ଶୀଘ୍ର ଖୋଲିବ ଶ୍ରୀମନ୍ଦିର!
Khabar Odisha:Jagannath-Temple-will-open-soon

ପୁରୀ : କରୋନା କଟକଣା ଯୋଗୁଁ ଏପର୍ଯ୍ୟନ୍ତ ବନ୍ଦ ରହିଛି ଶ୍ରୀମନ୍ଦିର । ଅନଲକ୍ ପର୍ଯ୍ୟାୟରେ ସବୁ ଖୋଲିଛି କିନ୍ତୁ ଖୋଲି ପାରିନି ଶ୍ରୀମନ୍ଦିର । ମନ୍‌ଦିର ଖୋଲିବା ପ୍ରସଙ୍ଗରେ ସେବାୟତଙ୍କ ଓ ଜଗନ୍ନାଥ ପ୍ରେମୀ ମାନେ ବାରମ୍ବାର ସରକାରଙ୍କୁ ଘେରିଛନ୍ତି ।

ସେପଟେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପୂର୍ବରୁ ମନ୍ଦିର ଖୋଲିବାକୁ ନେଇ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ବୈଠକ ବସିଥିଲା ଯେଉଁଥିରେ ଡିସେମ୍ବର ତୃତୀୟ ସପ୍ତାହରେ ମନ୍ଦିର ଖୋଲିବା ନେଇ ସ୍ଥିର ହୋଇଥିଲା । ଯାହାକୁ ନେଇ ଏବେ ଶୀଘ୍ର ମନ୍ଦର ଖୋଲିବା ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢିଛି ।

ତେବେ କଟକଣା ଭିତରେ କେଉଁଭଳି ଭାବରେ ମନ୍ଦିର ଖୋଲାଯିବ ଓ ମନ୍ଦିର ଖୋଲିଲେ କଣ ସବୁ ସମସ୍ୟା ହୋଇପାରେ ଏଥି ସହିତ ମନ୍ଦିର ଭିତରେ ଦର୍ଶନ ସମୟରେ କୋଭିଡ୍ ପ୍ରୋଟକଲ୍ କୁ କେଉଁ ଭଳି ଭାବରେ ପାଳନ କରାଯିବ ତାକୁ ନେଇ ଏବେ ଠାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।

ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହିତ ବର୍ତମାନ ଠାରୁ ବିଚାର ବିମର୍ଶ ଆରମ୍ଭ ହୋଇଛି । ଆଗକୁ ବଡ଼ ଦିନ ଓ ନୂଆ ବର୍ଷ ଥିବାରୁ ଶ୍ରୀମନ୍ଦିରରେ ବେଶ୍ ଭିଡ ଜମିଥାଏ ଓ ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଲୋକଙ୍କ ଭିଡକୁ କେଉଁଭଳି ଭାବରେ ଆୟତ କରାଯାଇ ପାରିବ ତାକୁ ନେଇ ବ୍ଳୁ ପ୍ରିଣ୍ଟ ତିଆରି ଆରମ୍ଭ ହୋଇଛି ।

ତେବେ ଶ୍ରୀମନ୍ଦିର ଖୋଲିବାକୁ ନେଇ ଆଉ ଏକ ବୈଠକ ବସିବା ସହିତ ଲୋକମାନଙ୍କ ଠାରୁ ପର୍ଯ୍ୟାପ୍ତ ପରାମର୍ଶ ଓ ବିଚାର ବିମର୍ଶ କରିବା ପରେ ହିଁ ମନ୍ଦିର କେତେ ତାରିଖ ଠାରୁ ଖୋଲିବ ତାହା ସ୍ପଷ୍ଟ କରିବେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ।

  • Tags:

Subscribe

National International State Sports Entertainment