ଭୁବନେଶ୍ୱର : ଆସନ୍ତାକାଲିଠାରୁ ରାଜ୍ୟରେ ଶୀତର ପ୍ରକୋପ କମିବ ଏବଂ ରାତି ତାପମାତ୍ରା ବଢିବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପଶ୍ଚିମା ଝଡ ପ୍ରଭାବ କାରଣରୁ ରାଜ୍ୟରେ ଶୀତ କମିବା ନେଇ ସମ୍ଭାବନା ରହିଛି ।
ଆସନ୍ତା ୨୨ ଏବଂ ୨୩ରେ ବଙ୍ଗୋପସାଗରରେ ଗୁରୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏଥିପାଇଁ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରିବାରୁ ରାତିରେ ତାପମାତ୍ରା ବଢିବ । ଆଉ ଗୁରୁଚାପ ବଳୟ ଯୋଗୁଁ ଘନକୁହୁଡି ସମ୍ଭାବନା ମଧ୍ୟ ରହିଛି ।
ଅନ୍ୟପଟେ ଏବେ ରାଜ୍ୟରେ ପ୍ରବଳ ଶୀତ ପଡୁଥିବା ବେଳେ କିଛି କିଛି ସ୍ଥାନରେ ଘନ କୁହୁଡି ଦେଖାଦେଉଛି । ଏଥିପାଇଁ ଆସନ୍ତା ଦୁଇଦିନ ଅର୍ଥାତ୍ ୨୨ ତାରିଖ ଯାଏଁ ଘନ କୁହୁଡି ନେଇ ୪ ଜିଲ୍ଲା ଜଗତସିଂହପୁର, କଟକ, କେନ୍ଦ୍ରାପଡା, କନ୍ଧମାଳକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏହି ୪ ଜିଲ୍ଲା ରେ ଘନ କୁହୁଡି ସାଙ୍ଗକୁ ଶୀତ କଲବଲ କରିବ । ତେବେ ଜିରୋ ଭିଜିବିଲିଟି ପରିସ୍ଥିତି ନେଇ ଘାଟି ଅଞ୍ଚଳରେ ଧିମା ଗତିରେ ଗାଡି ଚଳାଇବାକୁ ପରାମର୍ଶ ଦିଆଯାଇଛି ।