ମଲ୍ଲପୁରମ, ସେପ୍ଟେମ୍ବର ୨୬ (ଖବର ଓଡିଶା) :
ଦୁଇ ବଖରା ବିଶିଷ୍ଟ ଏକ ଭଡା ଘରେ ଏକ ୧୨ ବର୍ଷର ଝିଅ ଚକରେ ଲେଖିଥିଲା “ସରି ଅମ୍ମା”। ଏହା ଶୁଣିବାକୁ ସାଧାରଣ ଲାଗୁଥିଲେ ହେଁ ଏହା ପଛର ସତ୍ୟତା ଆଉ କିଛି ରହିଛି। ଏହି କାହାଣୀ ହେଉଛି ଏକ ୧୨ ବର୍ଷର ଝିଅ ଯିଏକି ୨ ବର୍ଷ ଧରି ନିଜ ପିତାଙ୍କ ୩୦ରୁ ଅଧିକ ବନ୍ଧୁମାନଙ୍କ ଦ୍ଵାରା ଶାରିରୀକ ନିର୍ଯ୍ୟାତନାର ଶୀକାର ହେଉଥିଲା। ଘର ଚଳାଇବାକୁ ନିଷ୍ପାପ ଶିଶୁଙ୍କୁ ରାକ୍ଷସମାନଙ୍କ ହାତରେ ଟେକି ଦେଇଥିଲେ ପିତାମାତା। ଦୀର୍ଘ ୨ ବର୍ଷ ଧରି ଶିଶୁଟିକୁ ଦୁଷ୍କର୍ମ କରି ଆସୁଥିଲେ ଏହି ନର ରାକ୍ଷାସମାନେ। ତେବେ ସମସ୍ତ ଘଟଣାର ପର୍ଦ୍ଦାଫାସ୍ ହେବାପରେ ନାବାଳିକା ପୀଡିତାଙ୍କୁ ଅଧିକାରୀମାନେ ସେଲ୍ଟର ହୋମକୁ ନେବା ସମୟରେ ପୀଡିତା ଘର କବାଟରେ ସରି ଅମ୍ମା ଲେଖି କ୍ଷମା ମାଗିଥିଲା। କାରଣ ତାର ପିତା ଜେଲ ଯାନ୍ତୁ ବୋଲି ସେ ଚାହୁଁ ନଥିଲା।
କେରଳର ମଲ୍ଲପୁରମରେ ଜଣେ ନାବାଳିକାଙ୍କୁ ତାଙ୍କ ପିତାଙ୍କ ୩୦ ଜଣ ପରିଚିତ ବନ୍ଧୁ ଦୁଇ ବର୍ଷ ଯାଏଁ ଦୁଷ୍କର୍ମ କରୁଥିଲେ। ତେବେ ପୀଡିତା ଶିଶୁକନ୍ୟା ସମସ୍ତ ବୃତ୍ତାନ୍ତ ପିତାମାତାଙ୍କୁ କହିଥିଲେ ମଧ୍ୟ ଟଙ୍କା ଲୋଭରେ ସେମାନେ ଚୁପ୍ ରହିଥିଲେ। ମାତ୍ର ୧୦ ବର୍ଷ ହୋଇଥିବା ସମୟରେ ଶିଶୁଙ୍କ ସହ ଯୌନ ନିର୍ୟ୍ୟାତନା ଆରମ୍ଭ ହୋଇଥିଲା। ସେହି ସମୟରେ ପୀଡିତାଙ୍କ ପିତାଙ୍କ ଜଣେ ବନ୍ଧୁ ତାଙ୍କ ସହ ଯୌନ ନିର୍ଯ୍ୟାତନା ଦେଇଥିଲେ। ସଂପୃକ୍ତ ବ୍ୟକ୍ତି ଜଣଙ୍କ ଶିଶୁକନ୍ୟାର ପରିବାରକୁ ଆର୍ଥିକ ସହାୟତା ଯୋଗୋଉଥିଲା। ଏହାପରେ କ୍ରମେ ୩୦ ଜଣ ବ୍ୟକ୍ତି ଜଣେ ପରେ ଜଣେ ପୀଡିତାଙ୍କ ସହ ଦୁଷ୍କର୍ମ କରିଥିଲେ।
୮ମ ଶ୍ରେଣୀରେ ପଢୁଥିବା ଏହି ଛାତ୍ରୀ ଜଣକ କାଉନସିଲିଙ୍ଗ ସେସନରେ ଯେତେବେଳେ ନିଜ ସହ ଘଟୁଥିବା ସମସ୍ତ ବୃତ୍ତାନ୍ତ ଶୁଣାଇଥିଲେ ସେହି ସମୟରେ ସମସ୍ତେ ଆଚମ୍ବିତ ହୋଇ ପଡିଥିଲେ। କାରଣ ନାବାଳିକାଙ୍କ ସହ ଏଭଳି ହୋଇଥିବା ସତ୍ତ୍ଵେ ମଧ୍ୟ ସେ ନିଜ ପରିବାରର ଖର୍ଚ୍ଚରେ ସାହାଯ୍ୟ କରି ପାରିବେ ନାହିଁ ବୋଲି ମନ ଦୁଃଖ କରିଥିଲେ। କାଉନସିଲିଙ୍ଗ କରିବା ସମୟରେ କାଉନସିଲର ପୀଡିତାଙ୍କୁ ତାଙ୍କ ଘରେ କଣ ହେଉଛି ପ୍ରଶ୍ନରେ ନାବାଳିକା ଜଣକ ଉତ୍ତର ଦେଇଥିଲେ କି, ତାଙ୍କ ଘରେ ରୋଗୀଣା ବୁଢୀମା ଅଛନ୍ତି। ଘରର ଆର୍ଥିକ ସ୍ଥିତି ଖୁବ୍ ଖରାପ। ସେମାନେ ଘର ଭଡା ମଧ୍ୟ ଦେଇ ପାରୁ ନାହାଁନ୍ତି। ସେ ଚିନ୍ତା କରୁଥିଲେ କି, ଯଦି ତାଙ୍କ ପିତା ଗିରଫ ହୁଅନ୍ତି ତେବେ ତାଙ୍କ ଘର କିପରି ଚଳିବ। ପୀଡିତାଙ୍କୁ ଏହା ଅବଗତ ନଥିଲା କି ତାଙ୍କ ସହ ଯୌନ ଶୋଷଣ କରାଯାଉଛି।
ପିତାଙ୍କ ବନ୍ଧୁ ପ୍ରଥମେ କରିଥିଲେ ଦୁଷ୍କର୍ମ
ପୀଡିତା କାଉନସିଲରଙ୍କୁ କହିଛନ୍ତି କି, ତାଙ୍କ ପିତାଙ୍କ ଜଣେ ବନ୍ଧୁ ପ୍ରଥମେ ଦୁଷ୍କର୍ମ କରିଥିଲେ। ଧୀରେ ଏହି କ୍ରମରେ ୩୦ ଜଣ ସାମିଲ ହୋଇଥିଲେ। ନାବାଳିକାଙ୍କ ପିତା ବେରୋଜଗାର ଥିଲେ ତେଣୁ ସେ ତାର ମାକୁ ମଧ୍ୟ ଦେହ ବ୍ୟବସାୟରେ ଠେଲି ଦେଇଥିଲେ।
ପୋକ୍ସୋ ଆକ୍ଟ ଆଧାରରେ ହେବ ମକୋଦ୍ଦମା
ତିରୁରଗନ୍ଦୀ ପୁଲିସ ସବଇନ୍ସପେକ୍ଟର ନୌଶାଦ ଇବ୍ରାହିମଙ୍କ ମୁତାବକ, ରବିବାର ପୀଡିତାଙ୍କ ବୟାନ ମାଜିଷ୍ଟ୍ରେଟଙ୍କ ଆଗରେ ରେକର୍ଡ କରାଯାଇଥିଲା। ମେଡିକାଲ ରିପୋର୍ଟରେ ମଧ୍ୟ ଦୁଷ୍କର୍ମ ହୋଇଥିବା ଜଣ ପଡିଛି। ରବିବାର ପୀଡିତାଙ୍କ ପିତାଙ୍କ ସମରତ ତିନି ଜଣଙ୍କୁ ଗିରଫ କରାଯାଇଛି। ଏହି ଲୋକଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଆଧାରରେ ଆଇପିସି ଧାରା ୩୫୪ ଓ ୩୭୬ ରେ ମକୋଦ୍ଦମା ହେବ। ତେବେ ଏହି ଘଟଣା ସହ ସଂପୃକ୍ତ ଅନ୍ୟ ଲୋକଙ୍କୁ ଏବେ ପୁଲିସ ସନ୍ଧାନ କରୁଛି।
ପୀଡିତାଙ୍କ ଜଣେ ସହପାଠୀ କହିଛନ୍ତି କି ସେ କାହା ସହ କଥା ହୁଅନ୍ତି ନାହିଁ। ତାର ମା ସବୁବେଳେ ତାକୁ ସ୍କୁଲରୁ ନେବା ଆଣିବା କରାନ୍ତି। ଏପରିକି ଖାଇବା ଛୁଟିରେ ମଧ୍ୟ ଘରକୁ ନେଇ ଯାଆନ୍ତି।