ନାଗପୁର: ମଥାରେ ଥିଲା ତିଳକ ଚିହ୍ନ । ତଥାପି ମନରେ ଥିଲା ପାପ । ଏକ ନୀରିହ ନିଷ୍ପାପ ଶିଶୁ ଉପରେ ପଡ଼ିଥିଲା ଲୋଲୁପ ଦୃଷ୍ଟି । ସାନ ଭଉଣୀ ସାମ୍ନାରେ ବଡ଼ ଭଉଣୀକୁ କରିଲା ଦୁଷ୍କର୍ମ । ଏଭଳି ଏକ ଲଜ୍ଜା ଜନକ ଘଟଣା ଘଟିଛି ମହାରାଷ୍ଟ୍ର ନାଗପୁରରେ ।
ସୂଚନାନୁସାରେ, ନାଗପୁର ପାରଦି ଥାନା ଅଞ୍ଚଳରେ ଏକ ୯ ବର୍ଷର ନାବାଳିକା ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଝିଅର ବାପା ମାଆ ଘରେ ନ ଥିବା ବେଳେ ଜଣେ ଦୁର୍ବୃତ୍ତ ଏହାର ସୁଯୋଗ ନେଇ ଦୁଷ୍କର୍ମ କରିଛି । ୫ ବର୍ଷର ସାନ ଝିଅ ସାମ୍ନାରେ ବଡ଼ ଝିଅକୁ ଦୁଷ୍କର୍ମ କରାଯାଇଛି । ଏ ନେଇ ପରିବାର ଲୋକ ପାରଦି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ କମିଶନର ରବିନ୍ଦ୍ର ସିଂଘଲ ଏ ଘଟଣାର ତଦନ୍ତ କରୁଛନ୍ତି ।
ନାବାଳିକାର ବାପା ମାଆ ଦିନ ମଜୁରିଆ ଭାବରେ କାମ କରନ୍ତି । ଗତ ରବିବାର ଦିନ କାମ ପାଇଁ ବାହାରକୁ ଚାଲି ଯାଇଥିଲେ । ଏହି ସମୟରେ ଜଣେ ଦୁର୍ବୃତ୍ତ ଘରକୁ ଆସି ଥିଲା । ବାପା ମାଆ ଘରେ ଅଛନ୍ତି କି ନାହାଁନ୍ତି ପଚାରିଥିଲା ଏବଂ ଏହା ପରେ ନାବାଳିକାକୁ ଦୁଷ୍କର୍ମ କରିଥିଲା । ଏମିତି ଘଟଣା ବାବଦରେ କାହାକୁ କିଛି ନ କହିବା ପାଇଁ ୨୦ ଟଙ୍କା ଦେଇଥିଲା ବୋଲି ପୀଡ଼ିତା ଜଣକ କହିଛି ।
ପୀଡ଼ିତାର ସାନ ଭଉଣୀର କହିବା ମୁତାବକ ତା ମଥାରେ ତିଳକ ଚିହ୍ନ ଥିଲା । ଦୁଷ୍କର୍ମକାରୀ ମରାଠୀ ଭାଷାରେ କଥା ହେଉଥିଲା । ଘଟଣା ସମୟରେ ନାବାଳିକାଟି ଚିତ୍କାର କରିବାରୁ ସେ ତୁରନ୍ତ ପଳାଇ ଯାଇଥିଲା ବୋଲି ଜଣା ପଡ଼ିଛି । ତେବେ ପାରଦି ଥାନା ପୁଲସି ଘଟଣାର ତଦନ୍ତ ଜାରି ରଖିଥିବାବେଳେ ଅଭିଯୁକ୍ତ ଏ ପର୍ଯ୍ୟନ୍ତ ଧରିବାରେ ଅସଫଳ ରହିଛି ।