ଜୀବନ ନେଉଛି ଅଜଣା ରୋଗ । ଯାହା ଏବେ କନ୍ଧମାଳ ବାସୀଙ୍କ ପାଇଁ ଚିନ୍ତାର କାରଣ ପାଲିଟିଛି । ସାମାନ୍ୟ ଜ୍ୱର ସାଙ୍ଗକୁ ମୁଣ୍ଡ ଓ ପେଟ ବ୍ୟଥାରେ ୧୨ ଜଣଙ୍କର ଜୀବନ ଗଲାଣି । ଏହାରି ଭିତରେ ଶିଶୁ, ମହିଳା ଓ ବୃଦ୍ଧ ଥିବା ଜଣାପଡିଛି । ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲାର କୋଟଗଡ଼ ବ୍ଲକ ଦୁର୍ଗପଙ୍ଗା, ଗୋଲମପଙ୍ଗା ଓ ପୁଡୁରଙ୍ଗ ଗାଁରେ ଅଜଣା ରୋଗର ଆତଙ୍କ ଦେଖାଦେଇଛି। ଯେଉଁଥିରେ ଏପର୍ଯ୍ୟନ୍ତ ୧୨ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୧୫ରୁ ଉର୍ଦ୍ଧ୍ୱ ଲୋକ ଅସୁସ୍ଥ ହୋଇପଡିଛନ୍ତି ।