ଫେବୃଆରୀ 15ରୁ ଆରମ୍ଭ ହେବ ଜନଜାତି ସମ୍ପ୍ରଦାୟ ପ୍ରସିଦ୍ଧ ଆଦିବାସୀ ମେଳା
Khabar Odisha:Adivasi-Mela-will-start-from-February-15-in-Unit-1-Adivasi-Field
ଖବର ଓଡିଶା : 13/01/2023

ଚଳିତବର୍ଷ ୟୁନିଟ-୧ ସ୍ଥିତ ଆଦିବାସୀ ପଡ଼ିଆରେ ହେବ ଜନଜାତି ସମ୍ପ୍ରଦାୟ ପ୍ରସିଦ୍ଧ ଆଦିବାସୀ ମେଳା | ଆସନ୍ତା ଫେବୃୟାରୀ ୧୫ରୁ ୨୪ତାରିଖ ପର୍ଯ୍ୟନ୍ତ ‘ଆଦିବାସୀ ମେଳା-୨୦୨୩’ ଅନୁଷ୍ଠିତ ହେବ । ଦେଖିବାକୁ ମିଳିବ ସୁନ୍ଦର ପାହାଡିଆ ଜଙ୍ଗଲ ପରିବେଶ ମଧ୍ୟରେ ଥିବା ଆଦିବାସୀ ଗାଁ ଆଉ ତା ସହ ଆଦିବାସୀଙ୍କ ଖାଦ୍ୟ | ଆଦିବାସୀ ନୃତ୍ୟ ସହ ପୁଣି ପାରମ୍ପରିକ ନୃତ୍ୟର ଆସର | ତା ସହ ସୁସ୍ୱାଦୁ ଖାଦ୍ୟର ମଜା ଉଠାଇବେ ଜନସାଧାରଣ |

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ଚଳିତବର୍ଷ ଫେବୃୟାରୀ ୧୫ରୁ ୨୪ତାରିଖ ପର୍ଯ୍ୟନ୍ତ ଆଦିବାସୀ ମେଳା ଆୟୋଜନ କରାଯିବ । ଏହି ମେଳା ଚଳିତବର୍ଷ ୟୁନିଟ-୧ ଆଦିବାସୀ ପଡ଼ିଆରେ ହେବ । କିନ୍ତୁ ଗତ 2018 ମସିହାରୁ ରାଜ୍ୟସରକାର ଆଦିବାସୀ ମେଳା ୟୁନିଟ-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆକୁ ସ୍ଥାନାନ୍ତର କରିନେଇଥିଲେ | ମାତ୍ର ଚଳିତବର୍ଷ ରାଜ୍ୟସରକାର ପୁନର୍ବାର ତାର ପୁରୁଣା ସ୍ଥାନ ୟୁନିଟ-୧ ଆଦିବାସୀ ପଡ଼ିଆରେ ଆଦୀବାସି ମେଳା ଆୟୋଜନ କରାଯାଉଥିବା ସୂଚନା ଦେଇଛନ୍ତି |

Subscribe

National International State Sports Entertainment