ଶ୍ରୀମନ୍ଦିର ପ୍ରଶାସନର ବଡ ଘୋଷଣା:ନିର୍ମାଣ ହେବ ଭକ୍ତ ନିବାସ, ୧୦୦ଟଙ୍କାରେ ପୁରୀରେ ରହିପାରିବେ ଭକ୍ତ
Khabar Odisha:Srimandir-administrations-big-announcement-Bhakta-Niwas-will-be-built-devotees-can-stay-in-Puri-for-Rs-100

ପୁରୀ, ଡିସେମ୍ବର ୧୯ (ଖବର ଓଡ଼ିଶା) : କରୋନା ମହାମାରୀ ଆରମ୍ଭରୁ ବଡଦେଉଳରେ ବି ତାଲା ପଡିଥିଲା । ଧିରେ ଧିରେ କରୋନା କହର କମିବାରୁ ଏବେ ଆସନ୍ତା ଡିସେମ୍ବର ୨୩ ତାରିଖରୁ ଖୋଲିବାକୁ ଯାଉଛି ଶ୍ରୀମନ୍ଦିର । ଦୀର୍ଘ ୯ମାସ ଧରି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଅନାଇ ବସିଛନ୍ତି ଭକ୍ତ ।

ତେବେ ଆଗକୁ ବଡଦିନ ଓ ନୂଆବର୍ଷ ମଧ୍ୟ ଆସୁଛି ଯାହାକୁ ଦୃଷ୍ଟିରେ ରଖି ମନ୍ଦିର ଖୋଲିବା ପୂର୍ବରୁ ଭକ୍ତଙ୍କ ସୁବିଧା ଓ ସୁରକ୍ଷାକୁ ନେଇ ବ୍ୟାପକ ବ୍ୟବସ୍ଥା କରାଯାଉଛି । ପୁରା ଦେଶରୁ ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭିଡ ଯମୁଥିବାରୁ ଭକ୍ତ ମାନଙ୍କ ରହଣୀକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଡ ବ୍ୟବସ୍ଥା କରାଯାଉଛି ।

ବାହାରୁ ଆସୁଥିବା ଭକ୍ତ କିଭଳି ଭାବରେ ଶ୍ରୀମନ୍ଦିରରେ ରହି ବିନା ବାଧାରେ ଜଗା ଦର୍ଶନ କରି ପାରିବେ ସେଥିପାଇଁ ନିର୍ମାଣ ହେବାକୁ ଯାଉଛି ଭକ୍ତ ନିବାସ । ଏହି ଭକ୍ତ ନିବାସ ବାସେଳି ସାହି ନିକଟରେ ନିର୍ମିତ ହେବ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର । ଏବଂ ଏହି ଭକ୍ତ ନିବାସରେ ଭକ୍ତ ମାନେ ମାତ୍ର ୧୦୦ଟଙ୍କାରେ ରହି ପାରିବେ ଏବଂ ନିବିଘ୍ନରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ।

ଭକ୍ତ ନିବାସ ପାଇଁ ବାସେଳୀ ସାହି ଥାନା ନିକଟରେ ୯ରୁ ୧୦ ଏକର ଜାଗା ଚିହ୍ନଟ ହୋଇଛି । ଏହି ଭକ୍ତ ନିବାସରେ ୩ରୁ ୪ ହଜାର ଲୋକଙ୍କର ରହଣି ବ୍ୟବସ୍ଥା ରହିବ ଏବଂ ଶଯ୍ୟା ପିଛା ମାତ୍ର ଶହେରୁ ଦେଢ଼ ଶହ ଦେୟ ଦେବାକୁ ପଡ଼ିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

  • Tags:

Subscribe

National International State Sports Entertainment