜେ ୧୧୨ରେ ଫୋନ କରି ପୋଲିସକୁ ସମସ୍ତ ଘଟଣାକ୍ରମ ବଖାଣିଥିଲେ। ଏହାପରେ ପୋଲିସ ଟିମ୍ ଆମ୍ଵୁଲାନ୍ସ ସହ ଘଟଣାସ୍ଥଳରେ ପହଁଚିଥିଲେ।

Subscribe

National International State Sports Entertainment