ଭୁବନେଶ୍ୱର : ଆଉ ମାତ୍ର କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଙ୍ଗରାଜ ମନ୍ଦିର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଲିଙ୍ଗରାଜ ମନ୍ଦିର ଗସ୍ତ କରି ମନ୍ଦିରର ଐତିହାସିକ ଉନ୍ନତିକରଣର ସ୍ଥିତି ପରଖିବେ ନବୀନ୍ ।
ପୂର୍ବରୁ ଶ୍ରମନ୍ଦିର ଭଳି ଲିଙ୍ଗରାଜ ମନ୍ଦିରର ଉନ୍ନତି କରଣ ପାଇଁ ରାଜ୍ୟ ସରକାର ଜୋରଦାର ପ୍ରୟାସ ଆରମ୍ଭ କରିଥିଲେ ଏଥିପାଇଁ ଭୁବନେଶ୍ୱର ଓ ପୁରୀରେ ଉଚ୍ଛେଦ ପାଇଁ ଭଙ୍ଗାରୁଜା ମଧ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଚଳିତ ବର୍ଷ ଆରମ୍ଭରୁ କରୋନା ମହାମାରୀ ସବୁ ବିଗାଡି ଦେବାରୁ ବର୍ତମାନ ପୁଣି ଥରେ ମନ୍ଦିର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଯାହା ବର୍ତମାନ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।
ଆଜି ଅପରାହ୍ନ ୫ ଟାରେ ମୁଖ୍ୟମନ୍ତ୍ରୀ ଏକାମ୍ରକ୍ଷେତ୍ର ପରିଦର୍ଶନ କରିବା ସହିତ ଲିଙ୍ଗରାଜ ମନ୍ଦିର ଚାରିପାଖ ବୁଲି ଏକାମ୍ରକ୍ଷେତ୍ର ଉନ୍ନତିକରଣ କାର୍ଯ୍ୟ ତଦାରଖ କରିବେ ।