ନିର୍ଦ୍ଦୟ ଶ୍ୱଶୁର, କୂଳବଧୂକୁ ଗାଁ ଦାଣ୍ଡରେ ଘୋଷାରି ଘୋଷାରି ପିଟିଲା
Khabar Odisha:father-in-law-tortures-daughter-in-law-on-beach-road
ଯାଜପୁର, ସେପ୍ଟେମ୍ବର ୨୬ (ଖବର ଓଡ଼ିଶା):

ଲୋକଙ୍କ ଭିତରେ ମାନବିକତା ବୋଲି ଏକ ଶବ୍ଦ ହଜିଗଲାଣି । ରାଗ ଓ କ୍ରୋଧରେ ସବୁ କିଛି ସମ୍ପର୍କ ଭୁଲି ଯାଉଛି । ଶେଷରେ ଗାଁ ଦାଣ୍ଡରେ ଘୋଷାରି ଘୋଷାରି ଘରର କୂଳବଧୂକୁ ମାରୁଛନ୍ତି ଶାଶୁ ଶ୍ୱଶୁର । ଯାହାକି ସମସ୍ତଙ୍କୁ ଆଚମ୍ବିତ କରିଛି । ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରେଇ ଥାନା ଧନେଶ୍ୱର ଗାଁରେ । ଯାହାର ଭିଡ଼ିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି ।

ଧନେଶ୍ୱର ଗାଁର ନବୀନ ବେହେରା ନିଜ ବୋହୁକୁ ଗାଁ ଦାଣ୍ଡରେ କାଦୁଅରେ ଘୋଷାଡ଼ି ମାରୁଛନ୍ତି । ଶାଶୂ ମଧ୍ୟ ଏକ କାଠ ଫାଳିଆ ଧରି ଶ୍ୱଶୁରଙ୍କ ତାଳ ଦେଉଛନ୍ତି । ନ ବାଡ଼େଇବାକୁ ବୋହୂ ଯେତେ ଅନୁରୋଧ କରୁଥିଲେ ମଧ୍ୟ ତାଙ୍କ ହୃଦୟ ତରଳୁ ନାହିଁ । ପାଣି କାଦୁଅରେ ବୋହୂର ଚୁଟିକୁ ଧରି ମାଡ଼ ମାରୁଥିବା ଦେଖିବାକୁ ମିଳିଛି । ଏହାକୁ ସହି ନ ପାରି ପାଖ ପଡ଼ୋଶୀ ମଧ୍ୟ ନ ମାରିବାକୁ ଅନୁରୋଧ କରୁଛନ୍ତି । କିନ୍ତୁ ନିର୍ଦ୍ଦୟ ଶ୍ୱଶୁର ଓ ଶାଶୁଙ୍କ ନିର୍ଯ୍ୟାତନା କମୁ ନାହିଁ । ଏହି ସମୟରେ ଜଣେ ବ୍ୟକ୍ତି ଏହାକୁ ମୋବାଇଲରେ ରେକର୍ଡିଂ କରି ଭାଇରାଲ କରିଛନ୍ତି ।

ଖବର ପାଇବା ପରେ ବରୀ ଥାନା ପୋଲିସ ଶାଶୁ, ଶ୍ୱଶୁରଙ୍କ ସମେତ ସ୍ୱାମୀଙ୍କୁ ଅଟକ ରଖିଛି । ଏହା ସହିତ ତଦନ୍ତ ଆରମ୍ଭ କରିଛି ।

  • Tags:

Subscribe

National International State Sports Entertainment