ମଦ୍ୟପ ବରକୁ ଦେଖି ବେଦୀରୁ ଉଠିଗଲା କନ୍ୟା, ଶିଶୁପାଳ ହୋଇ ଫେରିଲା ବର
Khabar Odisha:bride-rejects-drunker-groom-in-sambalpur
ସମ୍ବଲପୁର, ମେ ୧୪ (ଖବର ଓଡ଼ିଶା):

ମଦ୍ୟପ ବରକୁ ଉଚିତ ଶିକ୍ଷା ଦେଇଛନ୍ତି କନ୍ୟା । ମଦ୍ୟପ ବରକୁ ବାହା ହେବାକୁ କନ୍ୟା ମନା କରିବାରୁ ଶେଷରେ ବାହା ନ ହୋଇ ଶିଶୁପାଳ ହୋଇ ଫେରିଛି ବର । ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଜୁଜୁମରା ଥାନା ଅନ୍ତର୍ଗତ ଗୋବର୍ଦ୍ଧନବଡ଼ମାଳ ଗ୍ରାମରେ । 

ଗୋବର୍ଦ୍ଧନ ବଡ଼ମାଳ ଗ୍ରାମର ଭିକ ଭୁଏଙ୍କ ଝିଅ ମମତାଙ୍କ ସହିତ ନାକଟିଦେଉଳର ସୁରେନ୍ଦ୍ରଙ୍କ ସହିତ ତାଙ୍କର ବିବାହ ସ୍ଥିର ହୋଇଥିଲା । ବ୍ୟାଣ୍ଡ୍‌ ପାର୍ଟି ନେଇ ବର ଓ ବରଯାତ୍ରୀ ମମତାଙ୍କ ଘରେ ପହଁଚିଥିଲେ । ଭୋଜିଭାତ ଖାଇ ବରଯାତ୍ରୀ ମଧ୍ୟ ଫେରିଗଲେ । ଏହା ପରେ ବିବାହ ଆରମ୍ଭ ହୋଇଥିଲା । ବେଦୀରେ ବର ଓ କନ୍ୟା ବସି ବିବାହ ରୀତିରେ ସାମିଲ ହୋଇଥିଲେ । କିନ୍ତୁ ପୂର୍ବରୁ ମଦ ପିଇ ଚୁର ହୋଇଥିବା ସୁରେନ୍ଦ୍ର ବେଦୀ ଉପରେ ନିଜକୁ ସମ୍ଭାଳି ପାରି ନ ଥିଲେ । ବେଦୀରେ ବାହାଘର ଚାଲିଥିବା ସମୟରେ ଟଳମଳ ହୋଇଥିଲେ । ଏହାକୁ ଦେଖି ମମତା ରାଗି ଯାଇ ବେଦୀ ଉଠି ପଳାଇଥିଲେ । ମଦ୍ୟପ ବରକୁ ବିବାହ କରିବେ ନାହିଁ ରୋକ୍‌ ଠୋକ୍‌ ଶୁଣାଇ ଦେଇଥିଲେ । 

କଥା ସେତିକିରେ ସରି ନ ଥିଲା । ନିଶା ଭାଙ୍ଗିବା ପରେ ସୁରେନ୍ଦ୍ର ମମତାଙ୍କୁ ଅନୁରୋଧ କରିଥିଲେ ବିବାହ କରିବାକୁ । ମାତ୍ର ମମତା ବିବାହ କରିବେ ନାହିଁ ବୋଲି କହିଥିଲେ । ଶେଷରେ ସୁରେନ୍ଦ୍ର ଶିଶୁପାଳ ହୋଇ ଫେରିଥିଲେ । 

  • Tags:

Subscribe

National International State Sports Entertainment