ଏଥର ବୁଲିଯିବା ଦେଓଝର
Khabar Odisha:Deojhar-Waterfall-In-Cuttack
ଖବର ଓଡିଶା : 30/12/2022

 ପର୍ଯ୍ୟଟନ ଋତୁର ଆଗମନରେ ପୁରୁଣା ବର୍ଷର କିଛି ସ୍ମୃତି ସାଉଁଟିବା ପାଇଁ ନୂଆ ବର୍ଷକୁ ସ୍ୱାଗତ କରିବାକୁ ଲୋକେ ଆରମ୍ଭ କରିଦେଲେଣି ବୁଲାବୁଲି । ଚାଲନ୍ତୁ ତେବେ ଏଥର ବୁଲିଯିବା କଟକ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଦେଓଝର ଜଳପ୍ରପାତ। 

ଆଠଗଡ ନରସିଂହପୁର ମୁଖ୍ୟ ରାସ୍ତାର ଚମ୍ପେଶ୍ୱର ଛକ ନିକଟରୁ ମାତ୍ର 12 କିଲୋମିଟର ଦୂରରେ ଅବସ୍ତିତ ଏହି ପର୍ଯ୍ୟଟନ ସ୍ଥଳୀ । ନିକଟରେ ସେଠାରେ ରହିଛି ଏକ ପାର୍କ |ତେବେ ଏହି ଜଳପ୍ରପାତଟି କଟକ ଠାରୁ 112 କିଲୋମିଟର,  ଭୁବନେଶ୍ୱରରୁ 132 କିଲୋମିଟର, ପୁରୀରୁ 140 କିଲୋମିଟର ଆଉ ଅନଗୁଳରୁ 57 କିଲୋମିଟର ଦୂରରେ ଅବସ୍ତିତ। ପୂର୍ବରୁ ଏହା ଦିଅଁଝର ଭାବେ ଜଣାଥିଲା କିନ୍ତୁ ଏବେ ଏହା ଦେଓଝର ଭାବେ ସାରା ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ପ୍ରତିଷ୍ଠା ଲାଭ କରିଛି । ଏହି ଜଳପ୍ରପାତର ଉଚ୍ଚତା 30 ଫୁଟ ରହିଥିବା ବେଳେ ଚତୁର୍ଦ୍ଦିଗରେ ଥିବା ଘଞ୍ଚ ଜଙ୍ଗଲ ଆଉ ସୁଉଚ୍ଚ ପାହାଡ ହେଉଛି ଏହାର ବିଶେଷ ମହତ୍ତ୍ୱ |

ଜଙ୍ଗଲ ଘେରା ପାହାଡ ମଧ୍ୟରେ ଥିବା ଏହି ଜଳପ୍ରପାତଟି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ମନରେ ଏକ ଶାନ୍ତି ଭରି ଦିଏ | ଶୀତଦିନ ଆସିବା ମାତ୍ରେ ଏଠାରେ ପିକନିକର ମଜାନେବାକୁ ଛୁଟି ଆସନ୍ତି ଅନେକ ଅନେକ ପର୍ଯ୍ୟଟକ ।  ଭୁବନେଶ୍ୱର ଓ କଟକ ମଧ୍ୟରେ ଏହି ଜଳପ୍ରପାତଟି ହେଉଛି ସବୁଠାରୁ ସର୍ବୋତ୍ତମ  ।  ଏଠାରେ କାର୍ ପାର୍କିଂ ସହ ଭୋଜି କରିବା ନିମିତ୍ତ ସମସ୍ତ ସରଞ୍ଜାମ ଉପଲବ୍ଧ । ପାର୍କିଂ ନିକଟରେ ମଧ୍ୟ କିଛି ଖାଦ୍ୟ ସାମଗ୍ରୀ ଦୋକାନ ଓ ହୋଟେଲ ରହିଛି । 

Subscribe

National International State Sports Entertainment