କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ବନାଯୋଡି ଟେଲପ୍ଲାଜା ନିକଟରେ ଏକ ଅଘଟଣ ଘଟିଯାଇଛି । ଛିଡା ହୋଇଥିବା ଏକ ଟ୍ରକ ପଛରେ ଓମିନି ଆମ୍ବୁଲାନ୍ସ ନିୟନ୍ତ୍ରଣ ହରାଇ ପିଟି ହୋଇଯାଇଛି । ଯାହା ଫଳରେ ଗାଡିଟି ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ଆଉ ଗାଡି ଚାଳକ ଜଣଙ୍କ ତା ଭିତରେ ଚାପି ହୋଇ ରହିଯାଇଥିଲେ । ତେବେ ସ୍ଥାନୀୟ ଲୋକେ ଗୁରୁତର ଗାଡି ଚାଳକଙ୍କୁ ଉଦ୍ଧାର କରି ଟୋଲଗେଟ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ।